ଶ୍ରୀକୃଷ୍ଣଙ୍କଠାରୁ ପ୍ରତ୍ୟେକ ପୁରୁଷ ଏହି ପାଞ୍ଚଟି କଥା ଶିଖିବା ଉଚିତ

ଆସୁଛି ଜନ୍ମାଷ୍ଟମୀ । ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମତିଥି। ଭଗବାନ ଶ୍ରୀକୃଷ୍ଣ ହିନ୍ଦୁମାନଙ୍କର ପରମ ଆରାଧ୍ୟ ଦେବତାମାନଙ୍କ ଭିତରୁ ଜଣେ । ତାଙ୍କ ଜୀବନରୁ ଅନେକ କଥା ଶିଖିବାକୁ ମିଳିଥାଏ। ସେଥି ମଧ୍ୟରୁ ପାଞ୍ଚଟି କଥା ପୁରୁଷମାନେ ଶିକ୍ଷା କରିବା ଉଚିତ ଯାହା ଜାଣିଲେ ଜଣେ ଭଲ ମଣିଷ ହୋଇପାରିବେ ପୁରୁଷ।
ଆସନ୍ତୁ ଜାଣିବା ସେସବୁ କ’ଣ?
ପ୍ରକୃତ ପ୍ରେମ:ବୃନ୍ଦାବନରେ ରାଧାଙ୍କ ସହିତ ଏମିତି ଅନେକ ଗୋପୀ ଥିଲେ। ଯେଉଁମାନେ ଶ୍ରୀକୃଷ୍ଣଙ୍କୁ ପ୍ରେମ କରୁଥିଲେ। କିନ୍ତୁ ଶ୍ରୀକୃଷ୍ଣ ରାଧାଙ୍କୁ ପ୍ରେମ କରୁଥିଲେ,ଅନ୍ୟମାନଙ୍କୁ ସମ୍ମାନ କରୁଥିଲେ।କେବେ ବି ସେ ଅନ୍ୟମାନଙ୍କୁ ହତାଦର କରି ନାହାନ୍ତି କି ରାଧାଙ୍କ ସଙ୍ଗ ତ୍ୟାଗ କରି ନାହାନ୍ତି।
ଗୁରୁଙ୍କ ପ୍ରତି ଆଦର: ଭଗବାନ ବିଷ୍ଣୁଙ୍କ ଅବତାର ହୋଇ ମଧ୍ୟ ଶ୍ରୀକୃଷ୍ଣ ନିଜର ଗୁରୁମାନଙ୍କୁ ଖୁବ୍‌ ଆଦର କରୁଥିଲେ। ସେ ସେମାନଙ୍କୁ ସମ୍ମାନ ଦେଉଥିିଲେ।ସେ ଏକାଧିକ ଗୁରୁ ବରଣ କରି ମଧ୍ୟ ସମସ୍ତଙ୍କୁ ସମାନଦୃଷ୍ଟିରେ ଦେଖୁଥିଲେ।
ପିତା-ମାତାଙ୍କୁ ଭକ୍ତି: ଭଗବାନ ଶ୍ରୀକୃଷ୍ଣ ବସୁଦେବ ଓ ଦେବକୀଙ୍କ ପୁତ୍ର ରୂପେ ଜନ୍ମ ନେଇଥିଲେ ବି ତାଙ୍କର ଲାଳନ ପାଳନ କରିଥିଲେ ନନ୍ଦ ରାଜା ଓ ମାତା ଯଶୋଦା। ସେ ଉଭୟଙ୍କୁ ପିତା-ମାତା ରୂପେ ଭକ୍ତି କରୁଥିଲେ। ଏଥିରୁ ଶ୍ରୀକୃଷ୍ଣ ପ୍ରମାଣିତ କରିଥିଲେ ଯେ ଜୀବନରେ ପିତାମାତାଙ୍କ ସ୍ଥାନ ସବୁଠାରୁ ଉର୍ଦ୍ଧ୍ୱରେ।
ବନ୍ଧୁତା: ଶ୍ରୀକୃଷ୍ଣ ଜଣେ ବନ୍ଧୁବତ୍ସଳ ବ୍ୟକ୍ତି ଥିଲେ। ସେ ଗରିବ ସୁଦାମାଙ୍କ ସହିତ ଯେଉଁଭଳି ବନ୍ଧୁତାର ନିଦର୍ଶନ ଦେଇ ଯାଇଛନ୍ତି, ତାହା ବିରଳ। ସେ ଅର୍ଜୁନଙ୍କୁ ସଖାଭାବେ ଗ୍ରହର କରି ଉପଯୁକ୍ତ ମାର୍ଗଦର୍ଶନ କରିଥିଲେ। ଭଗବାନ ଶ୍ରୀକୃଷ୍ଣ ଦର୍ଶାଇଛନ୍ତି ଯେ ବନ୍ଧୁତାର ଉଚ୍ଚ-ନୀଚ୍ଚ, ଧନୀ-ଗରିବ ଓ ଛୋଟ ବଡ଼ର ପ୍ରତିବନ୍ଧକ ନାହିଁ।


ମୋହମୁକ୍ତ ହେବା: ଭଗବାନ-ଶ୍ରୀକୃଷ୍ଣ ସଖା ଅର୍ଜୁନଙ୍କୁ ମୋହମୁକ୍ତ ହେବା ଲାଗି ଉପଦେଶ ଦେଇଛନ୍ତି। ସମସ୍ତଙ୍କୁ କେବଳ ସତ୍ୟ ଓ ନ୍ୟାୟରେ ତଉଲିବା ଉଚିତ ବୋଲି ସେ କହିଛନ୍ତି। ଜଣେ ମୋହମୁକ୍ତ ହୋଇପାରିଲେ, କେବଳ ତାହା ସମ୍ଭବ ବୋଲି ସେ କହିଛନ୍ତି। ଭଗବାନ ଶ୍ରୀକୃଷ୍ଣ ଏଥିପାଇଁ ପୁରୁଷଙ୍କ ପାଇଁ ଆଦର୍ଶ।

ସମ୍ବନ୍ଧିତ ଖବର