ଡାକ୍ତରଖାନା ଯିବା ଅବସ୍ଥାରେ ନ ଥିଲେ ପ୍ରସୂତି, ମୋବାଇଲର ଟର୍ଚ ଲଗାଇ ଆମ୍ବୁଲାନ୍ସ କର୍ମଚାରୀ କରାଇଲେ ପ୍ରସବ

ସୁରଟ୍‌ : ପୂର୍ବରୁ ଆମ୍ବୁଲାନ୍ସ କର୍ମଚାରୀଙ୍କ ଦାୟିତ୍ୱହୀନତାକୁ ନେଇ ଅନେକ ମାମଲା ସାମ୍ନାକୁ ଆସିଛି । ଠିକ୍‌ ସମୟରେ ରୋଗୀଙ୍କୁ ନେବା ପାଇଁ ନ ପହଞ୍ଚିବା, ଟଙ୍କା ପାଇଁ ରୋଗୀଙ୍କୁ ବାଟରେ ଓହ୍ଲାଇଦେବା ଭଳି ଘଟଣା ଆଗରୁ ଅନେକ ଆସି ସାରିଛି । କିନ୍ତୁ ଏବେ ସୁରଟ୍‌ରେ ଜଣେ ଆମ୍ବୁଲାନ୍ସ କର୍ମଚାରୀ କରିଥିବା କାମ ସମସ୍ତେ ସମାନ ନୁହନ୍ତି ବୋଲି ଉକ୍ତିଟିକୁ ପ୍ରମାଣ କରିଛି । ଜଣେ ଗର୍ଭବତୀ ମହିଳା ଡାକ୍ତରଖାନା ଯିବା ଅବସ୍ଥାରେ ନ ଥିବା ଦେଖି ଜରୁରିକାଳୀନ ମେଡିକାଲ ଟେକ୍‌ନିସିଆନ୍‌ ବିଶାଲ  ପ୍ରସବ କରାଇବା କଥା ଚିନ୍ତା କରିଥିଲେ । ପ୍ରସୂତିଙ୍କ ଘରେ ଲାଇନ୍‌ ନ ଥିବାରୁ ବିଶାଲ ମୋବାଇଲର ଟର୍ଚ ବ୍ୟବହାର କରି  ପ୍ରସବ କରାଇଥିଲେ । ପରେ ଉଭୟ ମା’ ଏବଂ ଶିଶୁକୁ ସ୍ଥାନୀୟ ଡାକ୍ତରଖାନାକୁ ନିଆ ଯାଇଥିଲା । ଏବେ ଦୁହେଁ ସୁସ୍ଥ ଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ପ୍ରସୂତିଙ୍କ ପ୍ରସବ ପୀଡ଼ା ଆରମ୍ଭ ହେବା ପରେ ତାଙ୍କ ସ୍ୱାମୀ ଦିନେଶ ୧୦୮ଆମ୍ବୁଲାନ୍ସକୁ ଫୋନ କରିଥିଲେ । ରାତି ୧.୧୫ ସମୟରେ ବିଶାଲ ଦିନେଶଙ୍କ ଘରେ ଯାଇ ତୁରନ୍ତ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ପରେ ପ୍ରସୂତିଙ୍କ ପ୍ରସବ ପୀଡ଼ା ଅସହ୍ୟ ହୋଇ ଯାଇଥିବା ବେଳେ ତାଙ୍କ ଗର୍ଭରୁ ଶିଶୁଟିର ମୁଣ୍ଡ ବାହାରକୁ ଆସି ଯାଇଥିଲା । ଡାକ୍ତରଖାନାକୁ ନେବାର ପରିସ୍ଥିତି  ନ ଥିବାରୁ ବିଶାଲ ନିଜେ ପ୍ରସବ କରାଇବା ପାଇଁ ନିଷ୍ପତି ନେଇଥିଲେ । ଘରେ ବିଦ୍ୟୁତ୍‌ ନଥିବା ହେତୁ ଟର୍ଚ ଲାଇଟ୍‌ରେ ବିଶାଲ ସାଧାରଣ ଭାବରେ ପ୍ରସବ କରାଇବା ପରେ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ବିଶାଲଙ୍କ କାମ ବିଷୟରେ ଜାଣି ତାଙ୍କୁ ପ୍ରଶଂସା କରିବା ଆରମ୍ଭ କରିଥିଲେ । ପୀଡ଼ିତାଙ୍କ ଅବସ୍ଥା ଯାହାଥିଲା, ସେଭଳି ପରିସ୍ଥିତିରେ ଅସ୍ତ୍ରୋପଚାର ମାଧ୍ୟମରେ ପ୍ରସବ ହିଁ ଏକ ମାତ୍ର ବାଟ ଥିଲା । କିନ୍ତୁ ବିଶାଲ ଯେଉଁଭଳି ସାଧାରଣ ପ୍ରସବ କରାଇଛନ୍ତି, ତାହା ପ୍ରଶଂସନୀୟ ବୋଲି ଡାକ୍ତର କହିଥିଲେ ।

Pixabay

ଅନ୍ୟ ପକ୍ଷରେ, ଏ ସବୁ କେଉଁଠୁ ଶିଖିଲ ବୋଲି ବିଶାଲଙ୍କୁ ପଚରାଯିବା ପରେ ପ୍ରତି ୫ଦିନରେ ଅହମ୍ମଦାବାଦ୍‌ରେ ଏ ନେଇ ସବୁ ଜରୁରିକାଳୀନ ମେଡିକାଲ ଟେକ୍‌ନିସିଆନ୍‌କୁ ଟ୍ରେନିଂ ଦିଆଯାଇଥାଏ । ମୋର ଭରସା ଥିଲା କି, ଶିଖିଥିବା ଜିନିଷକୁ ମୁଁ କାମରେ ଲଗାଇ ପାରିବି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର