ବିଦେଶରେ ପଢ଼ିବାକୁ ଯାଉଛନ୍ତି କି ? ଜାଣନ୍ତୁ ଏସବୁ

ସଂପ୍ରତି ଛାତ୍ର ଛାତ୍ରୀମାନେ ଉଚ୍ଚତର ଗବେଷଣା ପାଇଁ ବା କେତେକ ପାଠ୍ୟକ୍ରମରେ ନାମ ଲେଖାଇବାକୁ ବିଦେଶ ଯାଉଛନ୍ତି। ହେଲେ ଯିବା ପୂର୍ବରୁ ସେମାନେ ଜାଣିବା ଉଚିତ ଯେ କେଉଁ ଦେଶରେ ପଢ଼ିବା ଠିକ୍‌। ସେଠାକାର ଟିଉସନ୍‌ ଫିସ୍‌ କିଭଳି ଏବଂ ରହିବା ଖାଇବା ଖର୍ଚ୍ଚ କେତେ ଏକଥା ଜାଣି ରଖିବା ଉଚିତ। ବିଦେଶରେ କୌଣସି କୋର୍ସ କରିବା ପୂର୍ବରୁ ଅଥବା କୌଣସି ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ଆଗରୁ ଛାତ୍ରଛାତ୍ରୀମାନେ ସଂପୂର୍ଣ୍ଣ ପ୍ରସ୍ତୁତ ସହ ଯିବା ଆବଶ୍ୟକ। ସେଭଳି କିଛି ତଥ୍ୟ ରହିଛି ଏହି ପ୍ରସଙ୍ଗରେ…

ଜର୍ମାନୀ:-ଜର୍ମାନୀ ହେଉଛି ନୂତନ ଆକର୍ଷଣୀୟ କେନ୍ଦ୍ର। ଏଠାକୁ ପ୍ରତିବର୍ଷ ଲକ୍ଷାଧିକ ବିଦେଶୀ ଛାତ୍ର ଛାତ୍ରୀ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଆସୁଛନ୍ତି। ଏହି କାରଣରୁ ଜର୍ମାନୀରେ ପ୍ରତିବର୍ଷ ୧୪ ପ୍ରତିଶତ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ତେବେ ଏକ ଆକଳନରୁ ଜଣାଯାଇଛି ଯେ,ଏଠାରେ ୨୦୧୩ ଏବଂ ୨୦୧୫ ମଧ୍ୟରେ ୧୪ ପ୍ରତିଶତ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ବଢ଼ିଛି। ଜର୍ମାନୀରେ ଶିକ୍ଷାର ଭିତ୍ତିଭୂମି ସବୁଠୁଁ ଭଲ ବୋଲି କୁହାଯାଇଥାଏ। ବିଶେଷ କରି ଇଂଜିନିୟରିଂ ଓ ବୈଷୟିକ ଶିକ୍ଷା ପାଇଁ ଜର୍ମାନୀ ହେଉଛି ବିଶ୍ୱର ସବୁଠୁଁ ଭଲ ସ୍ଥାନ।

photo-indiatoday

ଏହାର କାରଣ ହେଲା ଯେ, ଜର୍ମାନୀ ହେଉଛି ଅନ୍ୟାନ୍ୟ ୟୁରୋପୀୟ ଦେଶ ତୁଳନାରେ ରହିବାର ଖର୍ଚ୍ଚ ଏଠାରେ ଯଥେଷ୍ଟ କମ୍‌।ଜର୍ମାନୀ ବିଶ୍ୱ ବିଦ୍ୟାଳୟମାନଙ୍କରେ ଟିଉସନ୍‌ ଫିସ୍‌ ଦେବାକୁ ପଡ଼େ ନାହିଁ।ଏପରିକି ଡ଼େନ୍‌ମାର୍କ,ସୁଇଜରଲାଣ୍ଡ ଓ ଲକ୍ସମବର୍ଗ ଆଦି ଦେଶରେ ମଧ୍ୟ ଆହୁରି ରହିବାର ବ୍ୟୟ କମ୍‌।ଜର୍ମାନ ଆକାଡ଼େମିକ୍‌ ଏକ୍ସଚେଞ୍ଜ୍‌ ସର୍ଭିସ୍‌ ଅନୁଯାୟୀ ଆନ୍ତର୍ଜାତୀୟ ଛାତ୍ରଛାତ୍ରୀମାନଙ୍କର ହାରାହାରି ବ୍ୟୟ ହେଉଛି ୭୨୫ ୟୁରୋ।ଅପରପକ୍ଷରେ ଜର୍ମାନୀ ଛାତ୍ରଛାତ୍ରୀମାନେ ୮୬୪ ୟୁରୋ ବ୍ୟୟ କରିଥା’ନ୍ତି।

