Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ବୁଦ୍ଧଙ୍କର ପତ୍ନୀ ଯଶୋଧାରା କେମିତି ହେଲେ ଗୌତମୀ ? କାହିଁକି ସେ ପାଲଟିଲେ ଭିକ୍ଷୁଣୀ!

0 705

ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧଙ୍କ ବିଷୟରେ ପ୍ରାୟ ସମସ୍ତେ ଜାଣିଥିବେ । କିନ୍ତୁ ଏମିତି କିଛି ବିଷୟ ଅଛି ଯାହା ହୁଏତ ସମସ୍ତଙ୍କୁ ଜଣା ନଥାଇ ପାରେ । ଏଥି ମଧ୍ୟରୁ ତାଙ୍କର ବିବାହ ପରବର୍ତ୍ତୀ ଜୀବନ ଅନ୍ୟତମ । ହେବା ଆଗରୁ ଗୌତମ ବୁଦ୍ଧ ଶାକ୍ୟ ରାଜବଂଶର ଉତ୍ତରାଧିକାରୀ ରାଜକୁମାର ସିଦ୍ଧାର୍ଥ ଥିଲେ । ତାଙ୍କର ବିବାହ ତାଙ୍କର ପିଉସୀଙ୍କ ଝିଅ ଯଶୋଧରାଙ୍କ ସହିତ ସଂପନ୍ନ ହୋଇଥିଲା । ଗୌତମ ବୁଦ୍ଧ ଜ୍ଞାନ ପ୍ରାପ୍ତି ପାଇଁ ୬ ବର୍ଷ କଠିନ ତପସ୍ୟାରେ ଥିଲେ । ଯଶୋଧରା ପତ୍ନୀ ଧର୍ମ ପାଳନ କରିବା ପାଇଁ ମଧ୍ୟ ସେତିକି ବର୍ଷ ତ୍ୟାଗୀ ଜୀବନ ନିର୍ବାହ ପାଇଁ ନିଷ୍ପତ୍ତି ନେଇଥିଲେ ।

ତତ୍କାଳୀନ ପ୍ରଥାନୁସାରେ ୧୬ ବର୍ଷ ବୟସରେ ସିଦ୍ଧାର୍ଥ ତଥା ଗୌତମ ବୁଦ୍ଧଙ୍କର ଯଶୋଧରା ସହିତ ବିବାହ ହୋଇଥିଲା । କିନ୍ତୁ ବିବାହ ପୂର୍ବରୁ ବୁଦ୍ଧ ସାଂସାରିକ ପ୍ରବୃତ୍ତି ଠାରୁ ଦୂରେଇ ଯାଇଥିଲେ । ଏଥିପାଇଁ ଯଶୋଧରା କେବେ ବି ଆପତ୍ତି କରିନାହାନ୍ତି ବରଂ ସେ ତାଙ୍କ ସହିତ ସବୁ ସ୍ଥାନକୁ ଯାଉଥିଲେ । ଯଶୋଧରାଙ୍କ ମନରେ ଭୟ ଥିଲା ଯେ ବୁଦ୍ଧ ହୁଏତ ତାଙ୍କ ଠାରୁ ଦୂରେଇ ଯିବେ । ସେଥିପାଇଁ ଯଶୋଧରାଙ୍କ ମାତାପିତା କହୁଥିଲେ କି ବୁଦ୍ଧଙ୍କୁ ଏହି ପ୍ରବୃତ୍ତିରୁ ଦୂରେଇ ରଖିବା ପାଇଁ । କିନ୍ତୁ ସେ ସେଭଳି କରି ନ ଥିଲେ । ବିବାହର ୧୬ ବର୍ଷ ପରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହେଲା । ଯାହାର ନାମ ରାହୁଲ ଥିଲା ।

