ଭଗବଦ୍‌ ଗୀତାର ଏହି କେତୋଟି କଥା ଆପଣଙ୍କ ଜୀବନ ବଦଳାଇ ଦେବ; ମଣିଷ ଜୀବନରେ ଏକମାତ୍ର ସମସ୍ୟା

ଶ୍ରୀମଦ୍‌ ଭଗବଦ୍‌ ଗୀତା ହେଉଛି ଜ୍ଞାନର ଭଣ୍ଡାର। ଏହି ପୁସ୍ତକର ପ୍ରତିଟି ଶବ୍ଦ, ପ୍ରତିଟି ଅକ୍ଷର ଗୁରୁତ୍ୱପୂର୍ଣ୍ଣ। ଏଥିରୁ ଦୈନିକ କିଛି କିଛି ଶିଖି ପାରିଲେ ଜୀବନ ଆହୁରି ସହଜ ହୋଇଯିବ। ଚାଲନ୍ତୁ ଆଜି ଆଲୋଚନା କରିବା ଭଗବାନ ଶ୍ରୀକୃଷ୍ଣ ମୁଖନିସୃତ ବାଣୀ ଗୀତାରୁ କିଛି ଶିକ୍ଷଣୀୟ କଥା।

ଜୀବନରେ ଏକ ମାତ୍ର ସମସ୍ୟା। ତାହା ହେଉଛି ଭୁଲ ଭାବନା। ଯଦି ବ୍ୟକ୍ତିିର ଭାବନାରେ କିଛି ଭୁଲ୍‌ ରହେ ନାହିଁ ତେବେ ଜୀବନରେ କୌଣସି ପ୍ରକାର ଦୁଃଖ କଷ୍ଟ ପାଖ ପଶିବ ନାହିଁ।

ପତ୍ୟେକ ଅସୁବିଧାର ସମାଧାନ ହେଉଛି ଉଚିତ ଜ୍ଞାନ। ସମସ୍ତଙ୍କ ପାଖରେ କିଛି ନା କିଛି ଜ୍ଞାନ ରହିଛି। ସେହି ଜ୍ଞାନକୁ ଉଚିତ ସ୍ଥାନ ଦେଖି ବ୍ୟବହାର କରିବା ଦ୍ୱାରା ସବୁ ସମସ୍ୟାର ସମାଧାନ ହୋଇଥାଏ।

ନିସ୍ୱାର୍ଥପରତା ହିଁ ହେଉଛି ଉନ୍ନତିର ଏକ ମାତ୍ର ମାର୍ଗ। ନିସ୍ୱାର୍ଥପର ଭାବ ରହିଲେ ବ୍ୟକ୍ତି ଆଗକୁ ଯାଇପାରେ। ସ୍ୱାର୍ଥୀ ମଣିଷର ପତନ ଥୟ।

ଆମେ କରୁଥିବା ସମସ୍ତ କାର୍ଯ୍ୟ ପ୍ରାର୍ଥନା ପରି ସ୍ୱଚ୍ଛ ଓ ନିର୍ମଳ ହେବା ଦରାକାର।

ଦୈନିକ କିଛି ଉଚ୍ଚ ଚିନ୍ତା କରିବାରେ ହିଁ ମଣିଷ ଜୀବନରେ ସାର୍ଥକତା ଆସିଥାଏ।

ସତ୍ୟ ନିକଟରେ ଆତ୍ମସମର୍ପଣ କରିବା ଶିଖ। କାହିଁକି ନା, ସତ୍ୟଠାରୁ ଊର୍ଧ୍ୱରେ ଈଶ୍ୱର ବି ନୁହନ୍ତି।

ସମ୍ବନ୍ଧିତ ଖବର