ପାଠ ପଢ଼ିବା ପାଇଁ ସ୍କୁଲରେ ବ୍ୟାଗରୁ ବହି କାଢ଼ିବା ସମୟରେ ବାହାରିଲା ନାଗ ସାପ, ତା’ପରେ..

0 1,152

ବେଙ୍ଗାଲୁରୁ: କର୍ଣ୍ଣାଟକରେ କାମରାଜନଗର ଜଣେ ଛାତ୍ରର ସ୍କୁଲ ବ୍ୟାଗରୁ ସାପ ବାହାରିବା ନେଇ ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଯାଇଛି। ପିଲାଟି ସ୍କୁଲ ପହଞ୍ଚିବା ପରେ ପାଠ ପଢ଼ିବା ପାଇଁ ବ୍ୟାଗ ଭିତରୁ ବହି ବାହାର କରୁଥିବା ସମୟରେ ହଠାତ୍‌ ଏକ ନାଗସାପ ଥିବା ଦେଖିବାକୁ ପାଇଥିଲା। ଏହାପରେ ପିଲାଟି ଚତ୍କାର କରିବା ସହିତ ବ୍ୟାଗଟିକୁ ଦୂରକୁ ଫିଙ୍ଗି ଦେଇଥିଲା।

ସୂଚନାଯୋଗ୍ୟ, ବେଙ୍ଗାଲୁରୁଠାରୁ ୯୦କିମି ଦକ୍ଷିଣରେ କୃଷ୍ଣାଗିରି ଜିଲ୍ଲା କାମରାଜନଗରସ୍ଥିତ ଏକ ସରକାରୀ ସ୍କୁଲରେ ଏଭଳି ଘଟଣା ଘଟିଛି। ପିଲାଟି ଶୁକ୍ରବାର ସ୍କୁଲରୁ ଫେରିବା ପରେ ଘରର ଏକ କୋଣରେ ସ୍କୁଲ ବ୍ୟାଗ ରଖିଥିଲା। ଶନିବାର ଓ ରବିବାର ଛୁଟି ଥିବା ହେତୁ ସେ ଆଉ ସ୍କୁଲ ବ୍ୟାଗରୁ ବହି ଖାତା ବାହାର କରି ନଥିଲା। ସୋମବାର ସ୍କୁଲ ଟାଇମ୍‌ ହେବାରୁ ସେ ଉକ୍ତ ବ୍ୟାଗଟିକୁ କାନ୍ଧରେ ଧରି ଚାଲି ଚାଲି ସ୍କୁଲରେ ଯାଇ ପହଁଞ୍ଚି ଥିଲା। ପ୍ରାର୍ଥନା ସରିବା ପରେ ଶ୍ରେଣୀଗୃହରେ ବସି ବ୍ୟାଗ ଖୋଲି ବହି ବାହାର କରୁଥିବା ବେଳେ ହଠାତ୍‌ କ’ଣ ଗୋଟେ ହଲଚଲ ହୋଇଥିବା ପିଲାଟି ଦେଖିବାକୁ ପାଇଥିଲା। କିଛି ସମୟ ପରେ ବ୍ୟାଗ୍‌ ଭିତରେ ଏକ ନାଗ ସାପ ଥିବା ଜାଣିବା ପରେ ପିଲାଟି ଚିତ୍କାର କରିବା ସହିତ ବ୍ୟାଗଟିକୁ ଦୂରକୁ ଫିଙ୍ଗି ଦେଇଥିଲା। ସୌଭାଗ୍ୟବଶତଃ ପିଲାଟି ସାର୍ପ ଦଂଶନରୁ ରକ୍ଷା ପାଇ ଯାଇଛି। କାରଣ ଯଦି ସେ ନଦେଖି ସ୍କୁଲ ବ୍ୟାଗ ଭିତରେ ହାତ ପୂରାଇ ଥାଆନ୍ତା ତେବେ ନିଶ୍ଚିୟ ଏକ ଅଘଟଣ ଘଟି ଯାଇଥାଆନ୍ତା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.