ଜିନ୍ସର ସାମ୍ନା ପକେଟ ଭିତରେ ଥିବା ଛୋଟ ପକେଟର କାରଣ ଜାଣନ୍ତୁ

ନୂଆଦିଲ୍ଲୀ: ଆଜିକା ସମୟରେ ପୁରୁଷ ହୁଅନ୍ତୁ ଅବା ମହିଳା କି ଶିଶୁ ସମସ୍ତେ ଜିନ୍ସ ପିନ୍ଧିବାକୁ ପସନ୍ଦ କରନ୍ତି। ଏହା ଆରାମଦାୟକ ହେବା ସହିତ ଦେଖିବାକୁ ବି ଆକର୍ଷଣୀୟ ଲାଗିଥାଏ। ତେବେ ଜିନ୍ସ ପିନ୍ଧିବା ସମୟରେ ସମସ୍ତେ ସାମ୍ନା ପକେଟ ଭିତରେ ଏକ ଛୋଟ ପକେଟ ଥିବା ଦେଖିଛନ୍ତି କିନ୍ତୁ ଏହି ପକେଟଟି କ’ଣ ତାହା ବହୁତ ଅଳ୍ପ ଲୋକେ ଜାଣିଛନ୍ତି। ଆସନ୍ତୁ ଜାଣିବା ସାମ୍ନା ପକେଟ ଭିତରେ ଥିବା ଛୋଟ ପକେଟଟି କେବେଠାରୁ ଓ କାହିଁକି ରହିଛି।

ସାମ୍ନା ପକେଟ ଭିତରେ ଥିବା ମିନି ପକେଟକୁ ସର୍ବପ୍ରଥମେ ଲେବି ଷ୍ଟ୍ରର୍ସ ନାମକ କମ୍ପାନି ଯାହାକୁ ଆଜି ଲିଭାଇସ୍‌ ନାମରେ ଜାଣିଛେ। ସେ ପ୍ରଥମେ ୧୮୭୯ରେ ଏହି ମିନି ପକେଟକୁ ବାହାର କରିଥିଲା। ଏହାକୁ ଓ୍ଵାଚ ପକେଟ ବୋଲି କୁହାଯାଇଥାଏ। ଓ୍ଵାଚ ପକେଟ ବ୍ୟବହାର କାଉ ଓ୍ଵାଚ ଭାବେ ବ୍ୟବହାର କରାଯାଇଥାଏ। ତେଣୁ ଏହି ପକେଟଟି ମୁଖ୍ୟ ଭାବେ ଘଡି ରଖିବା ପାଇଁ ତିଆରି କରାଯାଇଥିଲା। ୧୮ ଶତାଦ୍ଦୀରେ କାଉ ଓ୍ଵାଚ ଚେନ୍‌ ଥିବା ଘଡ଼ି ଲୋକମାନେ ନିଜ ପାଖରେ ରଖୁଥିଲେ ସେବେଠାରୁ ଲେବି ଷ୍ଟ୍ରର୍ସ ଜିନ୍ସରେ ଛୋଟ ପକେଟ ବନାଇବା ଆରମ୍ଭ କରି ଦେଇଥିଲା। ଓ୍ଵାଚ ପକେଟରେ ଘଡି ରଖିଲେ ତାହା ପଡ଼ିବାର ବା କୌଣସି ସ୍ଥାନରେ ହଜିବାର ଭୟ ରହି ନଥାଏ। ଏହି ପକେଟରେ ଅନ୍ୟ ଛୋଟ ସାମଗ୍ରୀ ରଖିବା ସୁରକ୍ଷିତ ହୋଇ ଥାଏ। ସେବେଠାରୁ ନେଇ ଏଯାବତ୍‌ ଏହି ପକେଟକୁ ଜିନ୍ସରେ ଥିବା ଦେଖିବାକୁ ମିଳିଥାଏ।

ସମ୍ବନ୍ଧିତ ଖବର