‘ଯାହା ସଂସ୍ପର୍ଶରେ ଆସିଲେ ଦୁଃଖ ମିଳେ ବୁଦ୍ଧିମାନ ବ୍ୟକ୍ତି ତାହା ସଂସ୍ପର୍ଶରେ ଆସେ ନାହିଁ’, ଜାଣନ୍ତୁ କାହାଠୁ ଦୂରେଇ ରହିବା

ଶ୍ରୀମଦ୍‌ ଭଗବଦ୍‌ ଗୀତାର ସମସ୍ତ ଶ୍ଳୋକ ଶିକ୍ଷଣୀୟ, ଅସନ୍ତୁ ସେଥିରୁ ଆଜି ଗୋଟାଏକୁ ବୁଝିବା

‘ଯେ ହି ସଂସ୍ପର୍ଶଜା ଭୋଗା ଦୁଃଖଯୋନୟ ଏ ତେ।
ଆଦ୍ୟନ୍ତବନ୍ତଃ କୌନ୍ତେୟ ନ ତେଷୁ ରମତେ ବୁଧଃ।।’

ଯେ: ଯେଉଁମାନେ, ହି: ନିଶ୍ଚିତଭାବେ, ସଂସ୍ପର୍ଶ-ଜା:ଜଡେନ୍ଦ୍ରିୟ ସଂସ୍ପର୍ଶ ଦ୍ୱାରା, ଭୋଗାଃ:ଭୋଗ ସମୂହ, ଦୁଃଖ:ଦୁଃଖ, ଯୋନୟ:ମୂଳ, ଏବ:ନିଶ୍ଚିତଭାବେ, ତେ:ସେମାନେ, ଆଦି:ଆରମ୍ଭରେ, ଅନ୍ତବନ୍ତଃ:ଶେଷ, କୌନ୍ତେୟ: ହେ କୁନ୍ତି ପୁତ୍ର, ନ: କେବେ ନୁହେଁ,ତେଷୁ:ସେଗୁଡ଼ିକରେ, ରମତେ:ଆନନ୍ଦିତ ହୁଏ, ବୁଧଃ: ବୁଦ୍ଧିମାନ ବ୍ୟକ୍ତି

ଅର୍ଥାତ, ‘ଯାହାର ସଂସ୍ପର୍ଶରେ ଆସିଲେ ଦୁଃଖ ହିଁ ମିଳିବ, ବୁଦ୍ଧିମାନ ବ୍ୟକ୍ତି ତାହାର ସଂସ୍ପର୍ଶରେ ଆସେ ନାହିଁ। ଜଡ଼େନ୍ଦ୍ରିୟର ସଂସ୍ପର୍ଶରେ ଆସିଲେ ତୁମେ ଦୁଃଖ ହିଁ ପାଇବ। କାହିଁକି ନା, ଇନ୍ଦ୍ରିୟ ସୁଖ ହିଁ ଦୁଃଖର କାରଣ। ହେ କୁନ୍ତୀପୁତ୍ର! ଏ ପ୍ରକାର ଇନ୍ଦ୍ରିୟ ସୁଖର ଆରମ୍ଭ ଅଛି ଏବଂ ଶେଷ ଅଛି। ସେଥପାଇଁ ବୁଦ୍ଧିମାନ ବ୍ୟକ୍ତି ଏଥିରେ ଆନନ୍ଦିତ ଅୁଅନ୍ତି ନାହିଁ।’

ଉପରୋକ୍ତ ଶ୍ଳୋକରେ ଇନ୍ଦ୍ରିୟ ସଂପର୍କରେ ବର୍ଣ୍ଣନା କରାଯାଇଛି। ସମସ୍ତେ ଜାଣନ୍ତି ଆଖି, କାନ, ନାକ, ପାଟି, ଏବଂ ଜିହ୍ଵା ହେଉଛି ମଣିଷର ପାଞ୍ଚ ଇନ୍ଦ୍ରିୟ। ଏହି ପାଞ୍ଚ ଇନ୍ଦ୍ରିୟର ମୋହ ରଖିଥିବା ବ୍ୟକ୍ତି ଦୁଃଖୀ ହୋଇଥାନ୍ତି ବୋଲି ଭଗବାନ ଶ୍ରୀକୃଷ୍ଣ ଶ୍ରୀମଦ୍‌ ଭଗବଦ୍‌ ଗୀତାରେ ବର୍ଣ୍ଣନା କରିଛନ୍ତି।

ସମ୍ବନ୍ଧିତ ଖବର