ଅସମ୍ଭବକୁ ସମ୍ଭବ କରି ଦେଖାଇଲେ ବିଜୟ ! କନେଷ୍ଟବଳରୁ ବନିଲେ ଆଇପିଏସ୍‌ ଅଫିସର

ଜୟପୁର : ପୂର୍ବରୁ ଅନେକ ସଫଳତାର କାହାଣୀ ଆମେ ଆପଣଙ୍କୁ ଜଣାଇଥିବା ବେଳେ ଆଜି ଜଣେ ସାଧାରଣ କନେଷ୍ଟବଳଙ୍କ ସଫଳତାର କାହାଣୀ ଆମେ ଉପସ୍ଥାପନ କରୁଛୁ । ରାଜସ୍ଥାନର ଝୁନ୍‌ଝୁନ୍‌ ଜିଲ୍ଲାରେ ରହୁଥିବା ବିଜୟ କୁମାର ପ୍ରଥମେ ଜଣେ କନେଷ୍ଟବଳ ଭାବରେ ନିଜର ପେସାଦାର ଜୀବନ ଆରମ୍ଭ କରିଥିବା ବେଳେ ସମୟକ୍ରମେ ଏବେ ସେ ଜଣେ ଆଇପିଏସ୍‌ ଅଫିସର ହୋଇ ପାରିଛନ୍ତି।

ସୂଚନା ମୁତାବକ,ବିଜୟ ପାଠ ପଢ଼ାରେ ସେତେଟା ଭଲ ନଥିଲେ । ଦଶମ ପରୀକ୍ଷାରେ ସେ ୫୫ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ୱାଦଶ ପରୀକ୍ଷାରେ ୬୭ପ୍ରତିଶତ ରଖି ପାସ୍‌ ହୋଇଥିଲେ । ଚାକରି ସନ୍ଧାନରେ ଥିବା ବେଳେ ଦିଲ୍ଲୀ ପୁଲିସରେ ୨୦୧୦ରେ କନେଷ୍ଟବଳର ପଦ ତାଙ୍କୁ ମିଳିଥିଲା । ଦିଲ୍ଲୀ ଯିବା ପରେ ସେ ଆଇପିଏସ୍‌ ଅଫିସରଙ୍କ କାମ ଜାଣି ଅନୁପ୍ରାଣିତ ହେବା ସହ ଦିନେ ଆଇପିଏସ୍‌ ଅଫିସର ହେବେ ବୋଲି ନିଷ୍ପତ୍ତିି ନେଇଥିଲେ । କିନ୍ତୁ ଆଇପିଏସ୍‌ ଅଫିସର ହେବା ପାଇଁ ପଢ଼ିବାକୁ ପଡ଼ୁଥିବା ପାଠ ପାଇଁ ଟଙ୍କା ନଥିବାରୁ ସେ ପ୍ରଥମେ ପୁଲିସ ହେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଡ଼ିସେମ୍ବର ୨୦୧୦ରେ ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଦିଲ୍ଲୀ ପୁଲିସରେ ପୁଲିସ ଇନସପେକଟର ଭାବେ କାମ କରିବା ଆରମ୍ଭ କରିଥିଲେ । ଦାୟିତ୍ୱ ଠିକ୍‌ ଭାବରେ ତୁଲାଇବା ସହ ସେ ପଢ଼ା ଚାଲୁ ରଖିଥିଲେ ।

India Today

ଏସ୍‌ଏସ୍‌ସିର ପ୍ରସ୍ତୁତି ଆରମ୍ଭ କରିବା ପରେ ସେଣ୍ଟ୍ରାଲ ଏକ୍ସାଇଜ୍‌ରେ ତାଙ୍କର ଚାକିରି ହୋଇ ଯାଇଥିଲା । ଯାହା ପରେ ତାଙ୍କର ପୋଷ୍ଟିଙ୍ଗ ହୋଇଥିଲା କେରଳର ତ୍ରିଭେନ୍ଦ୍ରମ୍‌ରେ। ଦିଲ୍ଲୀରେ ରହି ସେ ଆଇପିଏସ୍‌ ଅଫିସର ବନିବାର ପ୍ରସ୍ତୁତି କରୁଥିବା ବେଳେ ତ୍ରିଭେନ୍ଦ୍ରମ ଯିବା ପରେ ସେ ଠିକ୍‌ ଭାବରେ ପ୍ରସ୍ତୁତି କରି ପାରି ନ ଥିଲେ । ଯାହା ପାଇଁ ସେ ପୁଣି ଏସ୍‌ଏସ୍‌ସି ପରୀକ୍ଷା ଦେବା ପରେ ତାଙ୍କ ଚାକିରି ଆୟକର ବିଭାଗରେ ହୋଇଥିଲା । ଆୟକର ବିଭାଗରେ ଚାକିରି ହେବା ପରେ ସେ ପୁଣି ଦିଲ୍ଲୀକୁ ଫେରିଥିଲେ । ଆୟକର ବିଭାଗରେ ଚାକିରି କରିବା ସହ ସେ ଆଇପିଏସ୍‌ ଅଫିସର ହେବା ପାଇଁ ପ୍ରସ୍ତୁତି ଜାରି ରଖିଲେ । ଲଗାତାର ୪ ଥର ଆଇପିଏସ୍‌ ପରୀକ୍ଷା ଦେବା ପରେ ୨୦୧୮ରେ ସେ ସଫଳତା ପାଇଥିଲେ । ଏବେ ସେ ଆଇପିଏସ୍‌ ଅଫିସର ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଏହି ପଦ ପାଇଁ ପ୍ରସ୍ତୁତ କରାଉଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର