ଚର୍ଚ୍ଚାରେ ଚା’ ବିକାଳିଙ୍କ ପୁଅ, କାନାଡା କମ୍ପାନୀରୁ ମିଳିଲା କୋଟିଏ ଟଙ୍କାର ଚାକିରି ଅଫର

ନୂଆଦିଲ୍ଲୀ : ପାଠ ପଢ଼ା ସରିବା ପରେ ସବୁ ଯୁବକ-ଯୁବତୀ ଏକ ଭଲ  ଚାକିରିର ଆଶା ରଖିଥାନ୍ତି । ନିଜ ଘର ଚଳାଇବା ସହ ସୁଖମୟ ଜୀବନ ବିତାଇବା ପାଇଁ ପିଲମାନେ ଅଧିକ ଦରମାରେ ଚାକିରି କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି । କିନ୍ତୁ ୨୧ବର୍ଷୀୟ ସଚ୍ଚିନ ସନଓ୍ଵାଲଙ୍କୁ କୋଟିଏ ଟଙ୍କାର ଚାକିରି ଅଫର ମିଳିଥିବା ବେଳେ ସେ ଏହାକୁ ହାତଛଡ଼ା କରିବାକୁ ଚାହୁଁଥିବା ଜଣାପଡ଼ିଛି । କାନାଡାରେ ତାଙ୍କୁ ଏକ କମ୍ପାନୀର ଆଇଟି ଡେଭଲପ୍‌ର ଭାବରେ ନିଯୁକ୍ତି ମିଳୁଥିବା ବେଳେ ସେ ବିଦେଶରେ ଚାକିରି କରିବେ କି ନାହିଁ ସେ ନେଇ ଦ୍ୱନ୍ଦ୍ବରେ ପଡ଼ିଛନ୍ତି । ଭାରତର କୌଣସି କମ୍ପାନୀରେ କାମ କରିବାର ଇଚ୍ଛା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ସଚ୍ଚିନ ବିର୍‌ଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆପ୍ଲାଏଡ୍‌ ସାଇନ୍ସରେ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ ଇଞ୍ଜିନିୟରିଂର ଶେଷ ବର୍ଷରେ ଥିବା ବେଳେ ତାଙ୍କୁ ଏଭଳି ବଡ଼ ଅଫର ମିଳିବା ପରେ ଚର୍ଚ୍ଚା ଜୋର ଧରିଛି । ପରିବାର ଲୋକେ ଖୁସିଥିବା ବେଳେ ସଚ୍ଚିନ କିନ୍ତୁ ଭାରତରେ କିଛି କରିବାକୁ ଚାହୁଁଥିବାରୁ କୋଟିଏ ଟଙ୍କାର ଅଫରକୁ ହାତଛଡ଼ା କରିବେ ବୋଲି ଚିନ୍ତା କରୁଥିବା ଜଣା ପଡ଼ିଛି ।

Dellywood

ବାପା ଜଣେ ଚା’ ବିକାଳି ହୋଇଥିବା ବେଳେ ସଚ୍ଚିନଙ୍କୁ ଏଭଳି ସଫଳତା ମିଳିବା ଏବେ ତାଙ୍କୁ ପ୍ରଶଂସାର ପାତ୍ର ବନାଇଛି । ସଚ୍ଚିନଙ୍କ କହିବା ଅନୁଯାୟୀ, ମୁଁ ଲିଙ୍କଡ୍‌ଇନ୍‌ ମାଧ୍ୟମରେ ସର୍ଫିଙ୍ଗ କରୁଥିବା ସମୟରେ କାନାଡାର ଏକ କମ୍ପାନୀରେ ଆଇଟି ଡେଭଲପ୍‌ର ଆବଶ୍ୟକ ଥିବା ଦେଖିଥିଲି। ମୁଁ ଏବଂ ମୋର ଅନେକ ବନ୍ଧୁ ଏହି ଗୋଟେ ଚାକିରି ପାଇଁ ଆବେଦନ କରିଥିଲୁ । କିନ୍ତୁ ପରେ କେବଳ ମୋତେ ଚାକିରି ପାଇଁ ବଛା ଯାଇଥିଲା । ଆମ ପରିବାରରେ ପ୍ରଥମେ କେହି ବାହାରକୁ ଯାଇ ନାହାନ୍ତି । ପ୍ରଥମେ ମୁଁ ଯାଉଥିବାରୁ ଘରେ ଖୁସି ଥିବା ସହ ଚିନ୍ତିିତ ମଧ୍ୟ ଅଛନ୍ତି । ବିଦେଶରେ ଚାକିରି ଜୀବନ କେମିତି ରହିବ ବୋଲି ଭାବି ମୁଁ ଭାରତୀୟ କମ୍ପାନୀରେ କାମ କରିବାକୁ ଚାହୁଁଛି ବୋଲି କହିଛନ୍ତି ସଚ୍ଚିନ । ତେବେ ସେ କାନାଡା ଯାଇ ଚାକିରି କରୁଛନ୍ତି କି ନାହଁ, ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର