ଏହି ସେଟିଙ୍ଗ୍‌ ବିଷୟରେ ଆପଣ ଜାଣି ନ ଥିବେ, ଫାଷ୍ଟ୍‍ କରିଦେବ ଆପଣଙ୍କ ସ୍ମାଟ୍‌ର୍ଫୋନ୍‌କୁ

ଏଥିପାଇଁ କୌଣସି ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ ପଡ଼ିବ ନାହିଁ। କେବଳ ଫୋନ୍‌ ସେଟିଙ୍ଗ୍‌ରେ ଥିବା ଅପ୍‌ସନ୍‌ ବଦଳାଇ ଦେଲେ ଆପଣଙ୍କ ଫୋନ୍‌ ଫାଷ୍ଟ୍‍ ହୋଇଯିବ। ଯଦି ଆପଣଙ୍କ ଫୋନ୍‌ ସ୍ଲୋ ହୋଇଯାଇଛି ତେବେ ଏହି ସେଟିଙ୍ଗ୍‌ ମାଧ୍ୟମରେ ପୁଣି ତା’ର ସ୍ପିଡ୍‌ ବଢ଼ାଇ ଦିଅନ୍ତୁ। କିନ୍ତୁ ଆଇଟି ଏକ୍ସ୍‍ପର୍ଟ୍‌ଙ୍କ କହିବା ଅନୁସାରେ, ଏହା ନିର୍ଭର କରେ ଆଣ୍ଡ୍ରଏଡ୍‌ ଭର୍ସନ୍‌ ଓ ସଫ୍‌ଟ୍‌େଓ୍ଵର୍‌ ଅପ୍‌ଡେଟ୍‌ ଉପରେ। ଏଥିରେ ଅବଶ୍ୟ କେତେକ ଆଣ୍ଡ୍ରଏଡ୍‌ ଭର୍ସନ୍‌ କାମ କରି ନ ପାରେ। ଜାଣନ୍ତୁ କେବଳ ୩ଟି ଷ୍ଟେପ୍‌ରୁ ସେଟିଙ୍ଗ୍‌ କରିବାର ସମ୍ପୂର୍ଣ୍ଣ ପ୍ରୋସେସ୍‌….

ଷ୍ଟେପ୍‌ ୧: ଫୋନ୍‌ ସେଟିଙ୍ଗ୍‌ ଖୋଲି About ରେ କ୍ଲିକ୍‌ କରନ୍ତୁ। ଏବେ Build number ଅପ୍‌ସନ୍‌ ଦେଖାଯିବ। ସେ ଉପରେ ୫-୭ ଥର କ୍ଲିକ୍‌ କରନ୍ତୁ। ଷ୍ଟେପ୍‌ ୨: ୫-୭ ଥର କ୍ଲିକ୍‌ କରିଲା ପରେ ମୋବାଇଲ୍‌ ସେଟିଙ୍ଗ୍‌ସ୍‌ ରେ ହିଁ Developer options ଖୋଲିଯିବ। ବର୍ତ୍ତମାନ ଏହା ଉପରେ କ୍ଲିକ୍‌ କରନ୍ତୁ। ଷ୍ଟେପ୍‌ ୩: ଏଠାରେ ଆପଣଙ୍କୁ ତିନୋଟି ଅପ୍‌ସନ୍‌ ଦେଖାଯିବ – window transition scale, Animator duration scale, Simulate secondary displays। ଷ୍ଟେପ୍‌ ୪: ବର୍ତ୍ତମାନ Animation scale ଓ Animator duration scale କୁ None କରି ଦିଅନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କ ଫୋନ୍‌କୁ ଚଳାଇବା ପାଇଁ ଅଧିକ RAM ବ୍ୟବହାର ହେବ ନାହିଁ। ଏମିତିରେ ଫୋନ୍‌ ମଧ୍ୟ ଫାଷ୍ଟ୍‍ ଚାଲିବ।
Courtesy: DainikBhaskar
ସମ୍ବନ୍ଧିତ ଖବର