ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଅଭିଶାପ ଯୋଗୁଁ କେଉଁ ସମ୍ରାଟ୍‌ ହରାଇଥିବା ଯୌବନ ଫେରିପାଇଥିଲେ! ଜାଣନ୍ତୁ ମହାଭାରତର ଏହି ରୋମାଞ୍ଚକ କାହାଣୀରୁ…

ମହାଭାରତରେ ଉଲ୍ଲେଖ ଥିବା ରାଜା ଯଯାତିଙ୍କ ଜୀବନ ସହିତ ଜଡ଼ିତ ଏକ ଘଟଣା ବେଶ୍‌ ରୋଚକ । ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ ତାଙ୍କୁ ଏପରି ଏକ ଅଭିଶାପ ଦେଇଥିଲେ, ଯାହା ପାଇଁ ସେ ନିଜର ଯୌବନ ହରାଇଥିଲେ । ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ ମୃତସଂଜୀବନୀ ମନ୍ତ୍ର ବିଷୟରେ ଜାଣିଥିଲେ, ଯାହା ମୃତ ବ୍ୟକ୍ତିକୁ ଜୀବିତ କରିଦେଉଥିଲା । ସେଥିପାଇଁ ରାଜା ବୃଷପର୍ବ ତାଙ୍କୁ ବହୁତ ସମ୍ମାନ କରୁଥିଲେ । ଶୁକ୍ରାଚାର୍ଯ୍ୟ ତାଙ୍କର ଏକମାତ୍ର କନ୍ୟା ଦେବଯାନୀଙ୍କୁ ଅତ୍ୟନ୍ତ ସ୍ନେହ କରୁଥଇଲେ। ତାଙ୍କର ସବୁ ଅଳିଅର୍ଦ୍ଦଳି ପୂରଣ କରୁଥିଲେ। ସେଥିପାଇଁ ଦେବଯାନୀ ବହୁତ ଅହଙ୍କାରୀ ହୋଇଯାଇଥିଲା ।

ଦିନେ ରାଜା ବୃଷପର୍ବଙ୍କର ପୁତ୍ରୀ ଶର୍ମିଷ୍ଠା ଶୁକ୍ରାଚାର୍ଯ୍ୟଙ୍କ ପୁତ୍ରୀ ଦେବଯାନୀଙ୍କୁ ଝରଣାକୁ ସ୍ନାନ କରାଇ ନେବା ପାଇଁ ଅନୁମତି ମାଗିଥିଲେ । ଶୁକ୍ରାଚାର୍ଯ୍ୟ ଅନୁମତି ମଧ୍ୟ ଦେଇଥିଲେ । ହଠାତ୍‌ ସ୍ନାନ ସମୟରେ ଏକ ବଡ଼ ଝଡ଼ ଆସିଥିଲା । ଫଳରେ ସ୍ନାନରତା ସବୁ କନ୍ୟାଙ୍କର ବସ୍ତ୍ର ଚାରିଆଡେ ବିଛାଡ଼ି ହୋଇ ପଡ଼ିଯାଇଥିଲା । ତରବରରେ ଶର୍ମିଷ୍ଠା ଭୁଲରେ ଦେବଯାନୀଙ୍କ ବସ୍ତ୍ର ପରିଧାନ କରିଥିଲେ । ଏହା ଦେଖି ଦେବଯାନୀ ତାଙ୍କୁ ବହୁତ କଥା ଶୁଣାଇଥିଲେ । ଫଳରେ ଦୁଇ ଜଣଙ୍କ ଭିତରେ ବହୁତ ଜୋରରେ କଳିଝଗଡା ହେଲା । କ୍ରୋଧର ବଶବର୍ତ୍ତୀ ହୋଇ ଶର୍ମିଷ୍ଠା ଦେବଯାନୀଙ୍କୁ ଏକ ଶୁଖିଲା କୂଅକୁ ଠେଲିଦେଲେ । ଏହି ସମୟରେ ପଡୋଶୀ ଦେଶର ରାଜା ଯଯାତି ନିଜ ଘୋଡାରେ ସେହି ବାଟ ଦେଇ ଯାଉଥିଲେ । କୂଅ ଭିତରୁ ଦେବଯାନୀଙ୍କର ସ୍ୱର ଶୁଣି ରହିଗଲେ ଏବଂ ତାଙ୍କୁ ସେଇଠୁ ଉଦ୍ଧାର କଲେ । ସେ ତାଙ୍କ ହାତ ଧରିଥିବାରୁ ଦେବଯାନୀ ରାଜା ଯଯାତିଙ୍କୁ ତାଙ୍କ ସହିତ ବିବାହ କରିବା ପାଇଁ ବାଧ୍ୟ କଲେ । ଯଯାତି କହିଲେ, ସେ କ୍ଷତ୍ରିୟ ହୋଇଥିବାରୁ କେବେ ହେଲେ ବ୍ରାହ୍ମଣ ଯୁବତୀଙ୍କୁ ବିବାହ କରିପାରିବେ ନାହିଁ ।

