ଲକ୍ଷ୍ମୌ: କିଛିଦିନ ତଳେ ଜଣେ ପୁଲିସ କନେଷ୍ଟବଳ ୟୁନିଫର୍ମରେ ଥାଇ ଟିକ୍ଟକ୍ ଭିଡିଓ କରୁଥିବା ନଜର ଆସିବା ବେଳେ ଏବେ ଜଣେ ସବ୍-ଇନ୍ସପେକ୍ଟରଙ୍କ ଟିକ୍ଟକ୍ ଭିଡିଓ ଭାଇରାଲ ହୋଇଛି। ଏବେ ଥାନା ଭିତରେ ଦୁଇଟି ଟିକ୍ଟକ୍ ଭିଡିଓ ବନାଇ ଚର୍ଚ୍ଚାକୁ ଆସିଥିବା ସବ୍-ଇନ୍ସପେକ୍ଟରଙ୍କ ନାମ ମହମ୍ମଦ ଅରିଫ ବୋଲି ଜଣାପଡ଼ିଛି।
/sambad/media/post_attachments/wp-content/uploads/2019/09/0653124d88903dcb7dbf88967768eaaa.jpg)
ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ମୌର ପିଜିଆଇ ପୁଲିସ ଷ୍ଟେସନ୍ରେ ଏହି ଭିଡିଓ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ପ୍ରଥମେ ଭିଡିଓରେ ସବ୍-ଇନ୍ସପେକ୍ଟର ଏକ ସଂଳାପ ସହିତ ଲିପସିଂ କରୁଥିବା ନଜର ଆସୁଛନ୍ତି। ସେ ଭିଡିଓରେ କହୁଛନ୍ତି, ‘ଏହା ପୁଲିସ ଷ୍ଟେସନ୍, ତୁମର ବାପାର ଘର ନୁହେଁ। ଯେପର୍ଯ୍ୟନ୍ତ ବସିବାକୁ କୁହାଯାଇ ନାହିଁ ସେ ପର୍ଯ୍ୟନ୍ତ ଛିଡା ରୁହ।’
ସେହିପରି ଦ୍ୱିତୀୟ ଭିଡିଓରେ ମହମ୍ମଦ ଗୋଟିଏ ଚୌକିରେ ବସିଥିବା ଦେଖିବାକୁ ମିଳୁଛି। ସେ ନିଜ ରିଭଲଭର ଆଡକୁ ଲକ୍ଷ୍ୟ କରି ସଂଳାପ କହୁଛନ୍ତି କି, ‘ନା ପୁଲିସବାଲାଙ୍କ ବନ୍ଧୁତା ଭଲ ନା ଶତ୍ରୁତା।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/download-2-6.jpg)