ହଠାତ୍‌ ଦିନେ ରାତିରେ ସିଦ୍ଧାର୍ଥ ନ ଜଣେଇ ନଗର ଛାଡି ପଳେଇଯାଇଥିଲେ । ଏହି ଖବର ଶୁଣି ଯଶୋଧରା ମଧ୍ୟ ସେହିଭଳି ଜୀବନଯାପନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେ ମହଲ ତ୍ୟଗ କରିଦେଇଥିଲେ । ସୁନ୍ଦର ବସ୍ତ୍ର ଓ ଅଳଙ୍କାର ତ୍ୟାଗ କରି ଏକ କୁଡିଆରେ ସାଧ୍ୱୀ ଙ୍କ ପରି ଜୀବନ ଅତିବାହିତ କରିଥିଲେ । ୬ ବର୍ଷ ଜ୍ଞାନପ୍ରାପ୍ତି ପରେ ଯେତେବେଳେ ବୁଦ୍ଧ ଫେରି ଆସିଥିଲେ, ସେ ଯଶୋଧରାଙ୍କୁ ଭେଟିବାକୁ ଯାଇନଥିଲେ। ତେବେ ଯଶୋଧାରାଙ୍କର ବିଶ୍ୱାସ ଥିିଲା କି ବୁଦ୍ଧଙ୍କୁ ତାଙ୍କ ତ୍ୟାଗମୟ ଜୀବନ ଉପରେ ଜଣାଥିବ ଓ ସେ ନିଜେ ତାଙ୍କ ପାଖକୁ ଆସିବେ ।

ଶେଷରେ ତାହା ହିଁ ଘଟିଥିଲା। ବୁଦ୍ଧ ବାସ୍ତବରେ ତାଙ୍କୁ ଭେଟିବାକୁ ଗଲେ । ସେତେବେଳେ ଯଶୋଧରା ତାଙ୍କୁ ପ୍ରର୍ଥନା କଲେ କି ତାଙ୍କୁ ଜଣେ ବୌଦ୍ଧ ଭିକ୍ଷୁଣୀ ପରି ତାଙ୍କ ଜୀବନ ଅତିବାହିତ କରିବାକୁ ଦିଆଯାଉ। ତାଙ୍କର ଏହି ପ୍ରାର୍ଥନା ବୁଦ୍ଧ ସ୍ୱୀକାର କରି ରାହୁଲ ଏବଂ ତାଙ୍କୁ ନିଜ ସାଥିରେ ନେଇଗଲେ । ଯଶୋଧରା ଭିକ୍ଷୁଣୀ ବନିଗଲେ । ଯେଉଁଠି ବୁଦ୍ଧଙ୍କୁ ଗୌତମ କୁହାଗଲା, ସେଇଠି ଯଶୋଧରାଙ୍କୁ ଗୌତମୀ କୁହାଗଲା । ସେ ହେଉଛନ୍ତି ପ୍ରଥମ ଭିକ୍ଷୁଣୀ ଯିଏକି ୫୦୦ ଭିକ୍ଷୁଣୀଙ୍କୁ ଦୀକ୍ଷା ଦେଇଥିଲେ । ଗୌତମ ବୁଦ୍ଧ ଓ ଯଶୋଧରାଙ୍କର ଜନ୍ମ ଗୋଟିଏ ତିଥି ଏବଂ ଗୋଟିଏ ବର୍ଷରେ ହୋଇଥିଲା । ଗୌତମୀ ତଥା ଯଶୋଧରାଙ୍କୁ ଜଣାପଡିଲା ଯେ ତାଙ୍କର ମୃତ୍ୟୁ ମଧ୍ୟ ସମାନ ସମୟରେ ହେବ । ତାଙ୍କ ମତରେ ବୌଦ୍ଧ ଭିକ୍ଷୁକ ଏବଂ ସମାଜ ପାଇଁ ଏକା ସମୟରେ ତାଙ୍କ ଦୁଇ ଜଣଙ୍କୁ ହରାଇବା ଦୁଃଖର ବିଷୟ । ଏଥିପାଇଁ ଗୌତମୀ ତଥା ଯଶୋଧରା ନିଜକୁ ଗୌତମଙ୍କ ଠାରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ଶେଷରେ ସେ ନିର୍ଦ୍ଧାରିତ ତିଥିରେ ନିର୍ବାଣ ଗ୍ରହଣ କଲେ ଏବଂ ଦୁଇ ବର୍ଷ ପରେ ଗୌତମ ବୁଦ୍ଧ ମହାନିର୍ବାଣ ପ୍ରାପ୍ତ କଲେ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

sixteen + 19 =