ଶରୀରରୁ ବାହାରୁଥିବା ଦୁର୍ଗନ୍ଧ ବାବଦରେ ସୂଚନା ଦେବ ଯନ୍ତ୍ର

ଶରୀରରୁ ବାହାରୁଥିବା ଦୁର୍ଗନ୍ଧ, ଅନ୍ୟମାନଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇପାରେ। ହର‌୍‌ମୋନ୍‌ ଅସନ୍ତୁଳନ ଏହାର ଏକ ମୁଖ୍ୟ କାରଣ। ଗନ୍ଧଉଥିବା ବ୍ୟକ୍ତି, ଅନେକ ସମୟରେ ନିଜ ବାବଦରେ ଜାଣିପାରନ୍ତିନାହିଁ। ଶିଷ୍ଟାଚାର ଦୃଷ୍ଟିରୁ ଅନ୍ୟମାନେ ପାଟି ଖୋଲି, ଏ ବାବଦରେ କିଛି କହିପାରନ୍ତିନାହିଁ। ଏ ଭଳି ଦୁର୍ଗନ୍ଧ ବାବଦରେ ସୂଚନା ଦେବା ପାଇଁ ଜାପାନର ‘ତାନିତା’ କ˚ପାନି ପକ୍ଷରୁ ଏକ ଛୋଟିଆ ଯନ୍ତ୍ର ତିଆରିକରାଯାଇଛି। ମଣିଷ କେତେ ଗନ୍ଧଉଛି, ଏହି ଯନ୍ତ୍ରରୁ ସୂଚନା ମିଳିପାରିବ। ପୁଣି, କେତେ ପରିମାଣର ଦୁର୍ଗନ୍ଧନାଶକ ଅତର ଛିଞ୍ଚିବାକୁ ହେବ, ଏହାର ସୂଚନା ମଧ୍ୟ ଯନ୍ତ୍ର ଦେବ। ଫଳରେ ଅଧିକ ଅତର ସେଚନ ଜନିତ ସମସ୍ୟା ମଧ୍ୟ ଦୂରହେବ। ବିକ୍ରି ଆରମ୍ଭ ହୋଇସାରିଥିବା ଏହି ଯନ୍ତ୍ରର ନାମ- ‘ଇଏସ୍‌ ୧୦୦’।

ସମ୍ବନ୍ଧିତ ଖବର