ଜାଣନ୍ତୁ କାହିଁକି ତମ୍ବା ପାତ୍ରରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଉଚିତ ?

ଭଗବାନ ସୂର୍ଯ୍ୟ ଦେବଙ୍କୁ ଆତ୍ମାର କାରକ ବୋଲି କୁହାଯାଏ।ଅର୍ଥାତ୍‌ ସୂର୍ଯ୍ୟଙ୍କୁ ମଣିଷର ଆତ୍ମା ବୋଲି କୁହାଯାଇଥାଏ।ଏହି କାରଣକୁ ନେଇ ମନୁଷ୍ୟ ମଧ୍ୟରେ ଶକ୍ତି ଏବଂ ସକାରାତ୍ମକତା ଭାବକୁ ବୃଦ୍ଧି କରିବା ଲାଗି ଭଗବାନ ସୂର୍ଯ୍ୟଦେବଙ୍କର ପୂଜା କରାଯାଇଥାଏ।ଏଥିସହିତ ନିୟମିତ ମାତ୍ରାରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ମଧ୍ୟ ବ୍ୟକ୍ତିଠାରେ ନେତୃତ୍ୱ ନେବାର କ୍ଷମତାରେ ବୃଦ୍ଧି ପାଇବା ସହିତ ତାହାଠାରେ ବଳ,ତେଜ,ପରାକ୍ରମ,ସମ୍ମାନ ଏବଂ ଉତ୍ସାହ ଆଦିରେ ବି ବୃଦ୍ଧିପାଇଥାଏ।ତେଣୁ ଆଜି ଆମେ ଆପଣଙ୍କୁ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବାର କିଛି ଖାସ୍‌ ନିୟମ ଅଛି ଯାହାର ପାଳନ କଲେ ଭଲ ଫଳ ମିଳିଥାଏ।

photo-.onlineprasad.com

ଜାଣନ୍ତୁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ସମୟରେ କେଉଁ କଥା ଉପରେ ବିଶେଷ ଭାବରେ ଧ୍ୟାନ ଦେବା ଦରକାର । ସର୍ବପ୍ରଥମେ ସ୍ନାନକରିବା ପରେ ଆପଣଙ୍କୁ ଆସନ ଉପରେ ଛିଡ଼ା ହେବାକୁ ପଡ଼ିବ।ଏହାପରେ ଆସନ ଉପରେ ଛିଡ଼ା ହୋଇ ଆପଣଙ୍କୁ ତମ୍ବା ପାତ୍ରରେ ପବିତ୍ର ଜଳକୁ ଭରି ସେଥିରେ କିଛି ମାତ୍ରାରେ ମିଶ୍ରିକୁ ମିଶାଇବାକୁ ହେବ। ଏନେଇ ମାନ୍ୟତା ରହିଛି ଯେ,ସୂର୍ଯ୍ୟ ଦେବଙ୍କୁ ମିଠା ଜଳ ପ୍ରଦାନ କରିବା ଦ୍ୱାରା ବ୍ୟକ୍ତିର ମଙ୍ଗଳ ଦୋଷ ଦୂର ହୋଇଥାଏ। ଏଥିସହିତ ମଧ୍ୟ ସୂର୍ଯ୍ୟଙ୍କର ସକାଳର କିରଣ ବ୍ୟକ୍ତି ଲାଗି ଔଷଧ ଭଳି କାର୍ଯ୍ୟ କରିଥାଏ। ଏଣୁ ସୂର୍ଯ୍ୟଙ୍କୁ ଜଳଦାନ କରିବା ପୂର୍ବରୁ ତାଙ୍କ ସମ୍ମୁଖରେ ଅତି କମ୍‌ରେ ୫ ମିନିଟ୍‌ ହାତଯୋଡ଼ି ସିଧାଭାବରେ ଭଗବାନ ସୂର୍ଯ୍ୟଦେବଙ୍କୁ ଚାହିଁ ରୁହନ୍ତୁ , ଯାହାକି ଆପଣଙ୍କୁ ନିରୋଗୀ କରାଇଥାଏ।

ସମ୍ବନ୍ଧିତ ଖବର