ହାତ ନ ଥିବାରୁ ଭାଇର ଗୋଡ଼ରେ ରାଖୀ ବାନ୍ଧିଲା ଭଉଣୀ, ଭାଇର କର୍ତ୍ତବ୍ୟ ସଂପାଦନ କରିବାରେ ସଫଳ ହୋଇଛନ୍ତି ଦୀନଦୟାଲ

ଚୁରୁ(ରାଜସ୍ଥାନ) : ସବୁ ଭାଇ-ଭଉଣୀଙ୍କ ପାଇଁ ଏକ ବଡ଼ ଦିନ ହୋଇଥାଏ ରାଖୀ ପୂର୍ଣ୍ଣିମା । ଏହି ଦିନ ସବୁ ଭଉଣୀମାନେ ନିଜ ନିଜ ଭାଇଙ୍କ ହାତରେ ରାଖୀ ବାନ୍ଧି ଦିନଟିକୁ ପାଳନ କରିଥାନ୍ତି । ଏହା ସହ ଭାଇ ଭଉଣୀକୁ ଆଜୀବନ ସୁରକ୍ଷା ଦେବ ବୋଲି କଥା ଦେଇଥାଏ । ତେବେ ଚୁରୁରେ ଥିବା ଜଣେ ଭାଇ-ଭଉଣୀଙ୍କ କାହାଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଭାଇର ହାତ ନ ଥାଇ ମଧ୍ୟ ରାଖୀ ପୁର୍ଣ୍ଣିମା ପାଳନ କରିଛି ଭଉଣୀ । ହାତ ନଥିବାରୁ ଭାଇର ଗୋଡ଼ରେ ରାଖୀ ବାନ୍ଧିଛି ଭଉଣୀ ।

NewsX

ଚୁରୁରେ ରହୁଥିବା ୨୬ବର୍ଷିୟ ଦୀନଦୟାଲ ପ୍ରଜାପତଙ୍କ ୭ ବର୍ଷ ପୂର୍ବରୁ ବିଦ୍ୟୁତ ଆଘାତ ଲାଗି ଦୁଇ ହାତ ନଷ୍ଟ ହୋଇ ଯାଇଥିଲା । ତାଙ୍କ ଜୀବନର ସବୁ ଆନନ୍ଦ ସେଇଠି ସରିଗଲା ବୋଲି ସେ ଭାବି ନେଇଥିଲେ । ହାତ ନଷ୍ଟ ହୋଇଯିବାରୁ ଡ଼ାକ୍ତରଙ୍କୁ ତାଙ୍କ ହାତ କାଟିବାକୁ ପଡ଼ିଥିଲା । ଫଳରେ ସେ ନିଜ ହାତରେ କିଛି କରି ପାରି ନଥିଲେ। ଏମିତିକି ଦୀନଦୟାଲଙ୍କ ଭଉଣୀ ତାଙ୍କ ହାତରେ ନୁହେଁ ବରଂ ଗୋଡ଼ରେ ରାଖୀ ବାନ୍ଧିବା ଆରମ୍ଭ କରିଥିଲେ। ତାଙ୍କ ସହ ଏ ଦୁର୍ଘଟଣା ଘଟିବା ପରେ ତାଙ୍କୁ କୌଣସି ସରାକରୀ ସହାୟତା ମିଳି ନ ଥିଲା । ଯେଉଁଥି ପାଇଁ ଏବେ ବି ତାଙ୍କର ଏହି ସମସ୍ୟାର ସମାଧାନ ହୋଇ ପାରି ନାହିଁ । କିନ୍ତୁ ନିଜ ଚେଷ୍ଟା ବଳରେ ସେ ନଜି ଭଉଣୀକୁ ପଢ଼ାଇବାରେ ସକ୍ଷମ ହୋଇ ପାରିଛନ୍ତି । ନିଜେ ପଢ଼ିବା ସହ ସେ ନିଜ ଭଉଣୀକୁ ମଧ୍ୟ ପଢ଼ାଉଥିବା ଜଣାପଡ଼ିଛି । ହାତ ନଥାଇ ମଧ୍ୟ ଗୋଟେ ଭାଇର କର୍ତ୍ତବ୍ୟ ଖୁବ୍‌ ଭଲ ଭାବରେ ତୁଲାଉଛନ୍ତି ଦୀନଦୟାଲ ।

ସମ୍ବନ୍ଧିତ ଖବର