ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର, ଏଣିକି ହାତ ଆଙ୍ଗୁଠିରେ ଚାର୍ଜ କରିପାରିବେ ସ୍ମାର୍ଟଫୋନ୍‌!

ଦିନକୁ ଦିନ ମୋବାଇଲ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜିକାଲି ପିଲାଠାରୁ ଆରମ୍ଭ କରି ବୁଢ଼ାଯାଏ ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରିବାରେ ଧୁରନ୍ଧର। ତେବେ ଆପଣ ସମସ୍ତେ ଜାଣନ୍ତି ସ୍ମାର୍ଟଫୋନ ଯେତେ ଶୀଘ୍ର କାମ କରେ ସେତେ ଶୀଘ୍ର ଚାର୍ଜ ଶେଷ ମଧ୍ୟ ହୋଇଯାଏ। ବେଳେ ବେଳେ ଆମକୁ ଅଳସୁଆ ଲାଗିଲେ ଆମେ ସ୍ମାର୍ଟଫୋନରେ ଗେମ, ଚାଟିଂ ଓ କାହା ସହ ଘଣ୍ଟା ଘଣ୍ଟା ଗପିଥାଉ, ଯାହା ଫଳରେ ଖୁବଶୀଘ୍ର ଚାର୍ଜ ସରିଯାଇଥାଏ। ତେବେ ସ୍ମାର୍ଟଫୋନରେ ଦିନ କଟାଇବା ପରେ କିଛି ଘଣ୍ଟା ଚାର୍ଜ ବସାଇବା ମଧ୍ୟ ଜରୁରୀ। କିନ୍ତୁ ଜାଣି ଖୁସି ହେବେ ଯେ, ଏବେ ଖୁବଶୀଘ୍ର ସ୍ମାର୍ଟଫୋନ୍‌ ବ୍ୟାଟେରୀକୁ ହାତ ଆଙ୍ଗୁଠିରେ ଚାର୍ଜ କରିପାରିବେ ବୋଲି ସୂଚନା ମିଳିଛି।

ବୁଫାଲୋ ୟୁନିଭରସିଟି ଓ ଚାଇନିଜ ଏକାଡେମୀର ଗବେଷକମାନେ ଏକାଠି ହୋଇ ଏପରି ଜ୍ଞାନକୌଶଳ ଉପରେ ଗବେଷଣା କରୁଛନ୍ତି, ଯାହାଦ୍ୱାରା ସ୍ମାର୍ଟଫୋନର ବ୍ୟାଟେରୀକୁ ଚାର୍ଜ କରିବା ପାଇଁ କେବଳ ହାତ ଅଙ୍ଗୁଳିର ହିଁ ଉପଯୋଗୀ ହେବ। ଗବେଷକମାନେ Triboelectric charging ଟେକ୍ନୋଲୋଜି ଉପରେ କାମ କରୁଛନ୍ତି, ଯାହାଦ୍ୱାରା ଛୋଟ ଛୋଟ ବୈଦ୍ୟୁତିକ ଉପକରଣ (ସ୍ମାର୍ଟଫୋନ/ସ୍ମାର୍ଟୱାଚ)କୁ ଅତି ସହଜରେ ଚାର୍ଜ ହୋଇପାରିବେ। Triboelectric charging ଟେକ୍ନୋଲୋଜିରେ ଷ୍ଟାଟିକ୍‌ ଚାର୍ଜର ସିଦ୍ଧାନ୍ତ ଉପରେ ଗବେଷକମାନେ ଏବେ ଗବେଷଣା ଜାରି ରଖିଛନ୍ତି।

ଟଚସ୍କ୍ରିନ୍‌ ସ୍ମାର୍ଟଫୋନରେ ୟୁଜର୍ସ ଅଧିକ ସମୟ ସ୍ୱାପ ଓ କ୍ଲିକ କରିବା ଦ୍ୱାରା ହିଁ ଖୁବଶୀଘ୍ର ଚାର୍ଜ ସରିଥାଏ। ଏପରିସ୍ଥଳେ ପ୍ରିଣ୍ଟ ପ୍ୟାନେଲରେ ମଧ୍ୟ ସେଂସରକୁ ବ୍ୟବହାର କରି ଏହି ଏନର୍ଜିକୁ ବ୍ୟାଟେରୀ ଚାର୍ଜିଂ ପାଇଁ ବ୍ୟବହାର କରାଯାଇପାରିବ। ସ୍ମାର୍ଟଫୋନ ବିଷୟରେ ଆଲୋଚନା କଲେ, ନିକଟରେ ଆପଲ ଆଇଫୋନ ୮ ଓ ଆଇଫୋନ ଏକ୍ସର ୱେରଲେସ ଚାର୍ଜିଂର ଫିଚର ଦିଆଯାଇଛି । ଏହାଦ୍ୱାରା ଆପଣ କୌଣସି କେବଲ ସାହାଯ୍ୟରେ ମଧ୍ୟ ଚାର୍ଜ କରିପାରିବେ। ଏହା ପୂର୍ବରୁ ମୋଟୋ ଓ ୱନପ୍ଲସ ମଧ୍ୟ ତାଙ୍କ ସ୍ମାର୍ଟଫୋନର ଟର୍ବୋ ଚାର୍ଜିଂର ଫିଚର ଆଣିଛନ୍ତି । ଟର୍ବୋ ଚାର୍ଜିଂ ଫିଚରରେ ଅତି କମ ସମୟରେ ବ୍ୟାଟରୀକୁ ଫୁଲ ଚାର୍ଜ କରିଥାଏ।

ସମ୍ବନ୍ଧିତ ଖବର