ପୁରାଣରେ ବର୍ଣ୍ଣିତ ଏହି ସବୁ ଅଭିଶାପର ଆଜି ମଧ୍ୟ ମାନ୍ୟତା ରହିଛି

ହିନ୍ଦୁଧର୍ମର ପୁରାଣ ଓ ଶାସ୍ତ୍ରରେ ଅଭିଶାପ ସଂପର୍କରେ ଅନେକ କଥାକାହାଣୀ ରହିଛି । ଦେବଗଣଙ୍କଠାରୁ ଆରମ୍ଭ କରି ରାକ୍ଷାସ ପର୍ଯ୍ୟନ୍ତ କେହି ମଧ୍ୟ ଅଭିଶାପରୁ ବର୍ତ୍ତି ରହିନାହାନ୍ତି। ଅଭିଶାପ ଦ୍ୱାରା ଅନେକଙ୍କର ବଂଶ ତଥା ସେମାନେ ସ୍ୱୟଂ ନଷ୍ଟ ହୋଇଯାଇଛନ୍ତି । ପୁରାତନ କାଳରେ ଅନେକ ଦେବତା, ଋଷି ଏବଂ ରାକ୍ଷାସଙ୍କୁ ଅଭିଶାପ ମିଳିଛି ତେବେ ସେଥି ମଧ୍ୟରୁ ଏପରି କିଛି ଅଭିଶାପ ରହିଛି ଯାହାକୁ ଆଜି ମଧ୍ୟ ଲୋକ ମନେ ରଖିଛନ୍ତି । ଆସନ୍ତୁ ଜାଣିବା ସେହି ଅଭିଶାପମାନଙ୍କ ବିଷୟରେ ।

Lonely Philosopher

ମହାଭାରତ ଯୁଦ୍ଧ ଶେଷ ହେବା ପରେ ମାତା କୁନ୍ତୀ ଯୁଧିଷ୍ଠିରଙ୍କୁ କର୍ଣ୍ଣ ତାଙ୍କର ପ୍ରକୃତ ଭାଇ ବୋଲି କହିଥିଲେ । ଏହା ଶୁଣିବା ପରେ ଯୁଧିଷ୍ଠିର କ୍ରୋଧିତ ହୋଇ ସଂପୂର୍ଣ୍ଣ ମହିଳା ସମାଜକୁ ନିଜ ମଧ୍ୟରେ କିଛି କଥା ଲୁଚାଇ ପାରିବେ ନାହିଁ ବୋଲି ଅଭିଶାପ ଦେଇଥିଲେ ।

ମହାଭାରତରେ ଗାନ୍ଧାରୀ ଶ୍ରୀକୃଷ୍ଣଙ୍କୁ ଯଦୁ ବଂଶ ଧ୍ୱଂସ ହେଉ ବୋଲି ଅଭିଶାପ ଦେଇଥିଲେ । ଯେପରି ପାଣ୍ଡବ ଏବଂ କୌରବଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇ ତାଙ୍କ ବଂଶ ନଷ୍ଟ ହୋଇଯାଇଥିଲା, ସେହିପରି ଏହାର କିଛି କାଳ ପରେ ସେ ମଧ୍ୟ ତାଙ୍କ ବନ୍ଧୁବାନ୍ଧବଙ୍କୁ ହତ୍ୟା କରିବେ ବୋଲି କହିଥିଲେ । ଶ୍ରୀକୃଷ୍ଣ ଯଦୁ ବଂଶ ନାଶ କରିଥିଲେ।

Indian Mythology

ରାଜା ଅନରଣ୍ୟଙ୍କର ରାବଣ ସହ ଯୁଦ୍ଧ ସମୟରେ ଅଭିଶାପ ଦେଇଥିଲେ ତାଙ୍କର ହତ୍ୟା ଜଣେ ରଘୁବଂଶୀଙ୍କ ଦ୍ୱାରା ହିଁ ହେବ।

ମହାଭାରତ ଯୁଦ୍ଧ ପୂର୍ବରୁ ଉର୍ବଶୀ ଅର୍ଜୁନଙ୍କୁ ଅଭିଶାପ ଦେଇଥିଲେ କି ସେ ନପୁଂସକ ହୋଇଯିବେ ଏବଂ ମହିଳାଙ୍କ ମଧ୍ୟରେ ନର୍ତ୍ତକୀ ଭାବେ ରହିବେ ।

ସମ୍ବନ୍ଧିତ ଖବର