ପ୍ରକାଶ ପାଇଲା ବିବିସିର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକା, ସ୍ଥାନ ପାଇଲା ଓଡ଼ିଶା ଝିଅ ସୁସ୍ମିତା ମହାନ୍ତିଙ୍କ ନାଁ

ଭୁବନେଶ୍ୱର : ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ସ୍ଥାନ ପାଇଲା ଓଡ଼ିଆ ଝିଅ ସୁସ୍ମିତା ମହାନ୍ତିଙ୍କ ନାଁ । ଅନ୍ତର୍ଜାତୀୟ ଗଣମାଧ୍ୟମ ବିବିସି ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ତାଲିକାରେ ୭ ଭାରତୀୟ ମହିଳା ରହିଛନ୍ତି । ଯେଉଁଥିରେ ସୁସ୍ମିତାଙ୍କ ନାଁ ମଧ୍ୟ ରହିଛି । ସ୍ପେଶ ଓ୍ଵମେନ୍‌ ନାମରେ ଜଣାଶୁଣା ସୁସ୍ମିତା ଦେଶରେ ପ୍ରଥମ ସ୍ପେଶ ଷ୍ଟାର୍ଟଅପ୍‌ ଆରମ୍ଭ କରି ଚର୍ଚ୍ଚାକୁ ଆସିଥିଲେ । ଇସ୍ରୋର ପୂର୍ବତନ ବୈଜ୍ଞାନିକ ନୀଳମଣି ମହାନ୍ତିଙ୍କ ଝିଅ ସୁସ୍ମିତା ଏହା ପୂର୍ବରୁ ବିଭିନ୍ନ ଦେଶର ସରକାରୀ ଓ ବେସରକାରୀ ମହାକାଶ ସଂସ୍ଥା ସହ କାମ କରିଛନ୍ତି ।

ବୋଇଂ, ନାସା, ଇରୋପୀୟ ସ୍ପେଶ ଏଜେନ୍‌ସି, ଇସ୍ରୋ ଭଳି ବଡ଼ ବଡ଼ ମହାକାଶ ସଂସ୍ଥା ସହ କାମ କରିଥିବା ସୁସ୍ମିତା ୨୦୦୮ରେ ଦେଶରେ ପ୍ରଥମକରି ନିଜସ୍ୱ ସ୍ପେଶ ଷ୍ଟାର୍ଟଅପ୍‌ ‘ଆର୍ଥ ଟୁ ଅରବିଟ୍‌’ ଆରମ୍ଭ କରିଥିଲେ । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଡିଜାଇନ୍‌, ଅହମ୍ମଦାବାଦରୁ ମାଷ୍ଟର ଡିଗ୍ରୀ ହାସଲ କରିଥିବା ସୁସ୍ମିତା ଫ୍ରାନ୍‌ସ, ସ୍ୱିଡେନ ଭଳି ଦେଶରୁ ମଧ୍ୟ ଉଚ୍ଚଶିକ୍ଷା ଲାଭ କରିଛନ୍ତି । ଏବେ ସେ ନିଜର ମହାକାଶ ସଂସ୍ଥା ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ ପଛର କାରଣ ଓ ଏହାକୁ କିଭଳି ରୋକାଯାଇପାରିବ ତାହା ଉପରେ କାର୍ଯ୍ୟ କରୁଥିବା ଜଣା ପଡ଼ିଛି । ସୁସ୍ମିତା ବିଶ୍ୱର ପ୍ରଥମ ମହିଳା ମହାକାଶ ଉଦ୍ୟୋଗପତି ଯିଏ ୩ଟି ମହାଦେଶରେ ନିଜର କମ୍ପାନି ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର