ଏହି ଦେଶରେ ମହିଳାମାନଙ୍କୁ ଅନ୍ତର୍ବସ୍ତ୍ରରେ ଚାମଚ ରଖିବାକୁ କହୁଛନ୍ତି ସରକାର,କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ଆଜିକାଲି ଦେଶରେ ମହିଳାମାନଙ୍କ ପ୍ରତି ଅତ୍ୟାଚାର ବଢ଼ିବାରେ ଲାଗିଛି । ଦୁଷ୍କର୍ମ ହେଉ ବା ଘରୋଇ ହିଂସା । ପ୍ରତିଦିନ ଏହାର ମାତ୍ରା ବଢ଼ିବାରେ ଲାଗିଛି । ସରକାର ଏ ନେଇ ଅନେ ନିୟମ ତିଆରି କରୁଥିଲେ ମଧ୍ୟ ଦିନକୁ ଦିନକୁ ମହିଳାମାନଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି । କେବଳ ଭାରତରେ ନୁହେଁ ଭାରତ ବାହାରେ ମଧ୍ୟ ମହିଳାମାନେ ଯୌନ ଶୋଷଣ,ଦୁଷ୍କର୍ମ ଏବଂ ଘରୋଇ ହିଂସାର ସାମ୍ନାକ କରୁଛନ୍ତି ।

Freedom United

କିଛି ମହିଳାଙ୍କ ପରିବାର ଲୋକେ ତାଙ୍କ ଇଚ୍ଛା ବିରୋଧରେ ବିବାହ କରି ସେମାନଙ୍କୁ ଅନ୍ୟ ଦେଶକୁ ପଠାଇ ଦେଉଛନ୍ତି । ହେଉଥିବା ଏଭଳି ଅପରାଧକୁ ଆଖି ଆଗରେ ରଖି ସ୍ୱିଡ଼େନ୍‌ ସରାକାର ଏକ ନୂଆ ଉପାୟ ବାହାହର କରିଥିବା ଜଣା ପଡ଼ିଛି । ମହିଳାମାନେ ବାହାରକୁ ବାହାରିଲେ ନିଜ ଅନ୍ତର୍ବସ୍ତ୍ରରେ ଚାମଚ ରଖି ବାହାରନ୍ତୁ ବୋଲି ସ୍ୱିଡ଼େନ୍‌ ସରକାର କହିଥିବା ଜଣା ପଡ଼ିଛି । ଏପରି ହେବା ଦ୍ୱାରା ଯେଉଁ ମହିଳାମାନଙ୍କୁ ସେମାନଙ୍କ ଇଚ୍ଛା ବିରୋଧରେ ଦେଶ ବାହାରକୁ ନିଆଯାଉଛି ସେମାନଙ୍କୁ ବିମାନବନ୍ଦରରେ ସୁରକ୍ଷାକର୍ମୀ ଅଟକାଇବା ସହ ଯାଞ୍ଚ କରି ପାରିବେ । ଯାହାଦ୍ୱାରା ସେମାନେ ବନ୍ଦି ହେବାରୁ ବଞ୍ଚି ପାରିବେ ବୋଲି ସ୍ୱିଡ଼େନ୍‌ ସରକାର କହିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର