ଜାଣନ୍ତି କି ! ଭଗବାନ ଶ୍ରୀରାମଚନ୍ଦ୍ରଙ୍କଦ୍ୱାରା ପ୍ରତିଷ୍ଠା ହୋଇଥିଲା ପୁରୀର ଏହି ମନ୍ଦିର !

ଶ୍ରାବଣ ମାସର ପ୍ରତି ସୋମବାର ଦିନ ବୋଲବମ୍‌ ଭକ୍ତମାନେ ବିଭିନ୍ନ ଶୈବପୀଠକୁ ଆସି ଜଳ ଢ଼ାଳିଥାନ୍ତି। ଏହି ସମୟରେ ଭକ୍ତମାନଙ୍କର ବିଶେଷ ସମାଗମ ହୋଇଥାଏ ଶ୍ରୀ ଲୋକନାଥ ମନ୍ଦିରକୁ। ସେମାନେ ବିଭିନ୍ନ ପବିିତ୍ର ନଦୀରୁ ଜଳ ଆଣି ନିଜର ମନସ୍କାମନା ପୂରଣ ନିମିତ୍ତ ପ୍ରଭୁ ଲୋକମାନଙ୍କର ଜଳାଭିଷେକ କରିଥାଆନ୍ତି। ଭକ୍ତମାନେ କଟକ,ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନର ଆସି ଏଠାରେ ପହଞ୍ଚିଥାନ୍ତି। ସାଙ୍ଗରେବିଭିନ୍ନ ପବିିତ୍ର ନଦୀର ଜଳ ନେଇ ଆସିଥାନ୍ତି।
ପୁରୀ ସହରରେ ଅବସ୍ଥିତ ଲୋକନାଥ ମନ୍ଦିର ଓଡିଶାର ଅନ୍ୟତମ ପ୍ରାଚୀନ ଶୈବ ପୀଠ। ପୁରୀରେ ଶ୍ରୀଲୋକନାଥ ମନ୍ଦିରକୁ ଆସୁଥିବା ଅଧିକାଂଶ ଶ୍ରଦ୍ଧାଳୁ ଶିବଭକ୍ତ ଏଠାକୁ ଆସି ପୂଜାର୍ଚ୍ଚନା କରିଥାଆନ୍ତି। ଏହା ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା ବୋଲି କୁହାଯାଏ।


ଶ୍ରୀ ଲୋକନାଥ ମନ୍ଦିର ନିକଟରେ ଏକ ପୁଷ୍କରିଣୀ ରହିଛି। ଏହା ପୁରୀର ଜଗନ୍ନାଥ ମନ୍ଦିରଠାରୁ ପ୍ରାୟ ଛଅ କିଲୋମିଟର ଦୂରରେ ଅବସ୍ଥିତ। ଏତଦ୍‌ବ୍ୟତୀତ ଏଠାରେ ଶିବରାତ୍ରି ଅବସରରେ ଏକ ବଡ ମେଳା (ଜାଗର ମେଳା) ବି ଅନୁଷ୍ଠିତ ହୋଇଥାଏ। ଶ୍ରୀ ଲୋକନାଥ ହେଉଛନ୍ତି ପ୍ରତ୍ୟକ୍ଷ ଦେବତା ବୋଲି କୁହାଯାଏ।

ସମ୍ବନ୍ଧିତ ଖବର