ସଫଳତାର ଶୀର୍ଷ ଛୁଇଁଥିବା ‘ଆପେଲ୍‌’ କମ୍ପାନିର ପ୍ରତିଷ୍ଠାତା ଷ୍ଟିଭ୍‌ ଜବ୍‌ସ ମୃତ୍ୟୁଶଯ୍ୟାରେ ଛାଡ଼ିଗଲେ ଏହି ଉପଦେଶ

ନୂଆଦିଲ୍ଲୀ: ଷ୍ଟିଭ୍‌ ଜବ୍‌ସଙ୍କୁ କିଏ ବା ଜାଣେନା! ଦୁନିଆର ସବୁଠାରୁ ବଡ଼ ମୋବାଇଲ୍‌ କମ୍ପାନି ‘ଆପେଲ୍‌’ର ପ୍ରତିଷ୍ଠାତା ଷ୍ଟିଭ୍‌ ଜବ୍‌ସ ବ୍ୟବସାୟ ଜଗତର ସବୁଠାରୁ ସଫଳ ବ୍ୟକ୍ତିଙ୍କ ମଧ୍ୟରେ ଆସନ୍ତି।

ଆପେଲ୍‌ କମ୍ପାନି କରି ସେ ସଫଳତାର ଶୀର୍ଷରେ ପହଞ୍ଚି ସାରିଥିଲେ। ଆଜି ବି ଯଦିଓ ସେ କମ୍ପାନି ବିଶ୍ୱରେ ନିଜ ସ୍ଥିତି ଦୃଢ଼ କରି ରଖିପାରିିଛି ତାହାଲେ ସେ ଶ୍ରେୟ ବି ଷ୍ଟିଭ୍‌ ଜବ୍‌ସଙ୍କର।

ମାତ୍ର ଆପଣ ଜାଣନ୍ତି କି ସଫଳତାର ଶୀର୍ଷରେ ପହଞ୍ଚିଥିବା ଏହି ବ୍ୟକ୍ତି ଜଣକ ଜୀବନର ଶେଷ ମୁହୂର୍ତ୍ତରେ କିପରି ଅନୁଭବ କରୁଥିଲେ? ମରିବାର କିଛି କ୍ଷଣ ପୂର୍ବରୁ ସେ ଏକ ପତ୍ର ଲେଖିଥିଲେ। ଯାହାକୁ ପଢ଼ିବା ପରେ ଅନେକ ଭାବପ୍ରବଣ ହୋଇପଡ଼ନ୍ତି। ତାଙ୍କର ସେହି ପତ୍ରର ସାରାଂଶ ନିମ୍ନରେ ଉଲ୍ଲେଖ କରାଯାଇଛି।

‘ଏପରି ଏକ ସମୟ ଥିଲା ଯେତେବେଳେ ମୁଁ ସଫଳତା ପାଇ ସାରିଥାଏ। ଦେଖଣାହାରୀଙ୍କ ପାଇଁ ମୁଁ ଏକ ସଫଳତାର ଉଦାହରଣ ବନି ସାରିଥିଲି। ମାତ୍ର ଆଜି ନିଜକୁ ଏପରି ବେମାର ଅବସ୍ଥାରେ ବିଛଣାରେ ପଡ଼ିଥିବାର ଦେଖି ମୋତେ ଖୁବ୍‌ ଅଦ୍ଭୂତ ଲାଗୁଛି। ପୂରା ଜୀବନ ଯାକ ମୁଁ କଠିନ ପରିଶ୍ରମ କରିବାରେ ବ୍ୟସ୍ତ ରହିଲି। ମାତ୍ର ନିଜ ଖୁସି ପାଇଁ ଟିକେ ସମୟ କାଢ଼ିବାକୁ ଉଚିତ ମଣିଲି ନାହିଁ। ଯେତେବେଳେ ମୋତେ ସଫଳତା ମିଳିଲା ମୋତେ ବହୁତ ଗର୍ବ ଅନୁଭବ ହେଲା। ମାତ୍ର  ଜୀବନର ଶେଷ ପର୍ଯ୍ୟାୟରେ ସେ ସବୁ ଉପଲବ୍ଧି ଫିକା ଲାଗୁଛି। ଏହି ଅନ୍ଧାରମୟ ଜୀବନରେ ମୁଁ ମୃତ୍ୟୁ ଦେବଙ୍କୁ ଖୁବ୍‌ ନିକଟରୁ ଦେଖିପାରୁଛି। ମୁଁ ଅନୁଭବ କରୁଛି ଯେ ମଣିଷକୁ ଯେତେବେଳେ ଲାଗିବ ଯେ ଭବିଷ୍ୟତ ପାଇଁ  ଧନ ଠୁଳ କରିସାରିଛି ସେତେବେଳେ ନିଜ ପାଇଁ ଟିକେ ସମୟ କାଢ଼ିବା ଉଚିତ।  ଅର୍ଥରୁ ମୁହଁ କାଢ଼ି ନିଜ ଖୁସି ଆଡ଼େ ଟିକେ ମୁହାଁଇବା ଉଚିତ।

ଏମିତି ଲୋକ ସହ ସମୟ ବିତାଇବା ଉଚିତ ଯାହା ସହ ସମୟ ବିତାଇ ଖୁସି ମିଳେ, ଶାନ୍ତି ମିଳେ। ପ୍ରିୟଜନଙ୍କ ଭଲପାଇବା ହିଁ ଏକମାତ୍ର ଏପରି ଜିନିଷ ଯାହାକୁ ଆପଣ ଯେଉଁଠିକି ଚାହିଁବେ ସାଥିରେ ଧରି ନେଇପାରିବେ। ତାହା ଉପରେ କେବଳ ଆପଣଙ୍କ ଅଧିକାର। ମୋତେ ଲାଗୁଛି ଯେଉଁ ସମୟ ସବୁଠାରୁ ବେଶି ମନେ ରହିବ ତାହା ହେଉଛି ‘ମୃତ୍ୟୁଶଯ୍ୟା’। ’

ଉଲ୍ଲେଖଯୋଗ୍ୟ, ଷ୍ଟିଭ୍‌ ଜବ୍‌ସଙ୍କର ଜନ୍ମ ୧୯୫୫ ମସିହା ଫେବ୍ରୁଆରି ୨୪ ତାରିଖରେ ହୋଇଥିବା ବେଳେ ମୃତ୍ୟୁ ହୋଇଥିଲା ୨୦୧୧ ମସିହା ଅକ୍ଟୋବର ୫ ତାରିଖରେ।

ସମ୍ବନ୍ଧିତ ଖବର