ପ୍ରିୟଜନଙ୍କ ଅପେକ୍ଷା ନିଜ ସ୍ମାର୍ଟଫୋନକୁ ଅଧିକ ଭଲ ପାଆନ୍ତି ୬୫ ପ୍ରତିଶତ ଭାରତୀୟ

ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ ରହିଛି । ଧୀରେ ଧୀରେ ଏହାର ବ୍ୟବହାର ମଧ୍ୟ ବଢ଼ିବାରେ ଲାଗିଛି । ଦିନ ଥିଲା ଯେଉଁଠି ଲୋକମାନେ ବିନା ଫୋନରେ ବଞ୍ଚୁଥିଲେ । କିନ୍ତୁ ଏବେ ସମୟ ବଦଳିଛି । ଛୋଟ ଛୁଆ ସ୍କୁଲ ଯିବା ପୂର୍ବରୁ ଫୋନର ବ୍ୟବହାର ଶିଖିଯାଉଛି । ବଞ୍ଚିବା ପାଇଁ ଏହା ଅତି ଜରୁରୀ ହୋଇ ଯାଇଥିବା ବେଳେ ଏହା ଲୋକମାନଙ୍କ ଜୀବନକୁ ନିୟନ୍ତ୍ରଣ କରୁଛି ବୋଲି ଅଧ୍ୟୟନରୁ ଜଣାପଡ଼ିଛି । ପିଲାମାନେ ନିଜ ପ୍ରିୟଜନଙ୍କ ଅପେକ୍ଷା ନିଜ ସ୍ମାର୍ଟଫୋନକୁ ଅଧିକ ସମୟ ଦେବା ସହ ଅଧିକ ଭଲ ପାଉଛନ୍ତି ବୋଲି ଜଣା ପଡ଼ିଛି ।

Big Think

ଟେଲିକମ୍ୟୁନିକେସନ କମ୍ପାନି ମୋଟୋରୋଲା ପକ୍ଷରୁ କରାଯାଇଥିବା ଅଧ୍ୟୟନ ଅନୁଯାୟୀ ଅଧିକ ସ୍ମାର୍ଟଫୋନର ବ୍ୟବହାର କରି ପିଲାମାନେ ନିଜ ନିଜ ଜୀବନ ଉପରୁ ନିୟନ୍ତ୍ରଣ ହରାଉଛନ୍ତି । ଏଥିରେ ଆଗରେ ରହିଛି ଭାରତ । ଫୋନ ଏବଂ ବାସ୍ତବ ଜୀବନରେ ନିୟନ୍ତ୍ରଣ ରକ୍ଷା କରିବାରେ ଭାରତ ବିଫଳ ହୋଇଥିବା ବେଳେ ପ୍ରାୟ ୬୫ ପ୍ରତିଶତ ଲୋକଙ୍କୁ ଫୋନ ଏବଂ ବାସ୍ତବ ଜୀବନରେ ନିୟନ୍ତ୍ରଣ ରଖିବା ପାଇଁ ସାହାଯ୍ୟ ଦରକାର ବୋଲି ଜଣାପଡ଼ିଛି । ଅଧିକ ସ୍ମାର୍ଟଫୋନ ବ୍ୟବହାର କରିବା ଦ୍ୱାରା ପିଲାମାନଙ୍କର ନିଜ ସହ ଏବଂ ଅନ୍ୟମାନଙ୍କ ସହ ବ୍ୟବହାର କରିବାର ଶୈଳୀ ବଦଳିବାରେ ଲାଗିଛି ।

Forbes

ପ୍ରାୟ ୫୦ ପ୍ରତିଶତ ପିଲା ଦରକାରରୁ ଅଧିକ ଫୋନ ବ୍ୟବହାର କରୁଛନ୍ତି ବୋଲି ମାନିିଥିବା ବେଳେ ୪୪ ପ୍ରତିଶତ ବାଧ୍ୟହୋଇ ଫୋନ ବ୍ୟବହାର କରନ୍ତି ବୋଲି କହିଛନ୍ତି । ୧୯୯୦ ଏବଂ ୨୦୦୦ ମସିହାରେ ଜନ୍ମ ହୋଇଥିବା ପିଲାମାନେ ଅଧିକ ସ୍ମାର୍ଟଫୋନ ବ୍ୟବହାର କରୁଥିବା ଅଧ୍ୟୟନରୁ ଜଣା ପଡ଼ିଥିବା ବେଳେ ଅନ୍ୟ ଜିନିଷ ଅପେକ୍ଷା ସେମାନେ ନିଜ ଫୋନକୁ ଗୁରୁତ୍ୱ ଦେଉଥିବା ସ୍ପଷ୍ଟ ହୋଇଛି ।

ସମ୍ବନ୍ଧିତ ଖବର