ଦିନେ ଇଂରାଜୀରେ କୌଣସି ଅଭିଜ୍ଞତା ନଥିବା ବିହାରର ଏହି ମହିଳା ଜଣକ ଆଜି ବ୍ରିଟେନର ଏକ ବଡ଼ କଲେଜର ପ୍ରିନ୍‌ସିପାଲ

ଦିନେ ଇଂରାଜୀ ବିଷୟରେ କୌଣସି ଅଭିଜ୍ଞତା ନଥିବା ଜଣେ ମହିଳା ଆଜି ବ୍ରିଟେନର ଏକ ବଡ଼ କଲେଜରେ ପ୍ରିନ୍‌ସିପାଲ ହେବା ନିଶ୍ଚିତ ଆଶ୍ଚର୍ଯ୍ୟର ବିଷୟ। କିନ୍ତୁ ନିଜର ଦୃଢ଼ ଇଚ୍ଛାଶକ୍ତି ଓ କଠୋର ପରିଶ୍ରମ ବଳରେ ଏପରି ସଫଳତା ହାସଲ କରିଛନ୍ତି ବିହାରର ଜଣେ ମହିଳା। ସେ ହେଉଛନ୍ତି ଆଶା ଖେମକା।

ବିହାରର ଏକ ଛୋଟ ସହର ସୀତାମୀର ଝିଅ ଆଶା ଖେମକା। ଦିନ ଥିଲା ତାଙ୍କୁ ବିଲକୁଲ ଇଂରାଜୀ ଆସୁନଥିଲା। ୨୫ ବର୍ଷ ପର୍ଯ୍ୟନ୍ତ ଇରାଂଜୀରେ ତାଙ୍କର କୌଣସି ଅଭିଜ୍ଞତା ନଥିଲା। କିନ୍ତୁ ଦୃଢ଼ ଇଚ୍ଛାଶକ୍ତି ଓ କଠୋର ପରିଶ୍ରମ ବଳରେ ଏବେ ସେ ବ୍ରିଟେନର ସବୁଠାରୁ ବିଜ୍ଞ ଶିକ୍ଷାବିତଙ୍କ ମଧ୍ୟରେ ସାମିଲ ଅଛନ୍ତି। ଆଉ ଆଜି ସେ ହଜାର ହଜାର ଇଂରେଜ ଛାତ୍ରଙ୍କ ଜୀବନକୁ ଉଚିତ ପଥ ଦେଖାଉଛନ୍ତି। ବର୍ତ୍ତମାନ ଆଶା ଖେମକା ବ୍ରିଟେନର ଏକ ପ୍ରଖ୍ୟାତ କଲେଜର ପ୍ରିନସିପାଲ ଅଛନ୍ତି। ତାଙ୍କୁ ଏସିଆନ୍‌ ବିଜିନେସ୍‌ ଓମେନ୍‌ ଅଫ ଦ ଇୟର ସମ୍ମାନରେ ସମ୍ମାନିତ କରାଯାଇଛି। ଆଶା ଖେମକା ପ୍ରମାଣ କରି ଦେଖାଇଛନ୍ତି ଯଦି ମନରେ ଦୃଢ଼ ମନୋବଳ ରହିଛି, ମଣିଷକୁ କିଛି ରୋକି ପାରିବ ନାହିଁ।

ବିହାରର ସୀତାମୀ ଜିଲ୍ଲାର ଏକ ବ୍ୟବସାୟୀ ପରିବାରରେ ୨୧ ଅକ୍ଟୋବର ୧୯୫୧ରେ ଜନ୍ମ ହୋଇଥିଲେ ଆଶା ଖେମକା। ତାଙ୍କୁ ମାତ୍ର ୧୩ ବର୍ଷରେ ହିଁ ପାଠ ଛାଡ଼ିବା ପାଇଁ ପଡ଼ିଥିଲା। ଦିନେ ଅଚାନକ ଘର ଲୋକେ ତାଙ୍କୁ କହିଲେ ଶାଢ଼ୀ ପିନ୍ଧି ସଜବାଜ ହେବା ପାଇଁ । କାରଣ ତାଙ୍କୁ ବିବାହ ପାଇଁ ପୁଅଘର ଦେଖିବା ପାଇଁ ଆସିଥିଲେ। ଆଶାଙ୍କ ବିରୋଧ ସତ୍ୱେ ମଧ୍ୟ ୧୫ ବର୍ଷ ବୟସରେ ତାଙ୍କର ନିର୍ବନ୍ଧ ହୋଇଗଲା। ତାଙ୍କ ସ୍ୱାମୀ ଶଙ୍କର ଲାଲ ଖେମକା ସେତେବେଳେ ମେଡ଼ିକାଲ ପାଠ ପଢ଼ୁଥିଲେ। ୧୯୭୮ରେ ଆଶା, ନିଜ ସ୍ୱାମୀ ଓ ତିନି ଝିଅଙ୍କ ସହ ଇଂଲଣ୍ଡ ଚାଲିଯାଇଥିଲେ। ସେ ଯେତେବେଳେ ଇଂଲଣ୍ଡ ଯାଇଥିଲେ ତାଙ୍କର ଇଂରାଜୀରେ କୌଣସି ଜ୍ଞାନ ନଥିଲା। ସେଠାକୁ ଯାଇ ସେ ତାଙ୍କ ଘର କାମରେ ବ୍ୟସ୍ତ ରହିଗଲେ। ଏହାସହ ନିଜ ପରି ମହିଳାଙ୍କ ସହ କଥା ହୋଇ ଇଂରାଜୀ ଭାଷକୁ ମାର୍ଜିତ କରିବା ପାଇଁ ଚେଷ୍ଟା କରୁଥିଲେ।

ପିଲାମାନେ ଧୀରେ ଧୀରେ ବଡ଼ ହେଲେ। ତାଙ୍କର କାମ ହାଲୁକା ହେବାରେ ଲାଗିଲା। ଆଉ ସେ ପୁଣି ଥରେ ପାଠପଢ଼ାରେ ଧ୍ୟାନ ଦେଲେ। ସେ କାଡି଼ର୍‌ଓ ୟୁନିଭସିିଟିରେ ବିଜିନେସ୍‌ ଡିଗ୍ରୀ ହାସଲ କଲେ। ଆଉ ତା’ପରେ ଅଧ୍ୟାପନା ଆରମ୍ଭ କରିଥିଲେ। ୨୦୦୬ରେ ସେ ବେଷ୍ଟ ନାଣ୍ଟିଘମ କଲେଜର ପ୍ରିନିସିପାଲ ଭାବରେ ନିଯୁକ୍ତି ପାଇଲେ। ଏହି କଲେଜ ବ୍ରିଟେନର ଭଲ କଲେଜ ମାନଙ୍କ ମଧ୍ୟରୁ ଅନ୍ୟତମ। ଶିକ୍ଷା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ଯୋଗୁଁ ଅନେକ ପୁରସ୍କାରରେ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି।

ସମ୍ବନ୍ଧିତ ଖବର