ସ୍କୁଲ ବସ୍‌ରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ବିଷୟରେ ଆସନ୍ତୁ ଜାଣିବା

ପ୍ରତିଦିନ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆଣିବା ପାଇଁ ହଜାର ହଜାର ସ୍କୁଲ ଭ୍ୟାନ ଚଳାଚଳ କରୁଛି । କିନ୍ତୁ କେବେ ଭାବିଛନ୍ତି ଆପଣଙ୍କ ପିଲା ଯାଉଥିବା ସ୍କୁଲ ବସ କେତେ ସୁରକ୍ଷିତ? ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସ୍କୁଲ ବସରେ କଣ ବ୍ୟବସ୍ଥା ରହିବା ଆବଶ୍ୟକ? ଯାହାଫଳରେ ଛାତ୍ରଛାତ୍ରୀ ସୁରକ୍ଷିତ ରହି ପାରିବେ। ସ୍କୁଲ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ଚାଲୁଥିବା ବସ ପାଇଁ ସୁପ୍ରିମକୋର୍ଟ କିଛି ନିୟମ ଜାରି କରିଛନ୍ତି । କିନ୍ତୁ ଏହି ନିୟମକୁ କେତେ ସ୍କୁଲ ବସ ପାଳନ କରୁଛନ୍ତି ତାହା ଆପଣ ଜାଣିଛନ୍ତି କି। ଯଦି ନାଁ ତେବେ ଜାଣି ରଖନ୍ତୁ ସ୍କୁଲ ବସ ପାଇଁ ସୁପ୍ରିମକୋର୍ଟ ଆଣିଥିବା କିଛି ନିୟମ ବିଷୟରେ।

 

ସ୍କୁଲ ବସ ପାଇଁ ସୁପ୍ରିମକୋର୍ଟ ଜାରି କରିଥିବା ଗାଇଡ଼ଲାଇନ :

  • ପ୍ରତ୍ୟେକ ସ୍କୁଲ ବସ ହଳଦିଆ ରଙ୍ଗର ହେବା ଆବଶ୍ୟକ। ଏହାସହ ଏହି ବସର ମଝିରେ ନୀଳ ରଙ୍ଗର ପଟି ଉପରେ ସ୍କୁଲ ନାଁ ରହିବା ଆବଶ୍ୟକ।
    ବସରେ ସ୍କୁଲର ନାମ ଓ ଫୋନ ନମ୍ବର ଲେଖା ରହିବା ଆବଶ୍ୟକ।
  • ସ୍କୁଲ ଭ୍ୟାନ ଚଳାଉଥିବା ଡ୍ରାଇଭରଙ୍କ ସର୍ବନିମ୍ନ ୫ ବର୍ଷ ଗାଡି ଚଳାଇବାର ଅଭିଜ୍ଞତା ରହିବା ଦରକାର। ଏହାଛଡା ବସରେ ଜିପିଏସ ଲାଗିବା ଆବଶ୍ୟକ।
  • ବସଟି କେବଳ ସ୍କୁଲର ଛାତ୍ରଛାତ୍ରୀଙ୍କ ପରିବହନ ପାଇଁ ବ୍ୟବହାର କରାଯାଇପାରିବ।
  • ବସରେ ଅଗ୍ନି ନିର୍ବାପକ ସାମଗ୍ରୀ ରହିବା ଆବଶ୍ୟକ।
  • ସେହିଭଳି ସିଟ୍‌ ତଳେ ବାଲିବସ୍ତା ରଖିବା ପାଇଁ ବ୍ୟବସ୍ଥା।
  • ବସର ଦ୍ୱାର କବାଟ ତାଲା ପଡିବା ଆବଶ୍ୟକ।
  • ବସରେ ଜଣେ କଣ୍ଡକ୍ଟର ରହିବା ଅପରିହାର୍ଯ୍ୟ।
  • ପ୍ରାଥମିକ ଚିକିତ୍ସା ପାଇଁ ବସରେ ଫାଷ୍ଟ ଏଡ ବକ୍ସ ଉପଲବ୍ଧ ରହିବ।
  • ବସର ଝରକାରେ ଲୁହା ଗ୍ରୀଲ ଲାଗିଥିବ।
  • ବସ ଭିତରେ ସିସିଟିଭି ରହିବା ନିତାନ୍ତ ଆବଶ୍ୟକ। ଯାହାଫଳରେ ବସ ଭିତରେ କୌଣସି ଦୁର୍ଘଟଣା ହେଲେ ସିସିଟିଭିରୁ ଏହାର ସୁରାକ ମିଳିପାରିବ।
  • ସ୍କୁଲ ବସରେ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ନାଁ ଓ ଫୋନ ନମ୍ବର ଲେଖାଥିବା ଆବଶ୍ୟକ।
  • ପେଟ୍ରୋଲ ଅଟୋରେ ୫ଜଣ, ଡିଜେଲ ଅଟୋରେ ୮, ଛୋଟ ଭ୍ୟାନରେ ୧୦ରୁ ୧୨ ଜଣ, ମିନି ବସରେ ୨୮ରୁ ୩୨ ଜଣ, ବଡ଼ ବସରେ ଡ୍ରାଇଭରଙ୍କ ସମେତ ୪୫ ଜଣ ଛାତ୍ରଛାତ୍ରୀ ଯାତାୟତ କରିବାକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗାଇଡ଼ଲାଇନ ଜାରି କରାଯାଇଛି।
  • ବସ ଡ୍ରାଇଭରଙ୍କ ନାଁରେ କୌଣସି ମାମଲା ନଥିବ।
  • କୌଣସି ଡ୍ରାଇଭରଙ୍କୁ ନିଯୁକ୍ତି ଦେବା ପୂର୍ବରୁ ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ହାସଲ କରିବା ଉଚିତ।
  • ବସରେ ଦୁଇ ଜଣ ଲେଖାଏଁ ଡ୍ରାଇଭର ରହିବା ଉଚିତ।
  • ବସରେ ଜଣେ ଶିକ୍ଷକ ରହିବେ ଯିଏ ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖିବେ।

କିନ୍ତୁ ଏହି ନିୟମ କେତୋଟି ସ୍କୁଲ ବସ କରୁଛନ୍ତି ତାହା ଅଭିଭାବକ ମାନେ ଜାଣିବା ଉଚିତ। ଯାହାଫଳରେ ପିଲାମାନେ ସୁରକ୍ଷିତ ଭାବେ ସ୍କୁଲରୁ ଘରକୁ ଫେରି ପାରିବେ।

ସମ୍ବନ୍ଧିତ ଖବର