www.patrika.com

ଏକଥା କହି ରାଜା ଯଯାତି ସେଠାରୁ ଚାଲିଗଲେ । କିନ୍ତୁ ଶର୍ମିଷ୍ଠା ସେଇଠି ବସି ରହିଥିଲେ ଏବଂ ଶକ୍ରାଚାର୍ଯ୍ୟ ଦେବଯାନୀଙ୍କୁ ଖୋଜି ଖୋଜି ସେଇଠି ପହଞ୍ଚିଥିଲେ। ତାଙ୍କ ପୁତ୍ରୀକୁ କୂଅ ପାଖରେ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। ଦେବଯାନୀ ନିଜର ଭୁଲ୍‌କୁ ଲୁଚାଇ ସବୁ ଘଟଣା ଶୁକ୍ରାଚାର୍ଯ୍ୟଙ୍କୁ କହିଲେ ଏବଂ ଶର୍ମିଷ୍ଠା ତାଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବିକଲେ । ଏକଥା ଶୁକ୍ରାଚାର୍ଯ୍ୟ ରାଜା ବୃଷପର୍ବଙ୍କୁ କହିଲେ ଏବଂ କ୍ଷମା ନ ମାଗିଲେ ରାଜ୍ୟ ଛାଡି ଚାଲିଯିବାକୁ କହିଲେ । ଫଳରେ ଶର୍ମିଷ୍ଠା କ୍ଷମା ମାଗିଲେ ଓ ଦେବଯାନୀ ଶର୍ମିଷ୍ଠାଙ୍କୁ ନିଜର ଦାସୀ ବନେଇ ରଖିଲେ।

ପୁଣି ଥରେ ଘଟଣାଚକ୍ରରେ ଦେବଯାନୀଙ୍କର ରାଜା ଯଯାତିଙ୍କ ସହିତ ସାକ୍ଷାତ ହେଲା ଏବଂ ସେ ତାଙ୍କୁ ବିବାହ କରିବାକୁ କହିଲେ , ଶର୍ମିଷ୍ଠା ତାଙ୍କର ଦାସୀ ବୋଲି ପରିଚୟ କରାଇଲେ । ଶେଷରେ ଦେବଯାନୀ ରାଜା ଯଯାତିଙ୍କୁ ବିବାହ କରିଲେ ଏବଂ ତାଙ୍କର ଦୁଇ ପୁତ୍ର ହେଲା । ଥରେ ରାଜା ଯଯାତିଙ୍କର ଶର୍ମିଷ୍ଠାଙ୍କ ସହିତ ଭେଟ ହେଲା ଏବଂ ଶର୍ମିଷ୍ଠା ତାଙ୍କୁ ଦେବଯାନୀଙ୍କ ବିଷୟରେ ସବୁକଥା କହିଲେ । ରାଜା ଏହା ଶୁଣି ଦେବଯାନୀଙ୍କ ଉପରେ କ୍ରୋଧିତ ହେଲେ ଏବଂ ଶର୍ମିଷ୍ଠାଙ୍କୁ ନିଜର ଦ୍ୱିତୀୟ ପତ୍ନୀ ଭାବରେ ଗ୍ରହଣ କଲେ ।

Ajit Vadakayil – Blogspot

ବିବାହର ବହୁତ ଦିନ ପରେ ଦେବଯାନୀଙ୍କୁ ଏହି କଥା ଜ୍ଞାତ ହେଲା। ଦେବଯାନୀ ଏହି କଥା ଜାଣି ନିଜ ପିତା ଙ୍କୁ ସବୁ କହିଲା । ଶୁକ୍ରାଚାର୍ଯ୍ୟ କ୍ରୋଧିତ ହୋଇକି ଯଯାତିଙ୍କୁ ଅଭିଶାପ ଦେଲେ ଏବଂ ତାଙ୍କ ଯୌବନ ଛଡାଇନେଲେ । ଯଯାତି ବହୁତ କ୍ଷମା ମାଗିଲେ । ଦେବଯାନୀ ଏବଂ ତାଙ୍କ ପିତା ଶୁକ୍ରାଚାର୍ଯ୍ୟଙ୍କୁ ତାଙ୍କ ଉପରେ ଦୟା ଆସିଲା । ସେ କହିଲେ ମୁଁ ଦେଇଥିବା ଅଭିଶାପ କେବେ ଫେରାଇ ନିଏ ନାହିଁ ଏବଂ ଯଦି ତୁମର କୌଣସି ପୁତ୍ର ତୁମକୁ ଯୌବନ ଦେଇପାରିବେ ତେବେ ତୁମେ ଯେତେଦିନ ପର୍ଯ୍ୟନ୍ତ ଇଚ୍ଛା କରିବ ଯୌବନ ରହିପାରିବ । ତା’ପରେ ଯଯାତି ତାଙ୍କର ସବୁ ପୁତ୍ରଙ୍କୁ ଏକଥା କହିଲେ କିନ୍ତୁ ତାଙ୍କର ସାନ ପୁତ୍ର ରାଜି ହେଲେ ଏବଂ ତାଙ୍କୁ ଯୌବନ ପ୍ରଦାନ କରି ନିଜେ ବୃଦ୍ଧ ହୋଇଗଲେ ।

ସମ୍ବନ୍ଧିତ ଖବର