ଜଣେ ସନ୍ଥ, ସମାଜସେବୀ ତଥା ପ୍ରେମ ଓ ଶାନ୍ତିର ପ୍ରଚାରକ ଭାବେ ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସ୍ୱାମୀ ବିବେକାନନ୍ଦଙ୍କ ଜୀବନରେ ଏପରି ଏକ ଘଟଣା ଘଟିଥିଲା ଯାହା ଆପଣଙ୍କୁ ଚକିତ କରିବ। ସେହି ଘଟଣା ପରଠାରୁ ବିବେକାନନ୍ଦ ଜଣେ ବେଶ୍ୟାଙ୍କୁ ନିଜର ଗୁରୁ ବୋଲି ବିବେଚନା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଆମେରିକାର ଚିକାଗୋକୁ ସ୍ୱାମୀ ବିବେକାନନ୍ଦ ତାଙ୍କର ଚିର ସ୍ମରଣୀୟ ଯାତ୍ରା କରିବା ପୂର୍ବରୁ କିଛି ଦିନ ପାଇଁ ଜୟପୁରଠାରେ ଅଟକିଥିଲେ। ଜୟପୁରର ରାଜା ସ୍ୱାମୀ ବିବେକାନନ୍ଦଙ୍କୁ ନିଜର ପ୍ରେରଣା ବୋଲି ମନେ କରୁଥିଲେ। ସେଠାରେ ବିବେକାନନ୍ଦଙ୍କ ରହଣୀ ପାଇଁ ସବୁ ପ୍ରକାରର ସୁବନ୍ଦୋବସ୍ତ ହୋଇଥାଏ। ମାତ୍ର ରାଜା ଭୁଲ୍ବଶତଃ ରାଜସଭାକୁ ଜଣେ ବେଶ୍ୟାଙ୍କୁ ନିମନ୍ତ୍ରଣ କରି ଦେଇଥିଲେ। ଯାହାକି ବିବେକାନନ୍ଦଙ୍କୁ ବିବ୍ରତ କରିଥିଲା। ଚିର ସନ୍ୟାସୀ ବିବେକାନନ୍ଦ ଜଣେ ବେଶ୍ୟାକୁ ସାମ୍ନାରେ ପାଇ ଭୟଭୀତ ହୋଇଥିଲେ। କାଳେ ତାଙ୍କ ସନ୍ୟାସ ବ୍ରତରେ କିଛି ବିଭ୍ରାଟ ଘଟିବ ବୋଲି ଚିନ୍ତା କରି ସଭାରୁ ଉଠିଯାଇ ଏକ କୋଠରୀ ଭିତରେ ନିଜକୁ ବନ୍ଦ କରି ଦେଇଥିଲେ।
ବିବେକାନନ୍ଦ ଉଠିଯିବାରୁ ଦେଖି ନିଜକୁ ରାଜା ଖୁବ୍ ଛୋଟ ମନେକଲେ। ଜଣେ ସନ୍ୟାସୀଙ୍କୁ ନିମନ୍ତ୍ରଣ କରିଥିବା ସଭାକୁ ଆଉ ଜଣେ ବେଶ୍ୟାକୁ ନିମନ୍ତ୍ରଣ କରିବା ଅନୁଚିତ ବୋଲି ଚିନ୍ତା କରି ସେ ବିବେକାନନ୍ଦଙ୍କୁ କ୍ଷମା ପ୍ରାର୍ଥନା କଲେ। ସେହି ସମୟରେ ଶୁଭିଲା ଏକ ଗୀତ। ଗୀତଟି ଗାଉଥିଲା ବେଶ୍ୟା ଜଣକ।
ଯାହାର ସାରାଂଶ ଥିଲା, ‘ମୁଁ ଜାଣେ ମୁଁ ତୁମ ପାଇଁ ସେତେଟା ମୂଲ୍ୟବାନ ନୁହେଁ। ମାତ୍ର ତୁମେ ଆଉଟିକେ ସମ୍ବେଦନଶୀଳ ହୋଇପାରିଥାନ୍ତ। ମୁଁ ରାସ୍ତାର ଧୂଳି ବୋଲି ମୋତେ ଜଣାଅଛି। ମାତ୍ର ମୋ ପ୍ରତି ଏଭଳି ବିତୃଷ୍ଣା ଭାବ ପ୍ରଦର୍ଶନ କରିବା ତୁମର ଉଚିତ ନଥିଲା। ମୁଁ କେହି ନୁହେଁ, ଜଣେ ଅଜ୍ଞାନୀ ଓ ପାପୀ। ମାତ୍ର ତୁମେ ଜଣେ ସନ୍ଥ। କ’ଣ ପାଇଁ ମୋତେ ଭୟ କରୁଛ?’
‘ମୁଁ ଜାଣେ ମୁଁ ତୁମ ପାଇଁ ସେତେଟା ମୂଲ୍ୟବାନ ନୁହେଁ। ମାତ୍ର ତୁମେ ଆଉଟିକେ ସମ୍ବେଦନଶୀଳ ହୋଇପାରିଥାନ୍ତ। ମୁଁ ରାସ୍ତାର ଧୂଳି ବୋଲି ମୋତେ ଜଣାଅଛି। ମାତ୍ର ମୋ ପ୍ରତି ଏଭଳି ବିତୃଷ୍ଣା ଭାବ ପ୍ରଦର୍ଶନ କରିବା ତୁମର ଉଚିତ ନଥିଲା। ମୁଁ କେହି ନୁହେଁ, ଜଣେ ଅଜ୍ଞାନୀ ଓ ପାପୀ। ମାତ୍ର ତୁମେ ଜଣେ ସନ୍ଥ। କ’ଣ ପାଇଁ ମୋତେ ଭୟ କରୁଛ?’
ଏତିକ ଶୁଣିବା ପରେ ବିବେକାନନ୍ଦ ନିଜକୁ ଛୋଟ ମଣିଲେ। ସେ ନିଜେ ହିଁ ବୁଝିପାରିଲେ ଯେ କୌଣସି ଅଗ୍ରହଣୀୟ କାର୍ଯ୍ୟକୁ ଅଣଦେଖା କରି ନୁହେଁ, ବରଂ ସାମ୍ନା କରି ଦୂରେଇ ଦେବା ହିଁ ସଫଳତା। ସେ ତା’ପରେ କବାଟ ଖୋଲି ଉକ୍ତ ବେଶ୍ୟାଙ୍କୁ ଅଭିବାଦନ ଜଣାଇଲେ। ସ୍ୱୀକାର କଲେ ଯେ ସେବେ ପର୍ଯ୍ୟନ୍ତ ସେ ଶତ ପ୍ରତିଶତ ସନ୍ୟାସ ବ୍ରତ ପାଳନ କରିପାରିନାହାନ୍ତି। କାହାକୁ ବି ଅପମାନିତ କରିବା ସନ୍ୟାସ ବ୍ରତରେ ଗ୍ରହଣୀୟ ନୁହେଁ। ସେବେଠାରୁ ସ୍ୱାମୀ ବିବେକାନନ୍ଦ ନିଜକୁ ଆହୁରି ଦୃଢ଼ କରିଥିଲେ।