ସୁଦର୍ଶନ ଚକ୍ର ସଂପର୍କରେ ଏସବୁ କଥା ଜାଣନ୍ତି କି ?

ଭଗବାନ ଶ୍ରୀକୃଷ୍ଣଙ୍କର ମୁଖ୍ୟ ଆୟୁଧ ହେଲା ସୁଦର୍ଶନ ଚକ୍ର । ଆମେ ପୁରାଣରୁ ଜାଣିଛେ ଯେ ଭଗବାନ ବିଷ୍ଣୁ ଏହା ମାଧ୍ୟମରେ କେତେକ ପାପୀଙ୍କୁ ଦଣ୍ଡିତ କରିଛନ୍ତି। ସୁଦର୍ଶନର ଅର୍ଥ ହେଲା ଉତ୍ତମ ଦୃଷ୍ଟି । ଆସନ୍ତୁ ଜାଣିବା ଅଧିକ କିଛି ଏହା ସଂପର୍କରେ । ସୁଦର୍ଶନ ଚକ୍ରର ସୃଷ୍ଟି ଭଗବାନ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଏବଂ ବୃହସ୍ପତିଙ୍କ ମିଳିତ ଶକ୍ତିରେ ହୋଇଥିଲା । ସୁଦର୍ଶନ ଚକ୍ର ସଂପର୍କରେ ଅନ୍ୟ ଏକ କଥା ସର୍ବବିଦିିତ ଯେ ଏହା ଶତ୍ରୁ ସଂହାର କରିବା ପରେ ପୁଣି ଭଗବାନ ବିଷ୍ଣୁଙ୍କ ପାଖକୁ ସ୍ୱତଃ ଫେରିଆସେ ।

 

photo-speakingtre

ଅନ୍ୟ ଏକ ପୌରାଣିକ ଉପାଖ୍ୟାନ ଅନୁଯାୟୀ ଭଗବାନ ମହାଦେବ ବିଷ୍ଣୁଙ୍କୁ ସୁଦର୍ଶନ ଚକ୍ର ପ୍ରଦାନ କରିଥିଲେ । ବିଷ୍ଣୁ ମହାଦେବଙ୍କୁ ପ୍ରାର୍ଥନା ଜରିଆରେ ସନ୍ତୁଷ୍ଟ କରିଥିଲେ । ଏଥିରେ ପ୍ରସନ୍ନ ହୋଇ ଭଗବାନ ଶିବ ବିଷ୍ଣୁଙ୍କୁ ବର ପ୍ରଦାନ କରିବାକୁ ଆଗ୍ରହ ଦେଖାଇଥିଲେ। ଏହାପରେ ଭଗବାନ ବିଷ୍ଣୁ ଶିବଙ୍କୁ ଅସୁରମାନଙ୍କ ଉପରେ ବିଜୟ ପ୍ରାପ୍ତ କରିବାକୁ ଏକ ଅସ୍ତ୍ର ଯାଚନା କରିଥିଲେ, ଭଗବାନ ଶିବ ବିଷ୍ଣୁଙ୍କୁ ଏହି ସୁଦର୍ଶନ ଚକ୍ର ପ୍ରଦାନ କରି କହିଥିଲେ ଯେ ଏହା ଜରିଆରେ ସମସ୍ତଙ୍କୁ ପରାଜିତ କରି ହେବ ।

