ପିଲାଦିନେ ରାସ୍ତା କଡରେ ବିକ୍ରି କରୁଥିଲେ ଲଡୁ ଏବଂ ବରଫ ଗୋଲା, ଏବେ ପାଲଟିଛନ୍ତି ୩୦ କୋଟିର ମାଲିକ !

ଦୃଢ ମନବଳ ଏବଂ ଇଚ୍ଛା ଶକ୍ତିଥିଲେ କୌଣସି ବି କାମ ଅସମ୍ଭବ ହୋଇନଥାଏ। ଦେଶର ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କଠିନ ପରିଶ୍ରମ ଏବଂ ଇଚ୍ଛାଶକ୍ତି ବଳରେ ତାଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ସଫଳ ହୋଇଛନ୍ତି। ଠିକ ସେହିଭଳି ଏକ ଘଟଣା ଘଟିଛି ରାୟପୁର ସହରର ଉଧୋଗପତି ଉତ୍ତମଚାନ୍ଦ ତାରବାନିଙ୍କ ସହିତ। ସେ ପିଲାଟି ବେଳରୁ ରାସ୍ତାକଡରେ ଲଡୁ ଏବଂ ବରଫ ଗୋଲା ବିକ୍ରି କରୁଥିଲେ କିନ୍ତୁ ଏବେ ସେ ଚାରୋଟି ଫ୍ୟାକ୍ଟ୍ରିର ମାଲିକ ହୋଇପାରିଛନ୍ତି। ଏହା କେବଳ ସମ୍ଭବ ହୋଇପାରିଛି କଠିନ ପରିଶ୍ରମ ଏବଂ ଦୃଢ ଇଚ୍ଛାଶକ୍ତି କାରଣରୁ।

photo by : jagranimages.com

ଉତ୍ତମଚାନ୍ଦଙ୍କ କହିବା ଅନୁସାରେ, ଯଦି କିଛି ପାଇବାର ଆଶା ଅଛି ତେବେ ପୁରା ମନ ଲଗାଇ ସେହି କାମ କରିବା ଉଚିତ। ସେ ପର୍ଯ୍ୟନ୍ତ ହାର ମାନିବା କଥା ନୁହେଁ ଯେପର୍ଯ୍ୟନ୍ତ ଆପଣଙ୍କ ଲକ୍ଷ୍ୟ ପୁରା ହୋଇନଯାଇଛି। ଉତ୍ତମଚାନ୍ଦ ତାଙ୍କ ଜୀବନରେ ଅନେକ କଷ୍ଟ କରିଛନ୍ତି। ଯେତେବେଳେ ସେ ୧୦ ବର୍ଷର ଥିଲେ ସେତେବେଳେ ସେ ତାଙ୍କ ପିତାଙ୍କୁ ହରାଇ ବସିଥିଲେ। ପିତାଙ୍କ ମୃତ୍ୟୁ ପରେ ଘରର ସମ୍ପୁର୍ଣ୍ଣ ଭାର ତାଙ୍କ ଉପରକୁ ଆସିଯାଇଥିଲା। ଉତ୍ତମଙ୍କ ବଡ ଭାଇ ଏବଂ ଭଉଣୀ ମଧ୍ୟ କାମ କରୁଥିଲେ। ଏହାପରେ ଉତ୍ତମ ନିଜ ଘରର ଭରଣ ପୋଷଣ ପାଇଁ ରାସ୍ତା କଡରେ ଲଡୁ ଏବଂ ବରଫ ଗୋଲା ବିକ୍ରି କରିବା ଆରମ୍ଭ କରିଥିଲେ। ରାସ୍ତାରେ ଲଡୁ ଏବଂ ଗୋଲା ବିକ୍ରି କରିବା ସତ୍ୱେ ବି ଦିପ୍ରହରେ କିଛି ସମୟ ବାହାର କରି ଅଫିସରୁ ଅଫିସ ବୁଲି ଖାଇବା ଟିଫିନ ପାର୍ସଲ କରୁଥିଲେ।

୧୫ ବର୍ଷ ବୟସରେ ଉତ୍ତମ ରାସ୍ତା କଡକୁ ଛାଡି ପ୍ରଥମ ଥର ପାଇଁ ଏକ ସାବୁନ ଫ୍ୟାକ୍ଟ୍ରିରେ କାମ କରିବା ଆରମ୍ଭ କଲେ। ଏହା ପରେ ସେ ଫ୍ୟାକ୍ଟ୍ରି ଛାଡି ନିଜେ ଏକ ସାବୁନ ଫ୍ୟାକ୍ଟ୍ରି ଆରମ୍ଭ କଲେ। ପ୍ରଥମେ ପ୍ରଥମେ ବ୍ୟବସାୟରେ କିଛି ମାତ୍ରାରେ କ୍ଷତି ହୋଇଥିଲା। କିନ୍ତୁ ସେ ହାର ମାନିନଥିଲେ, ମନରେ ସାହସ ରଖି ଆଗକୁ ବଢି ଚାଲିଥିଲେ। ଏବେ ଉତ୍ତମ ୩୦ କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି। ତାଙ୍କ ଫ୍ୟାକ୍ଟ୍ରିରେ ହଜାର ହଜାର ଲୋକ କାମ କରୁଛନ୍ତି। କମ୍ପାନୀର କର୍ମଚାରୀମାନଙ୍କୁ ସରକାରୀ ଚାକିରିଆଙ୍କ ଦରମା ଠାରୁ ଅଧିକ ଟଙ୍କା ଦରମା ଦେଉଛନ୍ତି ଉତ୍ତମ।

ସମ୍ବନ୍ଧିତ ଖବର