ଆପେଲ ପ୍ରତିଷ୍ଠାତା ଷ୍ଟିଭ୍‌ ଜବ୍‌ସ ମୃତ୍ୟୁର ଟିକିଏ ପୂର୍ବରୁ କହିଗଲେ ଏମିତି କିଛି କଥା, ଯାହା ପାଲଟିଲା ଅନେକଙ୍କ ଲୁହର କାରଣ!

0 3,544

ନୂଆଦିଲ୍ଲୀ: ଷ୍ଟିଭ୍‌ସ ଜବ୍‌ସଙ୍କୁ କିଏ ବା ଜାଣେନା! ଦୁନିଆର ସବୁଠାରୁ ବଡ଼ ମୋବାଇଲ୍‌ କମ୍ପାନି ‘ଆପେଲ୍‌’ର ପ୍ରତିଷ୍ଠାତା ଷ୍ଟିଭ୍‌ ଜବ୍‌ସ ବ୍ୟବସାୟ ଜଗତର ସବୁଠାରୁ ସଫଳ ବ୍ୟକ୍ତିଙ୍କ ମଧ୍ୟରେ ଆସନ୍ତି। ବ୍ୟବସାୟରେ ସଫଳ ହେବା ପାଇଁ ଲୋକେ ତାଙ୍କୁ ଅନୁସରଣ କରିଥାନ୍ତି।

ଆପେଲ୍‌ କମ୍ପାନି ପ୍ରତିଷ୍ଠାନ କରିବା ପରେ ସେ ସଫଳତାର ଶୀର୍ଷରେ ପହଞ୍ଚି ସାରିଥିଲେ। ଆଜି ବି ଯଦିଓ ସେ କମ୍ପାନି ବିଶ୍ୱରେ ନିଜ ସ୍ଥିତି ଦୃଢ଼ କରି ରଖିପାରିଛଇ ତାହାଲେ ସେ ଶ୍ରେୟ ବି ଷ୍ଟିଭ୍‌ସ ଜବ୍‌ସଙ୍କର।

ମାତ୍ର ଆପଣ ଜାଣନ୍ତି କି ସଫଳତାରେ ଶୀର୍ଷରେ ପହଞ୍ଚିଥିବା ଏହି ବ୍ୟକ୍ତି ଜଣକ ଜୀବନର ଶେଷ ମୁହୂର୍ତ୍ତରେ କିପରି ଅନୁଭବ କରୁଥିଲେ? ମରିବାର କିଛି କ୍ଷଣ ପୂର୍ବରୁ ସେ ଏକ ପତ୍ର ଲେଖିଥିଲେ। ଯାହାକୁ ପଢ଼ିବା ପରେ ଅନେକ ଭାବପ୍ରବଣ ହୋଇପଡ଼ନ୍ତି। ତାଙ୍କର ସେହି ପତ୍ରର ସାରାଂଶ ନିମ୍ନରେ ଉଲ୍ଲେଖ କରାଯାଇଛି।

