୧୫ ହଜାର ଟଙ୍କାର ଚାକିରି ଛାଡ଼ି ଆରମ୍ଭ କଲେ ବ୍ୟବସାୟ, ୪ ବର୍ଷ ମଧ୍ୟରେ ହେଲେ ୧.୨୫ କୋଟି ଟଙ୍କାର କମ୍ପାନିର ମାଲିକ

ନୂଆଦିଲ୍ଲୀ : ଚାଷକୁ ନେଇ ଟଙ୍କା ଆୟ କରିବା ଏବଂ ନିଜର ଭବିଷ୍ୟତ ତିଆରି କରିବା ପାଇଁ ଅନେକ ଉପାୟ ରହିଛି । କିନ୍ତୁ ଲୋକମାନଙ୍କୁ ସେହି ଉପାୟ ବିଷୟରେ ଜାଣି ତା’ ଉପରେ କାର୍ଯ୍ୟ କରିବା ମଧ୍ୟ ଦରକାର । ଖୁବ୍‌ କମ ଲୋକ ଚାଷକୁ ନେଇ ନିଜର ଭବିଷ୍ୟତ ଗଢ଼ିଥାନ୍ତି ଏବଂ ଏହାକୁ ନେଇ ଭବିଷ୍ୟତ ଗଢ଼ିବା ସମ୍ଭବ ବୋଲି ପ୍ରମାଣ କରିଛନ୍ତି ମହାରାଷ୍ଟ୍ରର ପୁଣେରେ ରହୁଥିବା ଆଜିଙ୍କ୍ୟ ଅଶୋକରାବ ପିସଲ । ପ୍ରଥମେ ସେ ମାସିକ ୧୫,୦୦୦ ଟଙ୍କା ଦରମାରେ ଚାକିରି କରୁଥିବା ସମୟରେ କୃଷକମାନଙ୍କର ଫସଲକୁ ଭଲ କରିବା ପାଇଁ ଭଲ ମଞ୍ଜି ଦରକାର ବୋଲି ଉପଲବ୍ଧ କରିଥିଲେ। ଏହା ପରେ ସେ ଚାକିରି ଛାଡ଼ି ଭଲ ମଞ୍ଜି ପ୍ରସ୍ତୁତି ଆରମ୍ଭ କରିବେ ବୋଲି ନିଷ୍ପତ୍ତିି ନେଇଥିଲେ । ଏହି ବ୍ୟବସାୟ କରି ସେ ୪ ବର୍ଷ ମଧ୍ୟରେ ୧.୨୫ କୋଟି କମ୍ପାନିର ମାଲିକ ବନି ପାରିଛନ୍ତି । ଏବେ ସେ ପ୍ରତି ମାସରେ ୨ଲକ୍ଷରୁ ଅଧିକ ଟଙ୍କା ଆୟ କରୁଥିବା ଜଣାପଡ଼ିଛି ।

money.bhaskar.com

ସୂଚନା ମୁତାବକ, ଆଜିଙ୍କ୍ୟ ହର୍ଟିକଲ୍‌ଚରରେ ମାଷ୍ଟର୍ସ ଡିଗ୍ରି କରିବା ପରେ ସିଡ଼୍‍ ଟ୍ରେ (ମଞ୍ଜି) ତିଆରି କରୁଥିବା ଏକ କମ୍ପାନିରେ ଚାକିରି କରିବା ଆରମ୍ଭ କରିଥିଲେ । ସେଠେରେ ସିଡ଼୍‍ ଟ୍ରେର ତିଆରି, ତାହାର ବ୍ୟବହାର ଏବଂ ତାକୁ ପୁନଃବ୍ୟବହାର କିପରି କରାଯାଇ ପାରିବ ସେ ସବୁ ବିଷୟରେ ଶିଖିବା ପରେ ସେ ଚାକିରି ଛାଡ଼ି ଦେଇଥିଲେ । ଚାକିରି ଛାଡ଼ିବା ପରେ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା ପ୍ରୋଗ୍ରାମ ଏଗ୍ରି କ୍ଲିନିକ୍‌ ଆଣ୍ଡ ଏଗ୍ରି ବିଜ୍‌ନେସ ସେଣ୍ଟର୍ସରେ ଦୁଇ ମାସ ଟ୍ରେନିଙ୍ଗ ନେଇଥିଲେ । ଟ୍ରେନିଙ୍ଗ ପରେ ସେ ନିଜର କମ୍ପାନି ଜେପି ନେଚର କେୟାର ଆରମ୍ଭ କରିଥିଲେ ।

ସମ୍ବନ୍ଧିତ ଖବର