ଶିରିଡ଼ି ସାଇ ବାବାଙ୍କର ଏହି ଆଳତୀ ଦେଖିବାକୁ ହୁଏ ଲକ୍ଷ ଲୋକ ଭିଡ଼, ଇଣ୍ଟର୍‌ନେଟ୍‌ରେ ଘୂରିଲା ବାବାଙ୍କ ଲାଇଭ୍‌ ଆଳତୀ ଭିଡିଓ

ଶିରିଡ଼ିର ନାଥ ସାଇବାବାଙ୍କୁ ଲୋକେ ଶିରିଡ଼ି ସାଇବାବା ନମରେ ମଧ୍ୟ ଜାଣନ୍ତି। ସେ ଜଣେ ଏମିତି ଭାରତୀୟ ସଦ୍‌ଗୁରୁ ଯିଏକି ସବୁଧର୍ମର ଲୋକଙ୍କ ପ୍ରାର୍ଥନା ସ୍ୱୀକାର କରନ୍ତି। ସେ ଧର୍ମକୁ ନୁହେଁ, ବିଶ୍ୱାସକୁ ପ୍ରାଧାନ୍ୟ ଦିଅନ୍ତି। ତାଙ୍କର ଜନ୍ମ ଓ ମରଣ ବୃତ୍ତାନ୍ତ ଏକ ରହସ୍ୟ। ଆହୁରି ଏକ ରହସ୍ୟ ହେଉଛି ତାଙ୍କ ଧର୍ମ। କେହି କେହି ତାଙ୍କୁ ହିନ୍ଦୁ ଧର୍ମୀ ଠାକୁର କହିଥାନ୍ତି ତ ଆଉ କେହି ତାଙ୍କୁ ମୁସ୍‌ଲମାନମାନଙ୍କ ଠାକୁର ବୋଲି କହିଥାନ୍ତି। ମାତ୍ର ବାସ୍ତବ କଥା ହେଲା ବାବା ଜୀବିତ ଥିବା ଅବସ୍ଥାରେ ନିଜର ଧର୍ମ ସଂପର୍କରେ କେବେ କାହା ସମ୍ମୁଖରେ ମୁହଁ ଖୋଲି ନାହାନ୍ତି। ତାଙ୍କ ମୁହଁରୁ ସଦା ଗୋଟାଏ ବାକ୍ୟ ବାହାରୁଥିଲା ‘ସବ୍‌କା ମାଲିକ୍‌ ଏକ’। ସେ କେବଳ ଜଣଙ୍କୁ ହିଁ ବିଶ୍ୱାସ କରୁଥିଲେ ଈଶ୍ୱରଙ୍କୁ।

ତାଙ୍କ ପାଇଁ ପ୍ରତିଦିନ ଶିରିଡ଼ିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼। ତାଙ୍କର ଦିନ ଭିତରେ ଯେତେ ପ୍ରକାରର ଆଳତୀ କରାଯାଏ ସବୁଠାରୁ ଦିନର ପ୍ରଥମ ଆଳତୀ ‘କାକର ଆଳତୀ’କୁ ଶେଷ୍ଠ ବିବେଚନା କରାଯାଏ। କୁହାଯାଏ ଯେ ସେହି ଆଳତୀ ଦେଖି ଦିନ ଆରମ୍ଭ କଲେ ଅନେକ ଶୁଭ ହୋଇଥାଏ। ଏହି ଆଳତୀ ଦେଖିବାକୁ ରାତି ପ୍ରାୟ ୩ରୁ ହଜାର ହଜାର ଭକ୍ତ ଧାଡ଼ିରେ ଠିଆ ହୋଇଥାନ୍ତି। ଗୁରୁବାର ଦିନ ହୋଇଥିଲେ ବାବାଙ୍କୁ ଏହି ଆଳତୀ ସମୟରେ ଦର୍ଶନ କରିବା ପାଇଁ ଭକ୍ତଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥାଏ। ତେବେ, ଚାଲନ୍ତୁ ଏହି ଭିଡିଓ ଜରିଆରେ ଦେଖିବାକ ବାବାଙ୍କ ‘କାକର ଆଳତୀ’।

ସମ୍ବନ୍ଧିତ ଖବର