ମାତା-ପିତା ନଥିବାରୁ ସ୍କୁଲର ପିଅନକୁ ବିବାହ କରାଇବା ପାଇଁ ସାହାଯ୍ୟର ହାତ ବଢ଼ାଇଲେ କର୍ମଚାରୀ ଏବଂ ଶିକ୍ଷକ

ପୁଣେ : ପୁଣେର ଏକ ସ୍କୁଲର କର୍ମଚାରୀ ଏବଂ ଶିକ୍ଷକମାନେ ଯେଉଁ କାମ କରିଛନ୍ତି, ତାହା ଏବେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ପୁଣେର ଖଡ୍‌କୀରେ ଥିବା ଏସ୍‌ଭିଏସ୍‌ ହାଇସ୍କୁଲରେ ଜଣେ ପିଅନର ବିବାହ ପାଇଁ ଆର୍ଥିକ ସହାୟତା ଯୋଗାଇ ଏବେ ଚର୍ଚ୍ଚାରେ ରହିଛନ୍ତି ସ୍କୁଲର କର୍ମଚାରୀ । ଦୁଇ ବର୍ଷ ତଳେ ଅଙ୍କୁଶ ଭୋଷଲେ ଏସ୍‌ଭିଏସ୍‌ ହାଇସ୍କୁଲରେ ପିଅନ ଭାବରେ କାମ କରିବା ଆରମ୍ଭ କରିଥିଲେ । କିନ୍ତୁ ନିଜର ଆର୍ଥିକ ଅବସ୍ତା ଭଲ ନଥିବାରୁ ସେ କେବେ ବି ବିବାହ କରି ପାରିବେ ନାହିଁ ବୋଲି ଭାବି ନେଇଥିଲେ । ଅନ୍ୟ ପକ୍ଷରେ ଅଙ୍କୁଶଙ୍କ ଅବସ୍ତା ବିଷୟରେ ଜାଣି ଏସ୍‌ଭିଏସ୍‌ ହାଇସ୍କୁଲର ପ୍ରଧାନଶିକ୍ଷକ ତାଙ୍କ ବିବାହ କରାଇବା ପାଇଁ ଚିନ୍ତା କରିଥିଲେ । ଯାହା ପରେ ସ୍କୁଲର କର୍ମଚାରୀମାନଙ୍କ ସହାୟତାରେ ସ୍କୁଲ ପରିସରରେ ହିଁ ଅଙ୍କୁଶଙ୍କ ବିବାହ କରାଯାଇଥିଲା ।

indiatimes.com

ଅଙ୍କୁଶଙ୍କ ଅନୁଯାୟୀ, ୫ବର୍ଷ ପୂର୍ବେ ବାପାଙ୍କ ଦେହାନ୍ତ ହୋଇ ଯାଇଥିବା ବେଳେ ୮ମାସ ତଳେ ରକ୍ତ କର୍କଟରେ ମା’ ମୃତ୍ୟୁବରଣ କରିଥିଲେ । କିନ୍ତୁ ଯିବା ପୂର୍ବରୁ ମା’ ମୋର ବିବାହ କରାଇବାକୁ ଚାହୁଁଥିଲେ । ଚିକିତ୍ସାରେ ଟଙ୍କା ଖର୍ଚ୍ଚ ହେଉଥିବାରୁ ମୁଁ ବିବାହ କରିବାକୁ ମନା କରି ଦେଇଥିଲି । ମା’ ଯିବା ପରେ ମୋ ପାଖରେ ଅର୍ଥବଳ ନଥିବାରୁ ବିବାହ କରିବି ନାହିଁ ବୋଲି ମନସ୍ତ କରିଥିଲି । କିନ୍ତୁ ସ୍କୁଲର ପ୍ରଧାନଶିକ୍ଷକ ଏ ବିଷୟରେ ଜାଣିବା ପରେ ସେ ମୋତେ ସାହାଯ୍ୟର ହାତ ବଢ଼ାଇଥିଲେ ବୋଲି କହିଛନ୍ତି ଅଙ୍କୁଶ ।

ସମ୍ବନ୍ଧିତ ଖବର