ଏପ୍ରିଲ୍‌ ମାସରେ ଗୁଗୁଲ୍‌ରେ ନିଯୁକ୍ତି ସାକ୍ଷାତ୍‌କାର ଦେଇଥିଲେ ସୁନ୍ଦର ପିଚାଇ, ସେ କହିଥିବା ଏହି କେତୋଟି କଥା ସଫଳ ହେବା ପାଇଁ ଯଥେଷ୍ଟ

ଖଡଗପୁର: ଭାରତୀୟ ବଂଶୋଦ୍ଭବ ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇ ୧୯୯୩ ମସିହାରୁ ଆଇଆଇଟି ଖଡଗ୍‌ପୁର ଛାଡ଼ିବା ପରେ ଗତବର୍ଷ ଦୀର୍ଘ ୨୪ ବର୍ଷ ପରେ ନିଜର ପୁରୁଣା ସ୍ଥାନକୁ ଫେରି ବିଭିନ୍ନ ହସ ମଜା କରିବାର ଦେଖିବାକୁ ମିଳିଥିଲା। ନିଜ ହଷ୍ଟେଲ୍‌ ରୁମ୍‌ରୁ ଆରମ୍ବ କରି କ୍ଲାସ୍‌ ରୁମ୍‌, ଖେଳପଡ଼ିଆ, ପାଖ ଗାଆଁ ଆଦି ସ୍ଥାନ ଭୁଲି ନିଜର ସ୍ମୃତି ମନେ ପକାଇଥିଲେ ସୁନ୍ଦର। ଆଇଆଇଟି କ୍ୟାମ୍ପସ୍‌ରେ ଯୋଗ ଦେଇ କେତେକ ଅଭୁଲା ସ୍ମୃତି ସହ ଅନେକ ଶିକ୍ଷଣୀୟ କଥା କହିଛନ୍ତି ଯାହା ନିମ୍ନରେ ଆଲୋଚିତ।

-ସୁନ୍ଦର ପ୍ରଥମେ ‘ଏପ୍ରିଲ୍‌ ଫୁଲ୍‌’ ଦିବସରେ ଗୁଗୁଲ୍‌ରେ ନିଯୁକ୍ତି ସାକ୍ଷାତ୍‌କାର ଦେଇଥିଲେ ବୋଲି କହିଥିଲେ।

-ସେଠାରେ ସାକ୍ଷାତ୍‌କାର ସମୟରେ ତାଙ୍କୁ ଆଇସ୍‌କ୍ରିମ୍‌ ପ୍ରଦାନ କରାଯାଇଥିଲା।

– ସୁନ୍ଦର ଯୁବପିଢ଼ିଙ୍କୁ ଉପଦେଶ ଛଳରେ କହିଛନ୍ତି ଯେ ଚାକିରି କରୁଥିବା ସଂସ୍ଥା ଗୁରୁତ୍ୱପୂର୍ଣ୍ଣ ମାତ୍ର ସର୍ବସ୍ୱ ନୁହେଁ।

-ସୁନ୍ଦର ସେଠାରେ ଅନ୍ୟ ଏକ ଉପଦେଶରେ ଜଣାଇଥିଲେ, ‘ବିଫଳ ହେବା କୌଣସି ଅପରାଧ ନୁହେଁ। ଲକ୍ଷ୍ୟ ପଥରେ ପହଞ୍ଚିବା ପାଇଁ ଯଦି ବାରମ୍ବାର ବିଫଳ ହେବାକୁ ପଡୁଛି ତେବେ ସେଥିରେ ଆଦୌ ବିଚଳିତ ହୁଅ ନାହିଁ।’

-ପିଚାଇ କ୍ରିକେଟ୍‌ ତାରକା ବିରାଟ୍‌ କୋହଲି ଓ ସଚିନ୍‌ ତେନ୍ଦୁଲକର୍‌ ଖେଳୁଥିବା ସମୟରେ ଖେଳ ଦେଖିବାକୁ ପସନ୍ଦ କରନ୍ତି। ତାଙ୍କ ପୂର୍ବତନ ପ୍ରିୟ କ୍ରିକେଟ୍‌ ତାରକା ହେଉଛନ୍ତି ସୁନୀଲ ଗାଭାସ୍କର।

-ପିଚାଇଙ୍କ ପ୍ରିୟ ଅଭିନେତା ହେଉଛନ୍ତି ବଲିଉଡ୍‌ ଷ୍ଟାର୍‌ ଶାହାରୁଖ ଖାନ୍‌।

-ସୁନ୍ଦରଙ୍କୁ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ତାଙ୍କ ଭିତରେ ବି ଚାକିରିକୁ ନେଇ ଭୟ ରହିଛି। ଚାକିରି ଭୟ ସମସ୍ତଙ୍କ ଭିତରେ ରହେ ଏବଂ ସୁନ୍ଦରଙ୍କ ମତରେ ଏହା ସ୍ୱଭାବିକ।

-ଆଇଆଇଟିରେ ଛାତ୍ର ଥିବା ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ପାରି ନ ଥିବାରୁ ନିଜକୁ ଭାଗ୍ୟହୀନ ମଣନ୍ତି ବୋଲି ଜଣାଇଥିଲେ ସୁନ୍ଦର।

-ସ୍ମରଣୀୟ ମୁହୂର୍ତ୍ତ ହିସାବରେ ସେ ଆଇଆଇଟି ଛାତ୍ର ଜୀବନୀକୁ କହିଥିଲେ।

-କାର୍ଯ୍ୟ ପାଇଁ କେବଳ ଭଲ କାର୍ଯ୍ୟ ଦକ୍ଷ ବ୍ୟକ୍ତି ହେଲେ ହେବ ନାହିଁ; ଦଳୀୟ ଶକ୍ତି ଗୁରୁତ୍ୱପୂର୍ଣ୍ଣ ବୋଲି ଶେଷର ମତ ଦେଇଥିଲେ।

ସମ୍ବନ୍ଧିତ ଖବର