ଆଗାମୀ ୩ ବର୍ଷ ଭିତରେ ଷ୍ଟାଚ୍ୟୁ ଅଫ ୟୁନିଟିର ରେକର୍ଡ କାଟିବାକୁ ଯାଉଛି ମୁମ୍ବାଇର ଆରବ ସାଗର କୂଳରେ ନିର୍ମାଣ କରାଯାଉଥିବା ଆଉ ଏକ ପ୍ରତିମୂର୍ତ୍ତି!

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଉନ୍ମୋଚିତ ହୋଇଛି ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି । ଗୁଜୁରାଟରେ ନିର୍ମାଣ କରାଯାଇଥିବା ଏହି ମୂର୍ତ୍ତିର ଉଚ୍ଚତା ୧୮୨ ମିଟର ଅର୍ଥାତ ଏହାର ଉଚ୍ଚତା ପ୍ରାୟ ୫୯୭ ଫୁଟ ରହିଛି । ଏଥିସହିତ ଏହାର ଓଜନ ପ୍ରାୟ ୧୭୦୦ ଟନ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଏଥିରେ ୩ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ତେବେ ଆଗାମୀ ୩ ବର୍ଷ ଭିତରେ ଆମ ଦେଶରେ ଏହାଠାରୁ ଆହୁରି ବଡ଼ ପ୍ରତିମୂତ୍ତି ନିର୍ମିତ ହେବାକୁ ଯାଉଛି। ମୁମ୍ବାଇର ଆରବ ସାଗର କୂଳରେ ନିର୍ମାଣ କରାଯାଉଥିବା ଏହି ପ୍ରତିମୂର୍ତ୍ତିଟି ଷ୍ଟାଚ୍ୟୁ ଅଫ ୟୁନିଟିର ରେକର୍ଡ କାଟିବ ବୋଲି ସୂଚନା ମିଳିଛି। ଏହାର ଉଚ୍ଚତା ପ୍ରାୟ ୨୧୨ ମିଟର ଏବଂ ଏଥିରେ ପ୍ରାୟ ୩୬୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହି ମୂର୍ତ୍ତିର କାମ ୨୦୨୧ ସୁଦ୍ଧା ପୁରା ହେବ ବୋଲି ଅନୁମାନ କରାଯାଉଛି ।

ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟି ଗୁଜୁରାଟ ନର୍ମଦା ଜିଲ୍ଲାର ସରଦାର ସରୋବର ବନ୍ଧ ନିକଟରେ ଥିବା ସାଧୁବେଟ ଟାପୁ ଉପରେ ନିର୍ମାଣ କରାଯାଇଛି । ଲୌହ ମାନବ ବଲ୍ଲଭ ଭାଇ ପଟେଲଙ୍କ ଏହି ପ୍ରତି ମୂର୍ତ୍ତି ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି ଭାବେ ପରିଗଣିତ ହୋଇଛି । ଆମେରିକାର ଷ୍ଟାଚ୍ୟୁ ଅଫ୍ ଲିବର୍ଟିର ଉଚ୍ଚତା ୯୩ ମିଟର ଥିବା ବେଳେ ଗୁଜୁରାଟରେ ନିର୍ମିତ ଷ୍ଟାଚ୍ୟୁ ଅଫ ୟୁନିଟିର ଅଚ୍ଚତା ପ୍ରାୟ ୧୮୨ ମିଟର ରହିଛି । ପୂର୍ବରୁ ବିଶ୍ୱର ସର୍ବୋଚ୍ଚ ଉଚ୍ଚତମ ପ୍ରତିମୂର୍ତ୍ତି ଚୀନର ସ୍ପ୍ରିଙ୍ଗ ଟେମ୍ପୁଲ ଥିଲା । ଏହି ଟେମ୍ପୁଲର ଉଚ୍ଚତା ପ୍ରାୟ ୧୫୩ ମିଟର ରହିଛି । କିନ୍ତୁ ଏବେ ଗୁଜୁରାଟରେ ନିର୍ମିତ ଷ୍ଟାଚ୍ୟୁ ଅଫ ୟୁନିଟିର ଉଚ୍ଚତା ଷ୍ଟାଚ୍ୟୁ ଅଫ ଲିବର୍ଟି ଦୁଇ ଗୁଣା ରହିଛି । ସବୁଠାରୁ ବଡ କଥା ହେଲା ଏହି ମୂର୍ତ୍ତି ନିର୍ମାଣ ପାଇଁ ପ୍ରାୟ ୩ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । କେବଳ ସେତିକି ନୁହେଁ ଏହା ସହିତ ଏଠାରେ ଏକ ମ୍ୟୁଜିୟମ, ଫୁଲ ବଗିଚା ଏବଂ ପର୍ଯ୍ୟଟକମାନଙ୍କ ପାଇଁ ରହିବା ସୁବିଧା ମଧ୍ୟ କରାଯାଇଛି ।

ତେବେ ଗୁଜୁରାଟରେ ନିର୍ମିତ ଷ୍ଟାଚ୍ୟୁ ଅଫ୍ ୟୁନିଟି ମାତ୍ର ତିନି ବର୍ଷ ପାଇଁ ବିଶ୍ୱର ସବୁଠାରୁ ଉଚ୍ଚ ମୂର୍ତ୍ତି ହୋଇ ରହିପାରିବ । ତିନି ବର୍ଷ ପରେ ଏହି ମୂର୍ତ୍ତିର ରୋକର୍ଡ ଆଉ ଏକ ମୂର୍ତ୍ତି କାଟିଦେବ । ଷ୍ଟାଚ୍ୟୁ ଅଫ୍ ୟୁନିଟର ରେକର୍ଡ କାଟିବାକୁ ଯାଉଥିବା ଆଉ ଏକ ମୁର୍ତ୍ତି ବି ଭାରତରେ ହିଁ ନିର୍ମାଣ କରାଯାଉଛି । ମୁମ୍ବାଇର ଆରବ ସାଗର କୂଳରେ ନିର୍ମାଣ କରାଯାଉଥିବା ଶିବାଜୀଙ୍କ ମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟିର ରେକର୍ଡ କାଟିବ ବୋଲି ସୂଚନାରୁ ଜଣାପଡିଛି । ଏହାର ଉଚ୍ଚତା ପ୍ରାୟ ୨୧୨ ମିଟର ଏବଂ ଏଥିରେ ପ୍ରାୟ ୩୬୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଶିବାଜୀଙ୍କ ଏହି ମୂର୍ତ୍ତିକୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୨୪ ତାରିଖ ୨୦୧୬ରେ ଶିଳାନ୍ୟାସ କରିଥିଲେ । ଏହି ମୂର୍ତ୍ତିର କାମ ୨୦୨୧ ସୁଦ୍ଧା ପୁରା ହେବ ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର