ଅନ୍‌ଲାଇନ୍‌ରେ କୁମାରୀତ୍ୱ କିଣିଥିବା ବ୍ୟାଙ୍କରଙ୍କ ପ୍ରେମରେ ପଡ଼ିଲେ ଯୁବତୀ !

0

ନୂଆଦିଲ୍ଲୀ: ଫ୍ରାନ୍ସର ଜଣେ ଛାତ୍ରୀ ନିଜର କୁମାରୀତ୍ୱକୁ ଅନ୍‌ଲାଇନ୍‌ରେ ନିଲାମ୍‌ କରିବା ପାଇଁ ସ୍ଥିର କରିଥିଲେ। ଛାତ୍ରୀଙ୍କ କୁମାରୀତ୍ୱକୁ ଜଣେ ବ୍ୟାଙ୍କର କୋଟିଏ ଟଙ୍କା ଦେଇ କିଣି ନେଇଛନ୍ତି। ଏହି ଛାତ୍ରୀଙ୍କ ନାମ ଜ୍ୟାସମିନ୍‌ ଓ ତାଙ୍କ ବୟସ ୨୦ବର୍ଷ ପାଖାପାଖି ହେବ । ଜ୍ୟାସମିନ୍‌ ନିଜର କୁମାରୀତ୍ୱକୁ େଓ୍ଵବସାଇଟ ସିଣ୍ଡ୍ରେଲା ଏସ୍କାଟର୍ସରେ ନିଲାମ କରିଥିଲେ।

ଏହି େଓ୍ଵବସାଇଟ ପକ୍ଷରୁ ଜାରି କରାଯାଇଥିବା ବୟାନ ଅନୁଯାୟୀ, ଜଣେ ସ୍ମାର୍ଟ ଓ ସଫଳ  ବ୍ୟାଙ୍କର ଜ୍ୟାସମିନ୍‌ଙ୍କ କୁମାରୀତ୍ୱକୁ ଅଧିକ ଟଙ୍କାରେ କିଣିବାର ବୋଲି ଲଗାଇ ଥିଲେ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଜ୍ୟାସମିନ୍‌ ଉକ୍ତ ବ୍ୟାଙ୍କରଙ୍କ ପ୍ରେମରେ ପଡ଼ି ଯାଇଛନ୍ତି। ଡେଲିମେଲ ମୁତାବିକ ଦୁହେଁ ଏବେ ଡେଟିଂରେ ବି ଯାଉଛନ୍ତି।

ଜ୍ୟାସମିନ୍‌ଙ୍କ କହିବାନୁସାରେ, ସେ ନିଜର ଏକ ବ୍ୟବସାୟ ଆରମ୍ଭ କରିବା ସହିତ ବିଶ୍ୱ ଭ୍ରମଣ କରିବାକୁ ଚାହାନ୍ତି। ଏଥିପାଇଁ ତାଙ୍କୁ ଅର୍ଥ ପ୍ରତିବନ୍ଧକ ସାଜିଥିଲା। ସେଥିପାଇଁ ସେ ନିଜ କୁମାରୀତ୍ୱକୁ ନିଲାମ କରିବା ପାଇଁ ସ୍ଥିର କରିଥିଲେ। ତେବେ କୁମାରିତ୍ୱକୁ ଯିଏ କିଣିଛନ୍ତି ସେ କେବେ ହେଲେ ଜ୍ୟାସମିନ୍‌କୁ ଅନୁଭବ କରାଇବାକୁ ଦେଇ ନାହାନ୍ତି କି ସେ ତାଙ୍କୁ କେବଳ ଶାରୀରିକ ସମ୍ପର୍କ ରଖିବାକୁ କିଣିଛନ୍ତି। ତାଙ୍କର ଏହି ସ୍ୱଭାବ ଜ୍ୟାସମିନ୍‌ଙ୍କୁ ଖୁବ୍‌ ପ୍ରଭାବିତ କରିଥିଲା। ଦୁହିଁଙ୍କ ଭବିଷ୍ୟତ ସମ୍ପର୍କ କ’ଣ ହେବ ଜ୍ୟାସମିନ୍‌ ଜାଣନ୍ତି ନାହିଁ, କିନ୍ତୁ ଦୁହେଁ ଦୁହିଁଙ୍କୁ ଖୁବ୍‌ ଭଲ ପାଆନ୍ତି ବୋଲି ଜ୍ୟାସମିନ୍‌ କହନ୍ତି। ଜ୍ୟାସମିନ୍‌ଙ୍କ ଏହି ନିଷ୍ପତ୍ତିରେ ତାଙ୍କ ପରିବାର ଓ ସାଙ୍ଗସାଥୀ ବି ରାଜି ଅଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.