ସୁଦର୍ଶନ ଚକ୍ର ଏକ ଗୋଲାକାର ଅସ୍ତ୍ର । ଏହାର ବ୍ୟାସାର୍ଦ୍ଧ ପ୍ରାୟ ୧୨ ରୁ ୩୦ ସେଣ୍ଟିମିଟର ବୋଲି କୁହାଯାଏ । ଏହି ଅସ୍ତ୍ର ସଂପର୍କରେ ହିନ୍ଦୁମାନଙ୍କର ଚାରି ବେଦ ମଧ୍ୟରୁ ଋଗ୍‌ ବେଦ ଓ ଯର୍ଜୁବେଦ ଏବଂ କେତେକ ପୁରାଣରେ ବର୍ଣ୍ଣିତ ଅଛି । ଏହାକୁ ଏକ ନ୍ୟାୟ ଅସ୍ତ୍ର ବୋଲି ମଧ୍ୟ କୁହାଯାଏ । ଲୋଭୀ ସ୍ୱଭାବର ଶିଶୁପାଳଙ୍କର ଭଗବାନ ଶ୍ରୀକୃଷ୍ଣ ସୁଦର୍ଶନ ଚକ୍ରରେ ଶିରଚ୍ଛେଦ କରିଥିଲେ । ଭଗବାନ କୃଷ୍ଣ ଗୋବର୍ଦ୍ଧନ ପର୍ବତ ଉଠାଇବା ବେଳେ ଏହି ସୁଦର୍ଶନ ଚକ୍ରର ସହାୟତା ନେଇଥିବା ମଧ୍ୟ କୁହାଯାଏ । ଜୟଦ୍ରଥଙ୍କୁ ବଧ କରିବା ପାଇଁ ମଧ୍ୟ କୃତ୍ରିମ ସୂର୍ଯ୍ୟାସ୍ତ କରିବା ଲାଗି ଭଗବାନ ଶ୍ରୀକୃଷ୍ଣ ସୁଦର୍ଶନ ଚକ୍ରର ସହାୟତା ଲୋଡ଼ିଥିଲେ ।

ବିଭିନ୍ନ ଅଞ୍ଚଳରେ ସୁଦର୍ଶନ ଚକ୍ରର ନାମ ମଧ୍ୟ ଭିନ୍ନ ଭିନ୍ନ । ତାମିଲରେ ଏହା ‘ ଚକ୍ରନ ଅଜହ୍ଵର’ ଭାବେ ନାମିତ । ସୁଦର୍ଶନ ଚକ୍ର ଉପରେ ଥାଇଲାଣ୍ଡରେ ଘର ମଧ୍ୟ ରହିଛି । ସୁଦର୍ଶନ ଚକ୍ର କେତେକ ରାଷ୍ଟ୍ରର ସଂକେତ ରୂପେ ମଧ୍ୟ ବ୍ୟବହୃତ ହୋଇଛି । ପ୍ରାଚୀନ ଧାର୍ମିକ ସାହିତ୍ୟ ବିଶେଷତଃ ବୈଦିକ, ତାନ୍ତ୍ରିକ, ବୌଦ୍ଧ ଏବଂ ଯୋଗ ରେ ଏହାର ବ୍ୟାପକ ପ୍ରଚଳନ ଦେଖିବାକୁ ମିଳେ । ଋଗବେଦରେ ସୁଦର୍ଶନ ଚକ୍ରକୁ ମୂଳତଃ ସୂର୍ଯ୍ୟଙ୍କର ସଙ୍କେତ ଭାବେ ବର୍ଣ୍ଣିତ ଅଛି । ଶ୍ରୀ ମନ୍ଦି ର ଚାରି ଦେବା ଦେବୀ ହେଲେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ଶୁଭଦ୍ରା ଓ ଶ୍ରୀ ସୁଦର୍ଶନ । ଏମାନଙ୍କୁ ଚତୁର୍ଦ୍ଧାମୂର୍ତ୍ତି ବୋଲି କୁହାଯାଏ । ଏଠାରେ ଶ୍ରୀ ସୁଦର୍ଶନ ଏକ ସ୍ତମ୍ଭ ସ୍ୱରୂପ ବିଦ୍ୟମାନ । ଶ୍ରୀ ସୁଦର୍ଶନ ଶକ୍ତି ଓ କ୍ଷମତାର ଦେବତାଭାବେ ପୂଜିତ ହୁଅନ୍ତି ।

ସମ୍ବନ୍ଧିତ ଖବର