ଏହି ଯାଦୁଗର ନିଜ ଯାଦୁ ବଳରେ ତାଜମହଲକୁ ଅଦୃଶ୍ୟ କରାଇ ଦେଇଥିଲେ; ଜାଣନ୍ତୁ ତାଜ୍‌ମହଲ ସଂପର୍କିତ ୧୦ ଅଜଣା ତଥ୍ୟ

0 2,515

ବିଶ୍ୱରେ ଥିବା ସପ୍ତମ ଆଶ୍ଚର୍ଯ୍ୟ ମଧ୍ୟରୁ ଆଗ୍ରାର ତାଜ୍‌ମହଲ ଅନ୍ୟତମ। ତାଜ୍‌ମହଲ ସଂପର୍କିତ ଏପରି ଗୁଡ଼ାଏ ତଥ୍ୟ ଅଛି ଯାହା ସବୁ ଲୋକ ଜାଣନ୍ତି ନାହିଁ। ସେପରି କିଛି ତଥ୍ୟ ଆଜି ଆମେ ନିମ୍ନରେ ଆଲୋଚନା କରିଛୁ।

– ବିଭିନ୍ନ ଦେଶରୁ ଆସିଥିବା ସମୁଦାୟ ୨୮ ପ୍ରକାରର ଦାମିକିଆ ପଥର ତାଜ୍‌ମହଲରେ ବ୍ୟବହୃତ ହୋଇଛି।

– ଭୂମିକମ୍ପକରୁ ସୁରକ୍ଷା ଦେବା ଲକ୍ଷ୍ୟରେ ଜାତ୍‌ମହଲ୍‌ର ୪ଟି ମିନାର୍‌କୁ ଟିକେ ଅଣେଇକି ତିଆରି କରାଯାଇଛି। ଫଳରେ ଯେତେ ଭୂକମ୍ପ ହେଲେ ବି ଏହା ଠଳିପଡ଼ିବ ନାହିଁ।

– ଗୋଟାଏ ଦିନରେ ତାଜ୍‌ମହଲ୍‌ ତିନି ପ୍ରକାରର ରଂଗ ପରିବର୍ତ୍ତନ କରେ। ଏହା ଜଣେ ନାରୀର ମନ ପରିବର୍ତ୍ତନକୁ ସୂଚୀତ କରେ।

– ତାଜ୍‌ମହଲର ଏକ କାନ୍ଥରେ ଆଲ୍ଲାଙ୍କର ୯୯ ନାମ ଖୋଦେଇ କରାଯାଇଛି, ଏହା ହୁଏତ ଆପଣ କେବେ ନଜର କରିନଥିବେ।

– ଶାହାଜାହାନ ଏକ କଳା ତାଜମହଲ ନିର୍ମାଣ କରିବା ଲକ୍ଷ୍ୟ ବି ରଖିଥିଲେ, ମାତ୍ର ଦୁଇଟି ତାଜ୍‌ମହଲ ହେଲେ ଗୁରୁତ୍ୱ କମ୍‌ ହୋଇଯିବ ଭାବ ପରବର୍ତ୍ତି ମୁହୂର୍ତ୍ତରେ ନିଷ୍ପତ୍ତି ବଦଳାଇଥିଲେ।

Panda Mobile only

– ତାଜ୍‌ମହଲ ତିଆରି ସଂପୂର୍ଣ୍ଣ ହେବାକୁ ଦୀର୍ଘ ୨୨ ବର୍ଷ ସମୟ ଲାଗିଥିଲା।

– ବିଶ୍ୱାସ ରହିଛି ଯେ ତାଜ୍‌ମହଲରେ ଥିବା ଗୁପ୍ତ ଗୃହ ଦୁଆର ଦେଇ ସେ ସମୟରେ ଶାହାଜାହାନ ଯିବା ଆସିବା କରୁଥିଲେ।

– ଜାଜ୍‌ମହଲର ବାହାର ପାର୍ଶ୍ୱରେ ଶାହାଜାହାନଙ୍କ ଅନ୍ୟ ପତ୍ନୀଙ୍କୁ ମଧ୍ୟ ପୋତା ଯାଇଛି।

– ଜାଜ୍‌ମହଲ ନିର୍ମାଣ ବେଳେ ୧୦୦୦ ରୁ ଊର୍ଧ୍ୱ ହାତୀ ବ୍ୟବହୃତ ହୋଇଥିଲେ।

– ୨୦୦୦ ମସିହାରେ ଯାଦୁକର ପିସି ସରକାର ତାଜ୍‌ମହଲକୁ ତାଙ୍କ ଯାଦୁରେ ଅଦୃଶ୍ୟ କରାଇ ଦେଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.