ସୁଟ୍‌କେସ୍‌ ସ୍କୁଟର୍‌, ଏଥିରେ ଜିନିଷ ରଖିବା ସହିତ ଦୁଇଜଣ ବସି ୫୦ରୁ ୬୦କିମି ପର୍ଯ୍ୟନ୍ତ ଯାତ୍ରା କରିପାରିବେ

ନୂଆଦିଲ୍ଲୀ: ବିଜ୍ଞାନ ଯୁଗରେ ବିଭିନ୍ନ ପ୍ରକାର ଚମତ୍କୃତ ଜିନିଷ ଦେଖିବାକୁ ମିଳୁଛି। ନିକଟରେ ସୁଟ୍‌କେସ୍‌ ସ୍କୁଟର୍‌କୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି। ଏହି ସୁଟ୍‌କେସ୍‌-ସ୍କୁଟରର ନାମ ଶୁଣି ଆଶ୍ଚୁର୍ଯ୍ୟ ଲାଗୁଛି ନିଶ୍ଚୟ। ଆଜ୍ଞା ହଁ ଚାଇନାର ହୁନାନ୍‌ ପ୍ରଦେଶର ସୌଖୀନ ଉଦ୍ଭାବକ ଲିଆଙ୍ଗ୍‌କାଇ ମଜଭୁତ ସୁଟ୍‌କେସ୍‌କୁ ସ୍କୁଟର୍‌ରେ ପରିଣତ କରିଛନ୍ତି। ସୁଟ୍‌କେସ୍‌-ସ୍କୁଟର୍‌ ତାଙ୍କର ଦଶ ବର୍ଷର ଶ୍ରମର ସୁଫଳ। ଏହି ସ୍କୁଟର୍‌ର ବିଶେଷ ଖୁବ୍‌ ନିଆରା। ଆସନ୍ତୁ ଜାଣିବା ଏହି ସୁଟ୍‌କେସ୍‌-ସ୍କୁଟର୍‌ଟି କିଭଳି ଚାଲିବ।

ଏହି ସୁଟ୍‌କେସ୍‌-ସ୍କୁଟର୍‌ଟି ବ୍ୟାଟେରି-ଚାଳିତ। ଏହାର ଓଜନ ମାତ୍ର ସାତ କିଲୋଗ୍ରାମ୍‌ ରହିଛି। ଏହା ଉପରେ ଦୁଇ ଜଣ ଆରାମରେ ବସି ଯାଇ ପାରିବେ। ବ୍ୟାଟେରିକୁ ପୂରା ଚାଜ୍‌ର୍ କରିବାକୁ ପଡ଼ିବ। ତେବେ ଯାଇ ସୁଟ୍‌କେସ୍‌-ସ୍କୁଟର୍‌ଟି ଘଣ୍ଟା ପ୍ରତି କୋଡ଼ିଏ କିଲୋମିଟର୍‌ ବେଗରେ ପଚାଶରୁ ଷାଠିଏ କିଲୋମିଟର୍‌ ପର୍ଯ୍ୟନ୍ତ ଯାଇପାରିବ। ଏଥିରେ ଜିପିଏସ୍‌ ଓ ଚୋରି-ବିରୋଧୀ ଆଲାରାମ ଆଦି ଖଞ୍ଜା ଯାଇଛି। ଲାଗିଛି। ହି ଜଣେ କୃଷକ।

ସମ୍ବନ୍ଧିତ ଖବର