ଅସ୍ତ୍ରୋପଚାର କରି ନୁହେଁ, ଏଭଳି ଭାବରେ ୧୮ମାସ ମଧ୍ୟରେ ୧୦୮କିଲୋ ଓଜନ କମାଇଥିଲେ ଅନନ୍ତ ଅମ୍ବାନି

ନୂଆଦିଲ୍ଲୀ : ଦିନେ ମୋଟାପଣର ଶିକାର ହୋଇଥିବା ଶିଳ୍ପପତି ମୁକେଶ ଅମ୍ବାନିଙ୍କ ପୁତ୍ର ଅନନ୍ତ ଅମ୍ବାନୀ ଆଜି ନିଜର ଓଜନ କମାଇ ନିଜକୁ ଫିଟ୍‌ କରିବାରେ ସଫଳ ହୋଇଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ନିଜର ମେଦବହୁଳତା ପାଇଁ ଲୋକମାନଙ୍କ ସମାଲୋଚନା ଶିକାର ହେଉଥିବା ବେଳେ ନିଜ ଓଜନକୁ କିପରି କମାଇବେ ସେ ଚିନ୍ତାରେ ପଡ଼ି ଯାଇଥିଲେ । ତାଙ୍କ ଶରୀରର ଗଠନକୁ ଦେଖି ଅନେକ ଲୋକ ତାଙ୍କୁ ତାତ୍ସଲ୍ୟ କରିବା ପରେ ସେ ମା’ ନୀତା ଅମ୍ବାନୀଙ୍କ ପାଖକୁ ଯାଇ ଓଜନ କମ କରିବା କଥା କହିଥିଲେ ।

Truweight

ଏହା ପରେ ନୀତା ତାଙ୍କ ସାଥ୍‌ ଦେବା ସହ ତାଙ୍କୁ ଜାମ୍‌ନଗର ପଠାଇ ଦେଇଥିଲେ । ସେଠେରେ ଅନନ୍ତ ୫୦୦ଦିନ ରହିବା ସହ ପ୍ରତିଦିନ ୨୧କିଲୋମିଟର ଚାଲିବା ଆରମ୍ଭ କରିଥିଲେ । ଗୋଟିଏ ବି ଦିନ ବନ୍ଦ ନ କରି ସେ ୨୧ କିଲୋମିଟର ଚାଲିବା ସହ ଯୋଗ କରିଥିଲେ । ଏହା ସହ ନିଜ ଖାଇବା ପିଇବାରେ ପରିବର୍ତ୍ତନ ଆଣିଥିଲେ । ଜଙ୍କ ଫୁଡ଼୍‍ ସହ ମୃଦୁପାନୀୟ ପିଇବା ବନ୍ଦ କରି ଦେଇଥିଲେ । ପ୍ରତିଦିନ ଏପରି କରି ସେ ୧୮ମାସ ମଧ୍ୟରେ ନିଜର ୧୦୮କେଜି ଓଜନ କମ କରିବାରେ ସଫଳ ହୋଇଥିଲେ ।

ସମ୍ବନ୍ଧିତ ଖବର