ଯୁବ ଭାରତୀୟଙ୍କ ମଧ୍ୟରେ ବୃଦ୍ଧି ପାଉଛି ସ୍ପଣ୍ଡିଲାଇଟିସ୍‌ ସମସ୍ୟା

0 485

ନୂଆଦିଲ୍ଲୀ : ଏବେ ଭାରତର ୨୦-୩୦ ବର୍ଷ ବୟସ୍କ ଯୁବବର୍ଗଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଙ୍କୟୋଲୋଜିଂ ସ୍ପଣ୍ଡିଲାଇଟିସ୍‌(ଏଏସ୍‌) ସମସ୍ୟା। ଏନେଇ ମେଡିକାଲ ବିଶେଷଜ୍ଞ ମତ ପୋଷଣ କରିଛନ୍ତି । ଏହି ରୋଗ ଏବେ ଭାରତରେ ଏହାର କାୟା ବିସ୍ତାର କରିବାରେ ଳାଗିଛି। ପ୍ରତି ୧୦ ଜଣରେ ଜଣେ ଯୁବ ଭାରତୀୟ ଏହିରୋଗରେ ପୀଡିତ।

ଆଙ୍କୟୋଲୋଜିଂ ସ୍ପଣ୍ଡିଲାଇଟିସ୍‌(ଏଏସ୍‌) ସମ୍ପର୍କରେ ଭୁବନେଶ୍ୱର ଆମ୍ରି ହସପିଟାଲର ଅର୍ଥୋପେଡ଼ିକ୍‌ ସର୍ଜନ ଡାକ୍ତର ସନ୍ଦୀପ୍‌ ବିଶ୍ୱାଳ କୁହନ୍ତି ‘ ଏହା ଏକ ପ୍ରକାର ହାଡଗଣ୍ଠି ଯନ୍ତ୍ରଣା ବା ଆରଥ୍ରିଟିସ୍‌। ଏହା ଦ୍ୱାରା ମେରୁଦଣ୍ଡରେ ନିରନ୍ତର ଯନ୍ତ୍ରଣା ହୋଇଥାଏ। ଫଳରେ ଜଣେ ବେକ ବୁଲାଇବାକୁ ତଥା ତଳ ଅଂଶ ଚଳପ୍ରଚଳ କରାଇବାରେ କଷ୍ଟ ଅନୁଭବ କରିଥା‘ି। ଏହାଯୋଗୁ ହାଡ଼ ବୃଦ୍ଧି ମଧ୍ୟ ହୋଇଥାଏ। ଫଳରେ ବୋନ୍‌ ଫ୍ୟୁଜନ ହୋଇଥାଏ। ଏପରି ହେଲେ ପିଠିର ତଳ ଅଂଶରେ ପ୍ରବଳ ଯନ୍ତ୍ରଣା ହୋଇଥାଏ। ତଳ ଭାଗରେ ଅଧିକ ଯନ୍ତ୍ରଣା ହେବା ସହିତ ଧୀରେ ଧୀରେ ଏହାଂ ମେରୁଦଣ୍ଡର ଉପର ଅଂଶକୁ ବ୍ୟାପିଥାଏ। ଏସବୁ ଆଙ୍କୟୋଲୋଜିଂ ସ୍ପଣ୍ଡିଲାଇଟିସ୍‌(ଏଏସ୍‌)ର ଲକ୍ଷଣ। ଯେଉଁ ବ୍ୟକ୍ତିଙ୍କ ରକ୍ତରେ ଏଚଏଲଏ-ବି ୨୭ ଆଣ୍ଟିଜେନ ରହିଥାଏ ସେମାନଙ୍କଠାରେ ଏହିରୋଗ ଅଧିକ ଦେଖିବାକୁ ମିଳିଥାଏ। କାରଣ ଏହି ଆଣ୍ଟିଜେନ୍‌ ହ୍ଵାଇଟ୍‌ ବ୍ଲଡ୍‌ ସେଲ୍‌ ପୃଷ୍ଠଭାଗରେ ରହିଥାଏ। ଏହା ଶରୀର ରୋଗ ପ୍ରତିଷେଧକ ଶକ୍ତି ହ୍ରାସ କରାଇବାରେ ଗ୍ରହଣ କରିଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା।

ସୁସ୍ଥ ମେରୁଦଣ୍ଡ ଯେକୌଣସି ଦିଗରେ ଘୁରିବାକୁ ସକ୍ଷମ ହୋଇଥାଏ। ଏହାମଧ୍ୟରେ ଥିବା ଲିଗାମେଣ୍ଟ ବଙ୍କାଇବାରେ ଏବଂ ଘୁରିବାରେ ସହାୟତା କରିଥାଏ। ମାତ୍ର କ୍ୟାଲସିଫିକେସନ୍‌ ଦ୍ୱାରା ରୋଗୀ ମେରୁଦଣ୍ଡକୁ ସହଜରେ ଘୁରାଇବାକୁ ସକ୍ଷମ ହୋଇ ନ ଥାଏ। ପରିବର୍ତ୍ତିତ ଜୀବନଶୈଳୀ, ଭଲ ଭାବେ ନ ବସିବା, ଅତ୍ୟଧିକ ମାନସିକ ଚାପ ଏବଂ ଲଗାତର କାର୍ଯ୍ୟ ଯୋଗୁ ହାଡ଼ ଏବଂ ଗଣ୍ଠି ଉପରେ ପଡ଼ିଥାଏ ନକାରତ୍ମକ ପ୍ରଭାବ।

ଏହି ସମସ୍ୟା ତଥା ସ୍ଥିତର ନିରାକରଣ ପାଇଁ ଚିକିତ୍ସକଙ୍କ ସହାୟତାରେ ଏହାର ଚିହ୍ନଟ ପଶ୍ଚାତ ଭାଗ ଏବଂ ପେଲଭିସ୍‌ର ଏକ୍ସ-ରେ କରାଇବା ଏକାନ୍ତ ଜରୁରୀ। ଏହାର କୌଣସି ସ୍ଥାୟୀ ନିରାକରଣ ନ ଥିଲେ ମଧ୍ୟ ଆବଶ୍ୟକ ଅକୁପେସନାଲ ଏବଂ ଫିଜିକାଲ ଥେରାପି, ବ୍ୟାୟାମ ଏବଂ ଔଷଧ ଗ୍ରହଣ ଦ୍ୱାରା ସ୍ଥିତରେ କିଛିଟା ସହାୟତା ମିଳିପାରିଥାଏ। ଏହାଦ୍ୱାରା ପ୍ରଭାବିତ ଅଂଶରେ ମାଂସପେଶୀକୁ ସୂୁଦୃଢ଼ କରାଯିବା ସହିତ ଚଳପ୍ରଚଳ ପ୍ରକିୟାକୁ ରୁଦ୍ଧିମନ୍ତ କରାଯାଇ ପାରିଥାଏ। ଅତିଗୁରୁତର କ୍ଷେତ୍ରରେ ହିପ୍‌ ରିପ୍ଲେସମେଣ୍ଟ କରାଯିବାର ଆବଶ୍ୟକତା ରହିଥାଏ। ଏହି ପ୍ରକିୟାରେ ପ୍ରଭାବିତ ଅଂଶକୁ ରିପ୍ଲେସ୍‌ କରାଯାଇଥାଏ। ଯାହଦ୍ୱାରା ମେରୁଦଣ୍ଡରେ ଭାରସାମ୍ୟ ରଖାଯାଇ ପାରିଥାଏ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.