ଫେଲ୍‌ ପିଲାଙ୍କୁ ଏହି କଲେଜରେ ଆଡମିଶନ୍‌ ମିଳେ !

ଆଜିକାଲି ଅନେକ ଛାତ୍ରଛାତ୍ରୀ ବିଦେଶରେ ଯାଇ ପାଠ ପଢ଼ୁଛନ୍ତି। ଏମିତି ଏକ କଲେଜ୍‌ ଅଛି,ଯେଉଁଠି କେବଳ ଫେଲ୍‌ ଛାତ୍ରଛାତ୍ରୀଙ୍କୁ ଆଡମିସନ୍‌ ମିଳିଥାଏ। ଆମେରିକାରେ ଥିବା ଏହି କଲେଜର ନାଆଁ ହେଲା ‘ସ୍ମିଥ୍‌ କଲେଜ୍‌’।ଏହା ମେସା ଚ୍ୟୁସେଟ୍‌ ବିଶ୍ୱ ବିଦ୍ୟାଳୟ ଅଧିନରେ ରହିଛି। ଏଠାରେ ଫେଲ୍‌ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବିଶେଷ ପାଠ୍ୟକ୍ରମର ପ୍ରଚଳନ ରହିଛି। ଏହି ବିଶେଷ କୋର୍ସର ନାଆଁ ହେଲା ‘ଫେଲିଙ୍ଗ୍‌ ୱେଲ୍‌’।


ଯେଉଁ ଛାତ୍ରଛାତ୍ରୀମାନେ ଫେଲ୍‌ ହେବା ପରେ ନିଜର ଭବିଷ୍ୟତକୁ ନେଇ ଚିନ୍ତିତ ଥାଆନ୍ତି,ସେମାନେ ଏହି କୋର୍ସ ଜରିଆରେ କ୍ୟାରିଅରକୁ ନୂଆ ମୋଡ଼ ଦେଇପାରିବେ।ଏଠାରେ ନାଆଁ ଲେଖାଇଥିବା ବେଳେ କେବଳ ଏତିକି ତଥ୍ୟ ଦେବାକୁ ପଡ଼ିବ ଯେ ଆପଣ କେଉଁ ବିଷୟରେ ଫେଲ୍‌ ହୋଇଛନ୍ତି। କୌଣସି ସଂପର୍କ ବା ଗବେଷଣା ବା ଅନ୍ୟ କ୍ଷେତ୍ରରେ ଆପଣ ବିଫଳ ହୋଇଛନ୍ତି କି,ତାହା ଜାଣିବାକୁ ପଡ଼ିବ। ସେହି କ୍ଷେତ୍ରରେ କିପରି ସଫଳତା ପ୍ରାପ୍ତ କରିବେ,ତାହାର ଶିକ୍ଷା ଏହି କଲେଜ୍‌ରେ ଦିଆଯାଇଥାଏ। ଏହି କୋର୍ସ ଲାଗି କଲେଜରୁ ପ୍ରମାଣପତ୍ର ବି ମିଳିଥାଏ।

ସମ୍ବନ୍ଧିତ ଖବର