କାନାଡ଼ା:- ଆନ୍ତର୍ଜାଜୀୟ ଶିକ୍ଷା ଲାଗି କାନାଡ଼ା ମଧ୍ୟ ବେଶ୍‌ ପ୍ରସିଦ୍ଧ।ଏହା ଶାନ୍ତି,ନିରାପତ୍ତା ଦୃଷ୍ଟିରୁ ବେଶ୍‌ ଭଲ।ଏହି କାରଣରୁ ଏଠାକୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଦେଶ ବାହାରର ଛାତ୍ରଛାତ୍ରୀ ଶିକ୍ଷା ଲାଭ କରିବାକୁ ଆସନ୍ତି। କାନାଡ଼ାର ଜୀବନ ଶୈଳୀର ବ୍ୟୟ ଅବଶ୍ୟ ଅଧିକ।ପ୍ରତିବର୍ଷ କାନାଡ଼ାରେ ପଢ଼ୁଥିବା ଛାତ୍ର ଛାତ୍ରୀମାନଙ୍କୁ ୨୦ ହଜାରରୁ ୩୦ ହଜାର ଷ୍ଟାଇପେଣ୍ଡ୍‌ ମିଳିଥାଏ। ଯାହା ଜରିଆରେ ଛାତ୍ର ଛାତ୍ରୀମାନେ ସେମାନଙ୍କର ଟିଉସନ୍‌ ଫିସ୍‌ ଓ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବାକୁ ସକ୍ଷମ ହୋଇଥାଏ।
ନିଉଜିଲାଣ୍ଡ:- ନିଉଜିଲାଣ୍ଡ ମଧ୍ୟ ଆନ୍ତର୍ଜାଜୀୟ ଶିକ୍ଷାର ଏକ ପେଣ୍ଠ ସ୍ଥଳୀ।ଏଠାରେ ପଢ଼ୁଥିବା ଛାତ୍ର ଛାତ୍ରୀମାନେ ପ୍ରତିବର୍ଷ ୧୫ ହଜାର ଡ଼ଲାର ଶିକ୍ଷା ବାବଦରେ ଖର୍ଚ୍ଚ କରିଥା’ନ୍ତି।

ଅଷ୍ଟ୍ରେଲିଆ:- ଅଷ୍ଟ୍ରେଲିଆ ହେଉଛି ବିଶ୍ୱର ଅନ୍ୟତମ ପ୍ରମୁଖ ଆକର୍ଷଣୀୟ ରାଷ୍ଟ୍ର, ଯେଉଁଠାରେ ପଢ଼ା ଖର୍ଚ୍ଚ ଠିକ୍‌ ମନେ ହୁଏ।ଲିଭରପୁଲ୍‌ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରଙ୍କୁ ଅନ୍ୟୁନ୍ୟ ୫,୫୦୦ ରୁ ୭ ହଜାର ୟୁରୋ ଯାଏଁ ଖର୍ଚ୍ଚ ମହନ କରିବାକୁ ପଡ଼ିଥାଏ।ଏଥିମଧ୍ୟରେ କଲେଜ୍‌ ଫିସ୍‌ ଓ ଟିଉସନ୍‌ ଫିସ୍‌ ଅନ୍ତର୍ଭୁକ୍ତ। ଛାତ୍ରଙ୍କର ଯଥା-ଖାଦ୍ୟ,ରହିବା ଭଡ଼ା,ଯାତାୟତ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟୟ ବାବଦରେ ସଂପୂର୍ଣ୍ଣ ସଠିକ୍‌ ବିବରଣୀ ମଧ୍ୟ ବିଭିନ୍ନ ବିଶ୍ୱବିଦ୍ୟାଳୟର ଓ୍ଵବସାଇଟ୍‌ ମାନଙ୍କରେ ଉପଲବ୍ଧ।
ଏଣୁ ବିଦେଶରେ କୌଣସି କୋର୍ସ କରିବା ପୂର୍ବରୁ ଅଥବା କୌଣସି ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ଆଗରୁ ଛାତ୍ରଛାତ୍ରୀମାନେ ସଂପୂର୍ଣ୍ଣ ପ୍ରସ୍ତୁତ ସହ ଯିବା ଆବଶ୍ୟକ।

ସମ୍ବନ୍ଧିତ ଖବର