‘ଏପରି ଏକ ସମୟ ଥିଲା ଯେତେବେଳେ ମୁଁ ସଫଳତା ପାଇ ସାରିଥାଏ। ଦେଖଣାହାରୀଙ୍କ ପାଇଁ ମୁଁ ଏକ ସଫଳତାର ନମୂନା ବନି ସାରିଥିଲି। ମାତ୍ର ଆଜି ନିଜକୁ ଏପରି ବେମାର ଅବସ୍ଥାରେ ବିଛଣାରେ ପଡ଼ିଥିବାର ଦେଖି ମୋତେ ନିଜକୁ ଖୁବ୍‌ ଅଦ୍ଭୂତ ଲାଗୁଛି। ପୂରା ଜୀବନ ଯାକ ମୁଁ କଠିନ ପରିଶ୍ରମ କରିବାରେ ବ୍ୟସ୍ତ ରହିଲି। ମାତ୍ର ନିଜ ଖୁସି ପାଇଁ ଟିକେ ସମୟ କାଢ଼ିବାକୁ ଉଚିତ ମଣିଲି ନାହିଁ। ଯେତେବେଳେ ମୋତେ ସଫଳତା ମିଳିଲା ମୋତେ ବହୁତ ଗର୍ବ ଅନୁଭବ ହେଲା। ମାତ୍ର ଅଜି ଜୀବନର ଶେଷ ପର୍ଯ୍ୟାୟରେ ସେ ସବୁ ଉପଲବ୍ଧି ଫିକା ଲାଗୁଛି। ଆଜି ଏହି ଅନ୍ଧାରମୟ ଜୀବନରେ ମୁଁ ମୃତ୍ୟୁ ଦେବଙ୍କୁ ଖୁବ୍‌ ନିକଟରୁ ଦେଖିପାରୁଛି। ଆଜି ମୁଁ ଅନୁଭବ କରୁଛି ଯେ ମଣିଷକୁ ଯେତେବେଳେ ଲାଗିବ ଯେ ମୁଁ ମୋ ବଭିଷ୍ୟତ ପାଇଁ ପ୍ରଜ୍ୟାପ୍ତ ଧନ ଠୁଳ କରିସାରିଛି ସେତେବେଳେ ନିଜ ପାଇଁ ଟିକେ ସମୟ କାଢ଼ିବା ଉଚିତ। ସେବେ ଅର୍ଥରୁ ମୁହଁ କାଢ଼ି ନିଜ ଖୁସି ଆଡ଼େ ଟିକେ ମୁହାଁଇବା ଉଚିତ।

ଏମିତି ଲୋକ ସହ ସମୟ ବିତାଇବା ଉଚିତ ଯାହା ସହ ସମୟ ବିତାଇ ଖୁସି ମିଳେ, ଶାନ୍ତି ମିଳେ। ପ୍ରିୟଜନଙ୍କ ଭଲପାଇବା ହିଁ ଏକମାତ୍ର ଏପରି ଜିନିଷ ଯାହାକୁ ଆପଣ ଯେଉଁଠିକି ଚାହିଁବେ ସାଥିରେ ଧରି ନେଇପାରିବେ। ତାହା ଉପରେ କେବଳ ଆପଣଙ୍କ ଅଧିକାର। ଏହି ଜୀବନରେ ମୋର ଅନେକ ଅନୁଭୂତି। ମାତ୍ର ମୋତେ ଲାଗୁଛି ଯେଉଁ ସମୟ ସବୁଠାରୁ ବେଶି ମନେ ରହିବ ତାହା ହେଉଛି ‘ମୃତ୍ୟୁଶଯ୍ୟା’। ଆପଣ ପ୍ରଜ୍ୟାପ୍ତ ପରିମାଣର ଅର୍ଥ ବିନିଯୋଗ କରି ଗାଡ଼ି ଚାଳକ କିମ୍ବା ଚାକରବାକର ରଖିପାରନ୍ତି। ମାତ୍ର ଥରେ ମୃତ୍ୟୁଶଯ୍ୟାରେ ପଡ଼ିବା ପରେ କେହି ଜଣେ ଆପଣଙ୍କ ସେବା ପୂରା ଶ୍ରଦ୍ଧାର ସହ କରିବ ତାହା ଆପଣ ଟଙ୍କା ଦ୍ୱାରା କିଣିପାରିବେ ନାହିଁ।’

ଉଲ୍ଲେଖଯୋଗ୍ୟ, ଷ୍ଟିଭ୍‌ସ ଜବ୍‌ସଙ୍କର ଜନ୍ମ ୧୯୫୫ ମସିହା ଫେବ୍ରୁଆରି ୨୪ ତାରିଖରେ ଆମେରିକାର ସାନ୍‌ଫ୍ରାନ୍ସିକୋଠାରେ। ୨୦୧୧ ମସିହା ଅକ୍ଟୋବର ୫ ତାରିଖରେ ଆମେରିକାର ପୋଲୋ ଅଲ୍‌ଟୋରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ନ୍ୟୁରୋଏଣ୍ଡୋକ୍ରିନ୍‌ ଟ୍ୟୁମର୍‌ ରୋଗରେ ମୃତ୍ୟୁବରଣ କରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.