ଆସିଲା ସ୍ମାର୍ଟୱାଚ୍; ଏହି ହାତବନ୍ଧା ଘଣ୍ଟା ଜଣାଇ ଦେବ ଆପଣ ଅଫିସରେ ରହି କାମ କରୁଛନ୍ତି ନା ବାହାରେ ବୁଲୁଛନ୍ତି !

ଚଣ୍ଡିଗଡ଼ : ଏଣିକି କର୍ମଚାରୀଙ୍କ ଉପରେ ନଜର ରଖିବ କର୍ମଚାରୀଙ୍କ ହାତବନ୍ଧା ଘଣ୍ଟା । କର୍ମଚାରୀମାନେ ହାତରେ ବାନ୍ଧିଥିବା ଘଣ୍ଟା କହିବ କି ସେମାନେ ଅଫିସରେ ନିଜ ସିଟରେ ବସି କାମଳ କରୁଛନ୍ତି ନା କେଉଁ ଆଡେ ଗାଏବ ହୋଇଯାଇଛନ୍ତି । ଏଥି ସହିତ ହିଁ ବାହାରେ କାମ କରୁଥିବା କର୍ମଚାରୀଙ୍କ ବିଷୟରେ ଏହି ଘଣ୍ଟା କହିବ କି ସେମାନେ ନିଜ କାମ ଠିକ ଭାବରେ କରୁଛନ୍ତି ନା ଅନ୍ୟ କେଉଁଠି ବୁଲୁଛନ୍ତି । ତେବେ ଏହା ଏବେ ସମ୍ଭବ ହେବ ସ୍ମାର୍ଟ ୱାଚରୁ । ତେବେ ଏଭଳି ଏକ ନିଆରା ବ୍ୟବସ୍ଥା ଆଣିବାକୁ ଯାଉଛି ଚଣ୍ଡିଗଡର ନଗର ନିଗମ ।

ନିଜ କର୍ତ୍ତବ୍ୟରେ ଅବହେଳା କରିବା ତଥା ଠକୁଥିବା କର୍ମଚାରୀ ଏବଂ ଅଧିକାରୀମାନେ ହ୍ୟୁମାନ୍ ଆଫିନ୍ସିଆଲ୍ ଟ୍ରାକିଂ ସିଷ୍ଟମ୍ ଲାଗିଥିବା ଘଣ୍ଟା ମାଧ୍ୟମରେ ଅତି ସହଜରେ ଧରା ପଡ଼ିବେ । ଚଣ୍ଡିଗଡ ନଗର ନିଗମ ଖୁବ୍ ଶୀଘ୍ର ଏହି ବ୍ୟବସ୍ଥାକୁ ଲାଗୁ କରିବାକୁ ଯାଉଛି । ନଗର ନିଗମ ହାଉସ ମିଟିଂରେ ଏହି ନୂଆ ବ୍ୟବସ୍ଥାକୁ ଲାଗୁ କରିବା ପାଇଁ ବର୍ତ୍ତମାନ ସବୁଜ ସଂକେତ ମିଳିଛି ।

Representational Picture

ଏହି ସ୍ମାର୍ଟ ୱାଚରୁ ଅତି ସହଜରେ ଜଣାପଡିଯିବ କି, କୌଣସି ବି କର୍ମଚାରୀ ନିଜ ସିଟରୁ କେତେ ସମୟ ଧରି ଗାଏବ ରହୁଛନ୍ତି କିମ୍ବା ସେ ଫିଲ୍ଡରେ କେତେ ସମୟ ଧରି କାମ କରୁଛନ୍ତି । ଏଥିରେ ଲାଗିଥିବା ଇନବିଲ୍ଟ କ୍ୟାମେରାରୁ ଅନଲୋକେସନ ଫଟୋ ମଧ୍ୟ ଦେଖାଯିବ । ଏହି ଘଣ୍ଟା ଜିପିଏସ ଆଧାରିତ । ତେବେ ଚଣ୍ଡିଗଡ଼ ନଗର ନିଗମର ପାଖାପାଖି ୪୦୦୦ କର୍ମଚାରୀମାନଙ୍କୁ ଏହି ଘଣ୍ଟା ଦିଆଯିବ । ଏହି ଘଣ୍ଟାର କନେକ୍ଟିଭିଟି ନଗର ନିଗମ ବିଲ୍ଡିଂରେ ନିର୍ମାଣ ହୋଇଥିବା କଣ୍ଟ୍ରୋଲ୍ ରୁମରେ ହେବ । ଯେଉଁଠି ଜଣେ ସୁପରଭାଇଜର ଏବଂ ଚାରି ଅନ୍ୟ ଷ୍ଟାଫ ନିଯୁକ୍ତ ହୋଇଥିବେ ।

ସେହିପରି ସରକାରୀ ଉଦ୍ୟୋଗ ଆଇଡିଆଇ ଦିଲ୍ଲୀରୁ ଏହି ଘଣ୍ଟାକୁ ଅଣାଯିବ ବୋଲି ଜଣାପଡ଼ିଛି । ପ୍ରତି ଘଣ୍ଟା ଲାଗି ମାସିକ ୪୦୦ ଟଙ୍କା ଖର୍ଚ୍ଚ ଆସିବ । ସ୍ମାର୍ଟ ୱାଚ ଖରାପ ହେବା ଦ୍ୱାରା ତାର ମରାମତି ବାବଦକୁ ସମସ୍ତ ଟଙ୍କା କଂପାନି ହିଁ ବହନ କରିବ ।

ସମ୍ବନ୍ଧିତ ଖବର