ସତରେ କ’ଣ ମୋଦିି, ଯୋଗୀ, କେଜ୍ରିଓ୍ଵାଲ୍‌, ଓବାମା ଆଦି ଗୋରା ହେବା ପାଇଁ ଖାଉଛନ୍ତି ଦାମିକିଆ ଛତୁ !

ନିକଟରେ ଜଣେ କଂଗ୍ରେସ ଜଣେ ନେତା ମତ ଦେଇଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦି ଗୋରା ହେବା ପାଇଁ ଦାମିକିଆ ଛତୁ(ଇମ୍ପୋର୍ଟେଡ୍‌ ମସ୍‌ରୁମ୍‌) ଖାଉଛନ୍ତି। ତାହା ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା ପାଲଟିଥିଲା। କେବଳ ଗଣମାଧ୍ୟମ କାହିଁକି, ସୋସିଆଲ୍‌ ମିଡିଆରେ ମଧ୍ୟ ଦେଖିବାକୁ ମିଳିଛି ଇମ୍ପୋର୍ଟେଡ୍‌ ମସ୍‌ରୁମ୍‌କୁ ନେଇ ଭିନ୍ନ ଭିନ୍ନ ବ୍ୟଙ୍ଗ। କେବଳ ମୋଦି ନୁହଁନ୍ତି ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର୍‌ରେ ଭିନ୍ନ ଭିନ୍ନ ନେତା ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ନେଇ ଦେଖିବାକୁ ମିଳିଛି ବ୍ୟାଙ୍ଗ। ଟୁଇଟର୍‌ ବ୍ୟବହାରକାରୀଙ୍କ ଏହି ବ୍ୟଙ୍ଗବାଣର ଶିକାର ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପ୍ରଖ୍ୟାତ ନୃତ୍ୟଶିଳ୍ପୀ ମାଇକେଲ୍‌ ଜାକ୍‌ସନ, ଅଭିନେତା ସଞ୍ଜୟ ଦତ୍ତ, ୟ୍ୟାମୀ ଗୌତମ ଏବଂ ସୁପର୍‌ଷ୍ଟାର୍‌ ଶାହାରୁଖ ଖାନଙ୍କ ପରିବାର ପ୍ରମୁଖ। କେହି କେହି ଇମ୍ଫୋର୍ଟେଡ ମସ୍‌ରୁମ୍‌ ପ୍ରଭାବରେ ଫେୟାର ଆଣ୍ଡ୍‌ ଲଭ୍‌ଲି କ୍ରିମ୍‌ ଚାହିଦା ବଜାରରେ କମ୍‌ ହୋଇଯାଇଛି ବୋଲି ଟୁଇଟ୍‌ କରି ବ୍ୟଙ୍ଗ କରିଛନ୍ତି। ଆସନ୍ତୁ ସେ ଟୁଇଟ୍‌ ଗୁଡ଼ିକ ଉପରେ ନଜର ପକାଇବା।

 

(ବି.ଦ୍ର:ଏହି ଖବରରେ କୌଣସି ସତ୍ୟତା ନାହିଁ। ଏହା ଏକ ବ୍ୟଙ୍ଗ ମାତ୍ର। ଏହାକୁ ଆମେ ଜାତୀୟ ଗଣମାଧ୍ୟମ ସଂସ୍ଥା ‘ଟାଇମ୍‌ସ୍ ଅଫ୍‌ ଇଣ୍ଡିଆ’ରୁ ସଂଗ୍ରହ କରିଛୁ)

ସମ୍ବନ୍ଧିତ ଖବର