ଘର ସଫା ବେଳେ ମାରିଥିଲେ ୨ଟି ସାପ, ଧୀରେ ଧୀରେ ବାହାରିଲା ୫୦୦ରୁ ଉର୍ଧ୍ୱ ସାପ

ଆଲିଗଡ଼: ଉତ୍ତରପ୍ରଦେଶର ଆଲିଗଡ଼ ଠାରେ ଜଣେ ବ୍ୟକ୍ତିଙ୍କୁ ସାପ ମାରିବା ମହଙ୍ଗା ପଡ଼ିଛି। ସେ ଦୁଇଟି ସାପ ମାରିବା ପରେ ତା’ଙ୍କ ଘରୁ ଗୋଟିଏ ପରେ ଗୋଟିଏ ସାପ ବାହାରିବା ଖବର ମିଳିଛି। ଦେଖୁଦେଖୁ ଉକ୍ତ ବ୍ୟକ୍ତିଙ୍କ ଘରୁ ପାଖାପାଖି ୫୦୦ରୁ ଊର୍ଧ୍ୱ ସାପ ବାହାରିଥିଲା। ଯାହାକୁ ଗ୍ରାମବାସୀ ମିଶି ମାରି ଦେଇଥିଲେ। ଏବେ ବି ଘରୁ ସାପ ବାହାରୁ ଥିବା ଜଣାପଡ଼ିଛି। ବାରମ୍ବାର ଏଭଳି ସାପ ବାହାରୁଥିବା ଦେଖି ଘରଲୋକ ଓ ସ୍ଥାନୀୟଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା।

ଘଟଣା ଆଲିଗଡ଼ର ଥାନା ପିସାବା ଅଞ୍ଚଳର ଗ୍ରାମ ମଢ଼ା ହବିବପୁରରେ ଘଟିଛି। ଇମେନ୍ତ ଶର୍ମା ୧୨ଦିନ ପୂର୍ବରୁ ଘର ସଫା କରୁଥିଲେ। ସେତେବେଳ ଦୁଇଟି ସାପ ବାହାରିଥିଲା। ସେ ସେହି ସାପକୁ ମାରି ଦେଇଥିଲେ। ତା’ପର ଦିନ ରୋଷେଇ ଘର ଓ ଶୌଚାଳୟରେ ୧୨ରୁ ଅଧିକ ଛୋଟଛୋଟ ସାପ ଥିବା ଦେଖିବାକୁ ପାଇଥିଲେ। ଯାହାକୁ ଦେଖି ପରିଜନ ଭୟଭୀତ ହୋଇଯାଇଥିଲେ। ଘରୁ ସମସ୍ତ ସଦସ୍ୟ ବାହାରକୁ ଚାଲି ଯାଇଥିଲେ। ୧୨ଟି ସାପକୁ ଗ୍ରାମବାସୀ ମିଣି ପୁଣି ମାରି ଦେଇଥିଲେ।

ସାପ ଭୟରେ ହେମନ୍ତଙ୍କ ପରିବାର ନିଜ ଘର ଛାଡ଼ି ଅନ୍ୟ ଘରେ ରହୁଛନ୍ତି। କେବଳ ଆବଶ୍ୟକ ସାମଗ୍ରୀ ନେବା ପାଇଁ ଘରକୁ ଆସୁଛନ୍ତି। ହେମନ୍ତ ମାଆଙ୍କ କହିବାନୁସାରେ, ସାପକୁ ଦେଖି ସେ ଖୁବ୍‌ ଭୟଭୀତ ହୋଇପଡ଼ିଛନ୍ତି। ପ୍ରତିଦିନ ଘରୁ ୩୦ରୁ ୫୦ ସାପ ବାହାରୁ ଥିବାର ଦେଖିବାକୁ ମିଳୁଛି। ଏହି ସାପଙ୍କ କବଳରୁ ବର୍ତ୍ତିବା ପାଇଁ କୀଟନାଶକ ଔଷଧ ପ୍ରୟୋଗ କରାଯାଉଛି। ହେଲେ ବି ସାପ ପୂର୍ବ ଭଳି ବାହାରୁଛନ୍ତି। ସେହିପରି ସାପୁଆ କେଳା ଡାକିବା ପରେ ଘରର କାନ୍ଥ ଓ କବାଟ ଭାଙ୍ଗିବା ପରେ ସେଥିରୁ ବି ସାପ ବାହାରୁଛି।

ସାପୁଆ କେଳାର କହିବାନୁସାରେ, ହେମନ୍ତଙ୍କ ଘର ସାମ୍ନାରେ ଜଙ୍ଗଲ ରହିଛି। ଏହି ଜଙ୍ଗଲରୁ ବୋଧ ହୁଏ ସାପ ଆସି ସୁରକ୍ଷିତ ସ୍ଥାନ ଦେଖି ଘରେ ଅଣ୍ଡା ଦେଇ ଦେଇଥିଲା। ଅଣ୍ଡା ଫୁଟିବା ପରେ ଏହି ସାପଗୁଡ଼ିକ ବାହାରୁ ଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର