ଏଣିକି ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବା ବାଧ୍ୟତାମୂଳକ, ନହେଲେ ଭୋଗିବାକୁ ପଡ଼ିପାରେ ଜୋରିମାନା ସହ ଜେଲ ଦଣ୍ଡ!

ଏଣିକି ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବା ବାଧ୍ୟତାମୂଳକ ହେବାକୁ ଯାଉଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନୂଆ ଏବଂ ପୁରୁଣା ଉଭୟ ଗାଡି ଗୁଡିକରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ବାଧ୍ୟତାମୂଳକ ଅଟେ। ଖୁବ୍‌ ଶୀଘ୍ର ଏହା ସମଗ୍ର ଦେଶରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହାକୁ ଉଲ୍ଲଙ୍ଘନ କଲେ ଜୋରିମାନା ସହ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିପାରେ।

ଆପଣଙ୍କ ଗାଡି ନୂଆ କିମ୍ବା ଯେତେ ପୁରୁଣା ହେଉନା କାହିଁକି ଜୁଲାଇ ୩୧ ତାରିଖ ପୂର୍ବରୁ ଆପଣଙ୍କୁ ଲଗାଇବାକୁ ପଡିବ ହାଇ ସିକ୍ୟୁରିଟି ନିବନ୍ଧନ ନମ୍ବର ପ୍ଲେଟ। ଏହାକୁ ଉଲ୍ଲଙ୍ଘନ କଲେ ୧୦୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିପାରେ କିମ୍ବା ୧ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ।

ଜିଲ୍ଲା ପରିବହନ ଅଧିକାରୀ ଅଜୟ ଠାକୁରଙ୍କ କହିବା ଅନୁସାରେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନୂଆ ଏବଂ ପୁରୁଣା ଉଭୟ ଗାଡି ଗୁଡିକରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ବାଧ୍ୟତାମୂଳକ ଅଟେ। ଜୁଲାଇ ମାସ ୩୧ ତାରିଖ ପରଠାରୁ ଏହି ନମ୍ବର ପ୍ଲେଟ ନକରି ଯଦି ଆପଣ ଧରାପଡିଲେ ଧାରା ୧୭୭ ଅନୁଯାୟୀ ପ୍ରଥମ ଥର ୧୦୦ ଟଙ୍କା ଏବଂ ଦ୍ୱିତୀୟ ଥର ଧରା ପଡିଲେ ୩୦୦ଟଙ୍କାର ଜୋରିମାନା ଦେବାକୁ ପଡିପାରେ। ଯଦି କୌଣସି ବ୍ୟକ୍ତି ଭୁଲ ସୂଚନା ଦିଅନ୍ତି ତେବେ ଧାରା ୧୭୭ ଏବଂ ୧୭୯ ଧାରା ଅନୁଯାୟୀ ଆପଣଙ୍କୁ ଅପରାଧୀ ଘୋଷଣା କରାଯିବା ସହ ୧ ମାସର ଦଣ୍ଡ ଶୁଣାଣି ମଧ୍ୟ ହୋଇପାରେ।

ସମ୍ବନ୍ଧିତ ଖବର