ମିଠା ଦୋକାନୀ ପ୍ରସ୍ତୁତ କଲେ ‘କରୋନା ମିଠା’

କୋଲକାତା: ସମଗ୍ର ଦେଶ କରୋନା ଭୂତାଣୁ ସହ ଲଢେଇ କରୁଥିବାବେଳେ କୋଲକାତାର ଜଣେ ମିଠା ଦୋକାନୀ କରୋନା ଆକୃତିର ମିଠା ତିଆରି କରିଛନ୍ତି । ଅନେକ ଗ୍ରାହକ ଏହାର ଆକାରକୁ ପ୍ରଶଂସା କରୁଥିବାବେଳେ କିଛି ଗ୍ରାହକ ଏହାର ସ୍ୱାଦ ଚାଖିବାକୁ ମଧ୍ୟ ମିଠା କିଣୁଛନ୍ତି | ମିଠା ଦୋକାନୀ ଜଣକ କହିଛନ୍ତି ଯେ କରୋନା ଭାଇରସ୍ କାରଣରୁ ହଜାର ହଜାର ଲୋକ ମରୁଛନ୍ତି କିନ୍ତୁ ଏହି ମିଠା ତିଆରି କରି ଲୋକଙ୍କ ଭୟ କମାଇବା ପାଇଁ ଆମେ କାର୍ଯ୍ୟ କରିଛୁ।

photo-ani

ଏହି ମିଠା ଲୋକମାନଙ୍କୁ ଏକ ବାର୍ତ୍ତା ପଠାଉଛି ଯେ ଆମେ କରୋନା ସହ ଲଢ଼ିବୁ ଏବଂ ଏହାକୁ ମଧ୍ୟ ହଜମ କରିବୁ। ଏଠାରେ ସୂଚନା ଥାଉ କି ଲକଡାଉନ ସ୍ଥିତିରେ ପଶ୍ଚିମବଙ୍ଗ ମିଠା ବ୍ୟବସାୟ କମିଟି ସମେତ ଅନେକ ସଂଗଠନ କ୍ଷୀର ଅପଚୟ ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିବେଦନ କରିଥିଲେ |

ଏହାପରେ ସେମାନଙ୍କୁ କିଛି ସମୟ ପାଇଁ ମିଠା ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ସାମାଜିକ ଦୂରତ୍ୱ ରକ୍ଷା ସହ ଦୈନିକ ୪ ଘଣ୍ଟା ପାଇଁ ମିଠା ଦୋକାନ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଥିଲେ। ପ୍ରତିଦିନ ମଧ୍ୟାହ୍ନ ୧୨ ଟାରୁ ୪ ଟା ମଧ୍ୟରେ ମିଠା ଦୋକାନ ଖୋଲା ରହିବ |

ସମ୍ବନ୍ଧିତ ଖବର