ଆମ ଦେଶଠାରୁ ବହୁ ଦୂରରେ ଅଛି ଭାରତ ପରି ଆଉ ଏକ ଦେଶ, ଯାହାକୁ ଦ୍ୱିତୀୟ ହିନ୍ଦୁସ୍ତାନ ମଧ୍ୟ କୁହାଯାଏ!

ଆମ ଦେଶ ଭାରତ ଠାରୁ ବହୁ ଦୂରରେ ଅଛି ଭାରତ ପରି ଆଉ ଏକ ଦେଶ। ଯେଉଁଠି କିଛି ଭାରତୀୟ ବସବାସ କରନ୍ତି। ଏହି ଦେଶର ନାମ ହେଲା ସୁରୀନାମ୍‌। ଏହା ସୁରୀନାମ ଗଣରାଜ୍ୟ ନାମରେ ପରିଚିତ। ଏହି ଦେଶରେ ଅନେକ ସଂଖ୍ୟାରେ ଭାରତୀୟ ଓ ହିନ୍ଦୁୁ ବସବାସ କରନ୍ତି । ଏଥିପାଇଁ ଏହାକୁ ଦ୍ୱିତୀୟ ହିନ୍ଦୁସ୍ତାନ ମଧ୍ୟ କୁହାଯାଏ। ଏହି ଦେଶଟି ଦକ୍ଷିଣ ଆମେରିକାର ଉତ୍ତରରେ ଅବସ୍ଥିତ। ଦକ୍ଷିଣ ଆମେରିକାର କ୍ଷେତ୍ରଫଳ ଓ ଜନସଂଖ୍ୟା ହିସାବରେ ସବୁଠାରୁ ଛୋଟ ଦେଶ ହେଲା ସୁରୀନାମ। ସୁରୀନାମ ୨୫, ନଭେମ୍ବର ୧୯୭୫ରେ ସ୍ୱାଧୀନତା ମିଳିଥିଲା।

ସୁରୀନାମର ରାଜଧାନୀ ନାମ ହେଲା ପାରାମାରିବୋ। ସୁରୀନାମକୁୁ ମାତ୍ର ୧୦ଟି ଜିଲ୍ଲାରେ ବିଭକ୍ତ କରାଯାଇଛି। ଡଚ୍‌ ଭାଷାରେ କଥାବାର୍ତ୍ତା ହୁଅନ୍ତି ଏଠାର ଦେଶବାସୀ। ଏହାସହ ଏଠାରେ ଭୋଜପୁରୀ, କ୍ୟାରବିଆନ୍‌ ଭାଷା ମଧ୍ୟ କୁହାଯାଏ। ଏହି ଦେଶରେ ଅଲଗା ଅଲଗା ଜାତି, ଭାଷା ଓ ଧର୍ମର ଲୋକେ ବସବାସୀ କରନ୍ତି । ଏହି ଦେଶର ଏକ ଚତୁର୍ଥାଂଶ ଲୋକେ ୨ ଡଲାରରୁ କମରେ ଜୀନବ ନିର୍ବାହ କରନ୍ତି। ତେବେ ସବୁଠାରୁ ବଡ଼ କଥା ହେଲା ପ୍ରସିଦ୍ଧ ଫୁଟବଲ୍‌ ଖେଳାଳିଙ୍କ ଜନ୍ମଭୂମି ହେଲା ଏହି ଦେଶ।

୧୮୭୩ରେ ଉତ୍ତର ପ୍ରଦେଶ ଓ ବିହାରର କିଛି ଲୋକ ସେଠାରେ ଯାଇ ବସବାସ କରିବା ଆରମ୍ଭ କରିଥିଲେ। ୧୯୭୮ରେ ସୁରୀନାମରେ ଭାରତୀୟ ସଂସ୍କୃତି କେନ୍ଦ୍ର ଖୋଲାଯାଇଥିଲା। ସେବେଠାରୁ ହିଁ ସେଠାରେ କଥକ, ଯୋଗ, ଶାସ୍ତ୍ରୀୟ ସଙ୍ଗୀତ ଉପରେ ଜୋର ଦେବା ସହ ହିନ୍ଦି, ଲୋକ ନୃତ୍ୟର ପ୍ରସାର ପ୍ରଚାର ଆରମ୍ଭ ହୋଇଥିଲା। ଏହା ବ୍ୟତୀତ ଭାରତ ଓ ସୁରୀନାମ ମଧ୍ୟରେ ଆର୍ଥିକ ସମ୍ବନ୍ଧ ମଧ୍ୟ ରହିଛି।

ସମ୍ବନ୍ଧିତ ଖବର