ଅଷ୍ଟମୀ ଦିନ ସୂର୍ଯ୍ୟଙ୍କଠାରୁ ମିଳୁଥିବା ଜୀବନଶକ୍ତି ଅଧିକ ପୂର୍ଣ୍ଣ ଓ ଉତ୍ତମ , ଜାଣନ୍ତୁ କାହିଁକି
ଗ୍ରହମାନଙ୍କ ମଧ୍ୟରେ ସୂର୍ଯ୍ୟ ଓ ଚନ୍ଦ୍ର ହେଉଛନ୍ତି ଧନ ଶକ୍ତି ଓ ଋଣ ଶକ୍ତିର କେନ୍ଦ୍ର। ଉପନିଷଦ ଓ ବେଦରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ସଂପର୍କରେ ଅନେକ ପ୍ରକାରର ବର୍ଣ୍ଣନା ରହିଛି। ଆଧୁନିକ ପଦାର୍ଥ ବିଜ୍ଞାନ ମଧ୍ୟ ଏହାକୁ ସ୍ୱୀକାର କରିଛି ଯେ,ସୂର୍ଯ୍ୟ ହେଉଛନ୍ତି ଜୀବନ ଶକ୍ତିର ପୁଞ୍ଜ। ଏଥିପାଇଁ ଏହା ଧନ ଶକ୍ତିର କେନ୍ଦ୍ର ଅଟେ। ଚନ୍ଦ୍ରର ସ୍ଥିତି ଏହାର ବିପରୀତ। ସୂର୍ଯ୍ୟାଲୋକ ଉପରେ ମୁଖ୍ୟତଃ ନିର୍ଭରଶୀଳ ହେଉଥିବା କାରଣରୁ ଚନ୍ଦ୍ର ହେଉଛି ସୂର୍ଯ୍ୟଙ୍କ ଋଣୀ। ଏହି ପରି ଭାବେ ସୂର୍ଯ୍ୟ ଧନୀ ଓ ଚନ୍ଦ୍ରମା ଋଣୀ।
Sambad is now on WhatsApp
Join and get latest news updates delivered to you via WhatsApp
ଅମାବାସ୍ୟା ଦିନ ଋଣ ଶକ୍ତି ସଂପନ୍ନ ଚନ୍ଦ୍ର,ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଆସିଥାଏ।ଏଥିପାଇଁ ପୃଥିବୀ ପୃଷ୍ଠକୁ ସୂର୍ଯ୍ୟଙ୍କ ଜୀବନୀ ଶକ୍ତି ଖୁବ୍ କମ୍ ହୋଇଥାଏ। ଋଗ୍ ବେଦରେ କୁହାଯାଇଛି ‘ସୂର୍ଯ୍ୟ ଆତ୍ମା ଜଗତସ୍ତସ୍ଥୁତାଶ୍ଚ।
ସୂର୍ଯ୍ୟ ଓ ସ୍ଥାବର ଓ ଜଙ୍ଗମକୁ ଚଳାଉଥିବା ଜଗତର ଆତ୍ମା। ସୂର୍ଯ୍ୟ ନିଜର ଶକ୍ତିରେ ସ୍ଥାବର ଓ ଜଙ୍ଗମଙ୍କୁ ପରିପୂର୍ଣ୍ଣ କରିଥାଆନ୍ତି। କୁହାଯାଏ ଯେ ଅଷ୍ଟମୀ ଦିନ ସୂର୍ଯ୍ୟଙ୍କଠାରୁ ମିଳୁଥିବା ଜୀବନଶକ୍ତି ଅଧିକ ପୂର୍ଣ୍ଣ ଓ ଉତ୍ତମ। ସୂର୍ଯ୍ୟୋପରାଗ ସମୟରେ ଜୀବନର ଶାନ୍ତି ଖୁବ୍ କମ୍ ହୋଇ ଯାଉଥିବା ଯୋଗୁଁ ସେହି କାଳରେ ଭୋଜନ ଗ୍ରହଣ ନ କରିବାକୁ ପରାମର୍ଶ ଦିଆଯାଇଥାଏ।