ନିଜେ ସମୟ ଦେଇ ପାରୁ ନଥିବାରୁ ବିଧବା ମା’ ପାଇଁ ବର ଖୋଜୁଛି ପୁଅ

କୋଲକାତା: ପଶ୍ଚିମବଙ୍ଗରୁ ହୁଗୁଳି ଜିଲ୍ଲା ଫ୍ରେଞ୍ଚ କଲୋନୀର ଜଣେ ଯୁବକ ନିଜ ମା’ ପାଇଁ ଯୋଗ୍ୟ ବର ଖୋଜୁଛନ୍ତି। ଆଉ ଏଥିପାଇଁ ଯୁବକ ଜଣକ ଫେସବୁକରେ ଏକ ପୋଷ୍ଟ ବି କରିଛନ୍ତି । ଏହି ଯୁବକଙ୍କ ନାମ ଗୌରବ ଅଧିକାରୀ ବୋଲି ଜଣାପଡ଼ିଛି।

ଫେସବୁକ୍‌ ପୋଷ୍ଟରେ ଗୌରବ ଲେଖିଛନ୍ତି, ତାଙ୍କ ମା’ ପିତାଙ୍କ ମୃତ୍ୟୁ ପରେ ଏକୁଟିଆ ହୋଇଯାଇଛନ୍ତି । ଘର ଚଳାଇବା ପାଇଁ ଗୌରବ ସବୁବେଳେ ବାହାରେ ରୁହନ୍ତି । ସବୁଦିନ ସକାଳ ୭ଟାରୁ ଅଫିସ୍‌ ଯାଆନ୍ତି । ଆଉ ଫେରିବା ବେଳକୁ ରାତି ହୋଇ ଯାଇଥାଏ। ଦିନ ସାରା ଘରେ ମା’ ଡୋଳା ଅଧିକାରୀ ପୁରାପୁରି ଏକୁଟିଆ ଥାଆନ୍ତି। ସେ ଚାହିଁକି ବି ତାଙ୍କୁ ସମୟ ଦେଇ ପାରନ୍ତି ନାହିଁ। ଏପରିସ୍ଥଳରେ ତାଙ୍କୁ ସାଥୀଟିଏ ଆବଶ୍ୟକ ବୋଲି ସେ ଭାବୁଛନ୍ତି। ତେଣୁ ମା’ଙ୍କ ଏକୁଟିଆପଣକୁ ଦୂର କରିବାକୁ ଯୋଗ୍ୟ ବର ପାତ୍ର ଟିଏ ଖୋଜୁଛନ୍ତି।

ତେବେ ଏପରିି ଘଟଣା ନୂଆ ନୁହେଁ ପୂର୍ବରୁ ମଧ୍ୟ ଦୁଇ ଜଣ ଯୁବତୀ ମା’ ପାଇଁ ବର ଖୋଜି ଚର୍ଚ୍ଚାକୁ ଆସିଥିଲେ।

ସମ୍ବନ୍ଧିତ ଖବର