ଆସନ୍ତା ୧୫ ତାରିଖରେ ପୃଥିବୀର ଅତି ନିକଟରୁ ଗତି କରିବ ଏହି କ୍ଷୁଦ୍ରଗ୍ରହ! ଦୀର୍ଘ ୩୦୦ ବର୍ଷ ପରେ ଫେରିଛି

ନୂଆଦିଲ୍ଲୀ: ମହାକାଶରେ ଘୁରିବୁଲୁଥିବା ‘ଆଷ୍ଟ୍ରଏଡ (କ୍ଷୁଦ୍ରଗ୍ରହ)୨୦୧୦ ଡବ୍ଲୁସି-୯’ ଆସନ୍ତା ୧୫ ତାରିଖ ତଥା ମଙ୍ଗଳବାର ରାତି ପାଖାପାଖି ୧୧ଟା ୫ରେ ପୃଥିବୀର ଖୁବ୍‌ ନିକଟରେ ଗତି କରିବ ।୧୩୦ ମିଟର ଲମ୍ବ ବିଶିଷ୍ଟ ଏହି କ୍ଷୁଦ୍ରଗ୍ରହ ପୃଥିବୀଠାରୁ ମାତ୍ର ୧୨୬ ମାଇଲ ଦୂରରେ ଗତି କରିବ ବୋଲି ଜଣାପଡ଼ିଛି।

ଗୁରୁତ୍ୱପୂର୍ଣ୍ଣ ବିଷୟଟି ହେଲା କି, ଦୀର୍ଘ ୩୦୦ ବର୍ଷ ପରେ ଆସୁଥିବା ଏହି କ୍ଷୁଦ୍ରଗ୍ରହ ପ୍ରଥମ ଥର ପାଇଁ ପୃଥିବୀର ଏତେ ନିକଟ ଦେଇ ଗତି କରିବ । ଏହି ସମୟରେ ଏହାର ଗତି ଘଣ୍ଟା ପ୍ରତି ପାଖାପାଖି ୨୮,୦୦୦ମାଇଲ ରହିବ । ତେବେ ଏସଂପର୍କରେ ମହାକାଶ ଉପରେ ଗବେଷଣା କରୁଥିବା ୱେବସାଇଟ୍‌ ୱିକଫ୍ୟାକ୍ଟର୍ସ ଡଟ୍‌ କମରେ ଦର୍ଶାଯାଇଛି ।

ମହାକାଶରେ ସ୍ୱତନ୍ତ୍ର ରୂପରେ ଘୁରିବୁଲୁଥିବା ଏହି କ୍ଷୁଦ୍ରଗ୍ରହ ଏବେ ନିରୀକ୍ଷଣ ବାହାରେ ରହିଛି । କୁହାଯାଉଛି କି, ଏହା ନଷ୍ଟ ହୋଇଯାଇଥିଲା କିନ୍ତୁ ପୁଣି ଥରେ ଏହି ଗ୍ରହଟିକୁ ଦେଖିବାକୁ ମିଳିଛି । ଆମେରିକାର ଏକ ସର୍ଭେ ସଂସ୍ଥା ଏହି କ୍ଷୁଦ୍ରଗ୍ରହଟିକୁ ୩୦ ନଭେମ୍ବର, ୨୦୧୦ରେ ପୁଣି ଥରେ ଠାବ କରିଥିଲା । ଆଉ ଏହାର ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଥିଲା ।

ସମ୍ବନ୍ଧିତ ଖବର