ମହାରାଜ ଉତ୍ତାନପାଦଙ୍କର ଦୁଇ ରାଣୀ ଥିଲେ। ତାଙ୍କ ବଡ଼ ରାଣୀଙ୍କ ନାମ ସୁନୀତି ଓ ସାନ ରାଣୀଙ୍କ ନାମ ଥିଲା ସୁରିଚି।ସୁନୀତିଙ୍କ ଔରସରୁ ଧ୍ରୁବ ତଥା ସୁରୁଚିଙ୍କ ଔରସରୁ ଉତ୍ତମ ଜନ୍ମ ହୋଇଥିଲେ। ମହାରାଜ ଉତ୍ତାନପାଦ ନିଜ ସାନ ରାଣୀ ସୁରୁଚିଙ୍କୁ ଅଧିକ ପ୍ରେମ କରୁଥିଲେ। ସୁନୀତି ପ୍ରାୟତଃ ଉପେକ୍ଷିତା ଥିଲେ।ଏଣୁ ସେ ସାଂସାରିକତା ରେ ବିରକ୍ତ ହୋଇ ନିଜର ଅଧିକାଂଶ ସମୟ ଭଗବାନଙ୍କ ଭଜନ ପୂଜନରେ ବ୍ୟତୀତ କରୁଥିଲେ।
ଦିନେ ବଡ଼ ରାଣୀଙ୍କ ପୁତ୍ର ଧ୍ରୁବ ପିତା ମହାରାଜ ଉତ୍ତାନପାଦଙ୍କ କୋଳରେ ବସିଗଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୁରୁଚି ତାଙ୍କୁ ଟାଣି ଆଣି କହିଲେ ଏ କୋଳ ଓ ରାଜ ସିଂହାସନ ମୋ ପୁତ୍ର ଉତ୍ତମର। ତୁମକୁ ଏହି ପ୍ରାପ୍ତ କରିବା ପାଇଁ ଭଗବାନଙ୍କ ଆରାଧନା କରି ମୋ ଗର୍ଭରୁ ଜନ୍ମ ନେବାକୁ ପଡ଼ିବ।’ ଧ୍ରୁବ ସୁରୁଚିଙ୍କର ଏଭଳି ଦୁର୍ବ୍ୟବହାରରେ ବ୍ୟଥିତ ହୋଇ କାନ୍ଦି କାନ୍ଦି ନିଜ ମାଆ ସୁନୀତିଙ୍କ ପାଖକୁ ଗଲେ। ଧ୍ରୁବଙ୍କଠୁଁ ସବୁ କଥା ଶୁଣିବା ପରେ ସୁନୀତି ବେଶି ଦୁଃଖିତ ହେଲେ। ସେ ଧ୍ରୁବଙ୍କୁ ବୁଝାଇବା ଢ଼ଙ୍ଗରେ କହିଲେ ,‘ପୁଅ ତୁମର ବିମାତା କ୍ରୋଧ ଆବେଗରେ ଯାହା କହିଛନ୍ତି ,ତାହା ଠିକ୍ । ପିତାଙ୍କ ସିଂହାସନ ଅଥବା ତା ‘ଠୁଁ’ ବି ଶ୍ରେଷ୍ଠ ପଦ ପ୍ରାପ୍ତ କରିବାକୁ ହେଲେ ତୁମକୁ ଭଗବାନଙ୍କ ଆରାଧନା କରିବାକୁ ପଡ଼ିବ।